ETV Bharat / sports

India vs West Indies 3rd T20: ଆଜି ଭାରତ ପାଇଁ କର ବା ମର ମ୍ୟାଚ୍‌, ସିରିଜ୍‌ ସିଲ୍‌ ଲକ୍ଷ୍ୟରେ ଇଣ୍ଡିଜ୍‌

ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆଜି ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ । ସିରିଜକୁ ହାତଛଡା ନକରିବାକୁ ଜୋରଦାର ଉଦ୍ୟମ କରିବ ଭାରତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 8, 2023, 7:56 AM IST

ହାଇଦ୍ରାବାଦ: ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ । 5 ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ 2 ଟି ମ୍ୟାଚ ଭାରତ ପରାଜିତ ହୋଇଥିବାରୁ ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଆହୁରି ଦୁଇଟି ମ୍ୟାଚ ବାକି ଥିଲେ ବି ଆଜିର ମ୍ୟାଚରେ ବିଜୟୀ ହେଲେ ହିଁ ଭାରତର ସିରିଜ ବିଜୟ ଆଶା ଉଜ୍ଜିବୀତ ରହିବ । ତେଣୁ ଭାରତ ପାଇଁ କର ବା ମର ପରସ୍ଥିତି ହୋଇଛି। ଆଜିର ମ୍ୟାଚ ଯଦି ଭାରତ ସପକ୍ଷରେ ନଯାଏ ତେବେ ସିରିଜ ହାତେଇବ ୱେଷ୍ଟଇଣ୍ଡିଜ୍‌ । ଓ୍ବେଷ୍ଟଇଣ୍ଡିଜ ଦୁଇ ମ୍ୟାଚ ଜିତି 2-0 ରେ ଆଗୁଆ ରହିଛି । 2016 ପରଠାରୁ ଓ୍ବେଷ୍ଟଇଣ୍ଡିଜ ସହ ଖେଳା ଯାଇଥିବା କୌଣସି ଟି-20 ସିରିଜରେ ଭାରତ କେବେବି ପରାଜିତ ହୋଇନାହିଁ । ତେଣୁ ଏତେ ସହଜରେ 5 ମ୍ୟାଚ ବିଶିଷ୍ଟ ସିରିଜକୁ ଓ୍ବେଷ୍ଟଇଣ୍ଡିଜକୁ ହାତେଇବାକୁ ଦେବା ନାହିଁ ଭାରତ । ଦୁଇଟି ମ୍ୟାଚ ହାରିଥିଲେ ବି ଆଜିର ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆ ଫର୍ମକୁ ଫେରିବ ବୋଲି ଆଶା ରହିଛି ।

ଏହା ମଧ୍ୟ ପଢନ୍ତୁ-India vs West Indies 2nd T20: ୱେଷ୍ଟଇଣ୍ଡିଜର ବିଜୟ ଧାରା ଜାରି, ପରାଜୟର ବୋଝ ମୁଣ୍ଡାଇଲା ଭାରତ

ପ୍ରଥମ ଦୁଇଟି ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜଠାରୁ ହାରିଛି । ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ ଦୁଇଟି ମ୍ୟାଚରେ ବିଜୟକୁ ହାତଛଡ଼ା କରିଛି । ଆଜିର ମ୍ୟାଚ ବିଜୟୀ ହେବାକୁ ହେଲେ ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗକୁ ସୁଦୃଢ଼ କରିବାକୁ ପଡ଼ିବ । ଦଳରେ ଯୁବ ଖେଳାଳି ଥିବା ବେଳେ ଦୁଇ ଜଣଙ୍କୁ ଛାଡ଼ି ଦେଲେ କାହାରବି ପ୍ରଦର୍ଶନ ସନ୍ତୋଷ ଜନକ ନୁହେଁ । ତିଳକ ବର୍ମାଙ୍କ ପ୍ରଦର୍ଶନ ଭଲ ରହିଛି । ସେ ପ୍ରଥମ ମ୍ୟାଚରେ 39 ଓ ଦ୍ବିତୀୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ । ଶୁଭମନ ଗିଲଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ ସମେତ ମୋଟ 7ଟି ମ୍ୟାଚ ଖେଳି ସାରିଛନ୍ତି । 8ଟି ଇନିଂସରେ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗିଲଙ୍କ ପ୍ରଦର୍ଶନକୁ ନେଇ ଚିନ୍ତା ବଢିଛି । ଆଜିର ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ସେହିପରି ସିନିଅର ବ୍ୟାଟର ସୂର୍ଯ୍ୟ କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ମଧ୍ୟ ଆଜି ନଜର ରହିବ। ଯଦି ଦେଖାଯାଏ ଓ୍ବେଷ୍ଟଇଣ୍ଡିଜ ଦଳ ବୋଲିଂ ବିଭାଗରେ ସୁଦୃଢ ରହିଛି । ତେଣୁ ଭାରତୀୟ ବ୍ୟାଟର ଏମାନଙ୍କ ବିପକ୍ଷରେ କ୍ଲିକ୍‌ କରିବାରେ ସଫଳ ହେଉନାହାନ୍ତି । ପୂର୍ବ ଭୁଲ୍‌କୁ ସୁଧାରି ଭାରତ ଆଜି ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇବ । ବୋଲିଂ ବିଭାଗରେ ବି ଭାରତର ନୈରାଶ୍ୟ ଜନକ ପ୍ରଦର୍ଶନ ରହିଛି । ତେଣୁ ଅଧିନାୟକ ପାଣ୍ଡ୍ୟା ଆଜି ଏହା ଉପରେ ବିଶେଷ ନଜର ଦେବା ଆବଶ୍ୟକ ରହିଛି।

ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ଦୁଇଟି ମ୍ୟାଚରେ ବିଜୟୀ ହୋଇ 2-0 ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ ପାଇଁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଭାରତର ରଣକୌଶଳକୁ ଭେଦ କରି ପୁଣି ତୃତୀୟ ମ୍ୟାଚକୁ ନିଜ ସପକ୍ଷରେ କରିବାକୁ ଜୋରଦାର ଉଧ୍ୟମ କରିବ ଘରୋଇ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.