ETV Bharat / sports

ICC World Cup: 9ଟି ମ୍ୟାଚ ଖେଳସୂଚୀରେ ପରିବର୍ତ୍ତନ, ଅଗଷ୍ଟ 25ରୁ ଟିକେଟ୍‌ ବିକ୍ରି - ଦିନିକିଆ ବିଶ୍ବକପ ଖେଳସୂଚୀରେ ପରିବର୍ତ୍ତନ

ଦିନିକିଆ ବିଶ୍ବକପ ଖେଳସୂଚୀରେ ପରିବର୍ତ୍ତନ । ଅଗଷ୍ଟ 25ରୁ ଆରମ୍ଭ ହେବ ଟିକେଟ ବିକ୍ରି । ଅଧିକ ପଢନ୍ତୁ

ICC World Cup
ICC World Cup
author img

By

Published : Aug 10, 2023, 7:53 AM IST

ହାଇଦ୍ରାବାଦ: ଆସନ୍ତା ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ବକପ । ଏହା ପୂର୍ବରୁ ପୁଣି ଥରେ ଖେଳସୂଚୀରେ ପରିବର୍ତ୍ତନ କରାଯାଇଛି । 9ଟି ମ୍ୟାଚର ସୂଚୀ ପରିବର୍ତ୍ତନ ହୋଇଛି । ବିସିସିଆଇ ଓ ଆଇସିସି ପକ୍ଷରୁ ନୂଆ ସୂଚୀ ଘୋଷଣା ହୋଇଛି । ଅନ୍ୟପଟେ ଅଗଷ୍ଟ 25 ତାରିଖରୁ ଦିନିକିଆ ବିଶ୍ବକପ ପାଇଁ ଆରମ୍ଭ ହେବ ଟିକେଟ୍‌ ବିକ୍ରି ।

ପୂର୍ବରୁ ଅକ୍ଟୋବର 15 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ହେବା ନେଇ ଖେଳ ସୂଚୀ ଘୋଷଣା ହୋଇଥିଲା । ଏଥି ସହ ନଭେମ୍ବର 12 ତାରିଖରେ କୋଲକତାର ଇଡେନ ଗାର୍ଡେନ ଠାରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବା ନେଇ ଖେଳସୂଚୀ ପ୍ରକାଶ ପାଇଥିଲା । ଏହି ଦୁଇଟି ମ୍ୟାଚର ତାରିଖ ପରିବର୍ତ୍ତନ କରିବାକୁ ବିସିସିଆଇକୁ ଅନୁରୋଧ କରାଯାଇଥିଲା । ଶେଷରେ ଏହି ଦୁଇ ମ୍ୟାଚରେ ତାରିଖ ପରିବର୍ତ୍ତନ କରାଯିବା ସହ ଅନ୍ୟ 7ଟି ମ୍ୟାଚର ସୂଚୀରେ ପରିବର୍ତ୍ତନ କରାଯାଇଛି। ନଜର ପକାନ୍ତୁ ଖେଳସୂଚୀ ଉପରେ ।

ଅକ୍ଟୋବର 10- ଇଂଲଣ୍ଡ-ବାଂଲାଦେଶ

ଅକ୍ଟୋବର 10-ପାକିସ୍ତାନ ଶ୍ରୀଲଙ୍କା

ଅକ୍ଟୋବର 12- ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା

ଅକ୍ଟୋବର 13-ନ୍ୟୁଜିଲାଣ୍ଡ-ବାଂଲାଦେଶ

ଅକ୍ଟୋବର 14- ଭାରତ-ପାକିସ୍ତାନ

ଅକ୍ଟୋବର 15- ଇଂଲଣ୍ଡ-ଆଫଗାନିସ୍ତାନ

ନଭେମ୍ବର 11- ଅଷ୍ଟ୍ରେଲିଆ-ବାଂଲାଦେଶ

ନଭେମ୍ବର 11- ଇଂଲଣ୍ଡ- ପାକିସ୍ତାନ

ନଭେମ୍ବର 12-ଭାରତ, ନେଦରଲାଣ୍ଡ୍ସ

ଏହା ମଧ୍ୟ ପଢନ୍ତୁ-ICC ODI World Cup 2023: ପାକ ସରକାରଙ୍କ ସବୁଜ ସଂକେତ, ଭାରତ ଆସିବ ପାକିସ୍ତାନ

ଅକ୍ଟୋବର 15ରେ ନବରାତ୍ରୀ ଆରମ୍ଭ ହେବାକୁ ଥିବାରୁ ଭାରତ ଓ ପାକିସ୍ତାନ ମ୍ୟାଚକୁ ଗୋଟିଏ ଦିନ ଆଗରୁ କରିବା ପାଇଁ ଗୁଜୁରାଟ ପୋଲିସ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା । ପରେ ଏନେଇ ବିସିସିଆଇ ଆଇସିସିକୁ ଅବଗତ କରାଇଥିଲା । ଏ ବିଷୟରେ ପାକିସ୍ତାନ କ୍ରିକେଟ ବୋର୍ଡକୁ ଅବଗତ କରାଇବା ପରେ ଖେଳ ସୂଚୀରେ ପରିବର୍ତ୍ତନ ପାଇଁ ପିସିବି ରାଜି ହୋଇଥିଲା । ତେଣୁ ଅକ୍ଟୋବର 15 ପରିବର୍ତ୍ତେ 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମ୍ୟାଚ ଖେଳାଯିବ । ସେହିପରି ନଭେମ୍ବର 12 ତାରିଖରେ କାଳୀପୂଜା ପଡୁଛି । ଯାହା କୋଲକାତାର ପ୍ରମୁଖ ଧାର୍ମିକ ଉତ୍ସବ ବୋଲି କୁହାଯାଏ । ତେଣୁ ଗୋଟିଏ ଦିନରେ ସୁରକ୍ଷା ଯୋଗାଇବା କୋଲକାତା ପୋଲିସ ପକ୍ଷରେ ସହଜ ନୁହେଁ । ତେଣୁ ଏହି ମ୍ୟାଚର ଖେଳସୂଚୀ ପରିବର୍ତ୍ତନ କରିବାକୁ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ବିସିସିଆଇକୁ ଅନୁରୋଧ କରିଥିଲା ।

ଅନ୍ୟପଟେ ଆସନ୍ତା 25 ତାରିଖରୁ ବିଶ୍ବକପ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ। ଆଇସିସି ଓ ବିସିସିଆଇ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି । ଅନ୍ୟ ଦଳର ଅଭ୍ୟାସ ମ୍ୟାଚ ଓ ଲିଗ ମ୍ୟାଚ ପାଇଁ ଅଗଷ୍ଟ 25ରୁ ଟିକେଟ ବିକ୍ରି ହେବ । ଭାରତର ଅଭ୍ୟାସ ମ୍ୟାଚ ଓ ଲିଗ ପାଇଁ ଅଗଷ୍ଟ 30ରୁ ସେପ୍ଟେମ୍ବର 3 ପର୍ଯ୍ୟନ୍ତ ଟିକେଟ ବିକ୍ରି ହେବ । ସେମିଫାଇନାଲ୍ ଏବଂ ଫାଇନାଲ ମ୍ୟାଚ ପାଇଁ ସେପ୍ଟେମ୍ବର 15ରେ ଟିକେଟ୍‌ ବୁକ କରିପାରେ କ୍ରିକେଟ ପ୍ରେମୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.