ETV Bharat / sports

Ind Vs SA 1st T20: ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ, ୮ ୱିକେଟରେ ଜିତିଲା ଭାରତ - ଭାରତ ବନାମ ଦକ୍ଷିଣ ଆଫ୍ରିକା

ଆଜିର ପ୍ରଥମ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତଠାରୁ ଶୋଚନୀୟ ପରାଜୟ ବରଣ କରିଛି । ଜବାବରେ ଭାରତ ୧୬.୪ ଓଭରରେ ୨ ୱିକେଟ ହରାଇ ୧୧୦ ରନ କରି ସିରିଜରେ ୧-୦ରେ ଆଗୁଆ ରହିଛି । ଅଧିକ ପଢନ୍ତୁ

Ind Vs SA 1st T20 : ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ, ୮ ୱିକେଟରେ ଜିତିଲା ଭାରତ

author img

By

Published : Sep 28, 2022, 10:26 PM IST

Updated : Sep 29, 2022, 1:00 PM IST

ଥିରୁଅନନ୍ତପୁରମ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମୁକାବିଲାରେ ଭାରତ ଦମଦାର ବିଜୟ ହାସଲ କରିଛି । ଆଜି ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଟସ୍‌ ଜିତି ଭାରତ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ । ଦକ୍ଷିଣ ଆଫ୍ରିକା ଭାରତକୁ ୧୦୭ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଭାରତ ୧୬.୪ ଓଭରରେ ୨ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା । ସୂର୍ଯ୍ୟକୁମାର ଏବଂ ଲୋକେଶ ରାହୁଲ ଦମ୍‌ଦାର୍‌ ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିଥିଲେ । ପ୍ରଥମ ଟି୨୦ ମ୍ୟାଚ ଜିତିବା ପରେ ଭାରତ ୩ ଟିକିଆ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି । ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । 3 ୱିକେଟ ନେଇ ଅର୍ଶଦୀପ ସିଂ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକାକୁ ଅସ୍ତବ୍ୟସ୍ତ କରି ପକାଇଥିଲେ ଭାରତୀୟ ବୋଲର । ଆରମ୍ଭରୁ ହିଁ ବପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ଓଭର ଶେଷ ବଲରେ ଅଧିନାୟକ ତେମ୍ବା ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ଦ୍ବିତୀୟ ଓଭରରେ ଅର୍ଶଦୀପ ଘାତକ ସାବ୍ୟସ୍ତ ହୋଇଥିଲେ। ସେ ତାଙ୍କ ପ୍ରଥମ ଓଭରରେ 3ଟି ୱିକେଟ ନେଇଥିଲେ। କ୍ବିଣ୍ଟନ ଡି କକ୍ (1) ଓ ରିଲି ରୋସୋ (0) ଓ ଡେଭିଡ ମିଲରଙ୍କୁ ପାଭିଲିୟନ ପଠାଇଥିଲେ ଅର୍ଶଦୀପ । ଏହା ପରେ ଦକ୍ଷିଣ ଆଫ୍ରିକା ଦଳ ଟେନସନରେ ଆସିଥିଲା । ଦଳୀୟ ସ୍କୋର 100ରେ ପହଞ୍ଚିବା କଷ୍ଟକର ହୋଇଥିଲା । ମାତ୍ର 9ରନରେ ଦଳ 5ଟି ୱିକେଟ ହରାଇଥିଲା ଦଳର ରନ ଗାଡି ମନ୍ଥର ହୋଇଥିଲା । ଆଡେନ ମାରକ୍ରମ ଓ ଅଲରାଉଣ୍ଡର ୱେନ ପାର୍ନେଲ ଷଷ୍ଠ ୱିକେଟରେ 32 ରନ ଯୋଗ କରିଥିଲେ । ଦଳୀୟ ସ୍କୋର 42ରେ ମାରକ୍ରମ 25 ରନ କରି ଆଉଟ ହୋଇଥିଲେ । ପରେ ପାର୍ନେଲ 24 ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ କେଶବ ମହାରାଜ 35 ବଲରେ 41 ରନ କରିଥିଲେ । ନିର୍ଦ୍ଧାରିତ ଓଭରରେ 8 ୱିକେଟ ହରାଇ 106 ରନ କରିଥିଲା ଦକ୍ଷିଣ ଆଫ୍ରିକା।

ଏହା ବି ପଢନ୍ତୁ...କୋରୋନାରୁ ସୁସ୍ଥ ହେଲେ ମହମ୍ମଦ ସାମି

107 ରନର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ । ଦଳୀୟ ସ୍କୋର 17ରେ ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା (0) ଓ ବିରାଟ କୋହଲି (3) ରନ କରି ଆଉଟ ହୋଇଥିଲେ । ତୃତୀୟ ଓଭରରେ ରୋହିତଙ୍କୁ ରାବାଡା ଓ ଷଷ୍ଠ ଓଭରରେ କୋହଲିଙ୍କୁ ଆନରିଚ ଆଉଟ କରିଥିଲେ । ଅନ୍ୟ ଓପନର ରାହୁଲ ଓ ସୂର୍ଯ୍ୟକୁମାର ବ୍ୟାଟିଂ ଜାରି ରଖିଥିଲେ । ଉଭୟ ମିଶି ଦଳୀୟ ସ୍କୋରକୁ ଆଗରୁ ନେଇଥିଲେ । ଦୁଇଜଣଙ୍କ ଯୋଡି ଭାରତକୁ ବିଜୟ କରାଇଥିଲା । 20 ବଲ ବାକି ଥାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା ଭାରତ । ସୂର୍ଯ୍ୟକୁମାର 33 ବଲରୁ 50 (5ଚୌକା, 3ଛକା) ଓ ରାହୁଲ 51 (2ଚୌକା,4ଛକା) ରନ କରି ଅପରାଜିତ ରହିଥିଲେ। ଅର୍ଶଦୀପ ଓ ଦୀପକଙ୍କ ସୁଇଂ ମୁଖ୍ୟ ଆକର୍ଷଣ ଥିଲା । ଏହା ସହ ଦଳ 1-0ରେ ସିରିଜରେ ଆଗୁଆ ରହିଛି । 2 ଅକ୍ଟୋବରେ ଗୌହାଟୀ ଓ 3ରେ ଇନ୍ଦୋରରେ ପରବର୍ତ୍ତୀ ଟି-20 ଖେଳାଯିବ।

Last Updated : Sep 29, 2022, 1:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.