ETV Bharat / sports

India vs Ireland 2nd T20: 33 ରନରେ ହାରିଲା ଆୟର୍ଲାଣ୍ଡ, 2-0ରେ ଆଗୁଆ ସିରିଜ ଜିତିଲା ଭାରତ

ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚକୁ 33ରନରେ ଜିତି ଆଗୁଆ ସିରିଜ କବଜା କରିଛି ଯଶପ୍ରୀତ ବୁମରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଅଧିକ ପଢନ୍ତୁ

India vs Ireland T20 Series
ଭାରତ ବନାମ ଆୟର୍ଲାଣ୍ଡ ଦ୍ବିତୀୟ ଟି ଟ୍ବେଣ୍ଟି
author img

By

Published : Aug 21, 2023, 7:21 AM IST

ଡବଲିନ: ଋତୁରାଜ ଗାଏକ୍ବାଡଙ୍କ ଅର୍ଦ୍ଧଶତକ, ରିଙ୍କୁ ସିଂହଙ୍କ ଉପଯୋଗୀ ଇନିଂସ ସହ ବୋଲରଙ୍କ ଶୃଙ୍ଖଲିତ ବୋଲି ବଳରେ ଘରୋଇ ଆୟର୍ଲାଣ୍ଡ ବିପକ୍ଷ ଦ୍ବିତୀୟ ଟି-ଟ୍ବେଣ୍ଟିରେ ବିଜୟ ହାସଲ କରିଛି ଭାରତ । ଆୟର୍ଲାଣ୍ଡକୁ 33 ରନରେ ପରାସ୍ତ କରିବା ସହ 2-0ରେ ଆଗୁଆ ସିରିଜ କବଜା କରିଛି ଯଶପ୍ରୀତ ବୁମରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଆୟର୍ଲାଣ୍ଡର ଆଣ୍ଡି ବାଲବରିନଙ୍କ ଇନିଂସ ବୃଥା ହୋଇଛି । ଦ୍ବିତୀୟ ଟି ଟ୍ବେଣ୍ଟି ଜିତି ମ୍ୟାଚ ବରାବର କରିବା ଲକ୍ଷ୍ୟରେ ଥିବା ଆୟର୍ଲାଣ୍ଡର ସ୍ବପ୍ନ ଧୂଳିସାତ ହୋଇଛି । ଦର୍ଶନୀୟ ବ୍ୟାଟିଂ କରି ରିଙ୍କୁ ସିଂହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଆୟର୍ଲାଣ୍ଡ । ବ୍ୟାଟିଂ ଆମନ୍ତ୍ରଣ ପାଇଁ ଭାରତର ଯଶସ୍ବୀ ଜୈସ୍ବାଲ ଓ ଋତୁରାଜ ଗାଏକ୍ବାଡ ପାଳି ଆରମ୍ଭ କରିଥିଲେ । ଉଭୟ ଦମଦାର ବ୍ୟାଟିଂ କରି 29 ରନ କରିଥିଲେ । ଯଶସ୍ବୀ 18 ରନ କରି ପ୍ରଥମେ ଆଉଟ ହୋଇଥିଲେ । ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ ତିଲକ ବର୍ମା 1 ରନ କରି ସଅଳ ପାଭିଲିୟନ ଫେରିଥିଲେ । ଏହା ପରେ କ୍ରିଜକୁ ଓହ୍ଲାଇଥିଲେ ସଞ୍ଜୁ ସାମସନ । ସେ ଭଳ ସଟ୍‌ ଖେଳିଥିଲେ । ଗାଏକ୍ବାଡ ଓ ସଞ୍ଜୁ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ତୃତୀୟ ୱିକେଟ ପତନ ବେଳକୁ ଦଳୀୟ ସ୍କୋର 100ରେ ପହଞ୍ଚି ଯାଇଥିଲା । 13ତମ ଓଭରରେ ଗାଏକ୍ବାଡ ଓ ସଞ୍ଜୁଙ୍କ ଯୋଡି ଭାଙ୍ଗିଥିଲେ ବେନ ହ୍ବାଇଟ । ସାମସନ 26 ବଲରୁ 40 ରନ କରି ଆଉଟ ହୋଇଥିଲେ ।

ଏହା ପରେ ମୈଦାନକୁ ଆସିଥିଲେ ରିଙ୍କୁ ସିଂହ । ସେ ଦର୍ଶନୀୟ ସଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଅନ୍ୟ ପଟେ ଋତୁରାଜ 39 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର 129ରେ ଗାଏକ୍ବାଡ ବ୍ୟକ୍ତିଗତ 58 ରନ କରି ଆଉଟ ହୋଇଥିଲେ । ରିଙ୍କୁ ସିଂହ (38) ଓ ଶିବମ ଦୁବେ (22) ଅପରାଜିତ ରହି ଦଳୀୟ ସ୍କୋରକୁ 185ରେ ପହଞ୍ଚାଇଥିଲେ । ଭାରତ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 185 ରନ କରିଥିଲା । ଆୟର୍ଲାଣ୍ଡ ପକ୍ଷରୁ ବାରୀ ମ୍ୟାଚକାର୍ଥୀ ସର୍ବାଧିକ 2ଟି ୱିକେଟ ନେଇଥିଲେ ।

186ର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଘରୋଇ ଦଳ । ଓପନର ବାଲବରିନ ଦର୍ଶନୀୟ ସଟ ଖେଳିଥିଲେ ସୁଦ୍ଧା ନିୟମିତ ବ୍ୟବଧାନରେ ଦଳର ୱିକେଟ ପତନ ହୋଇଥିଲା । ତୃତୀୟ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ପାଲ ଷ୍ଟର୍ଲିଂ (0) ଓ ଲୋର୍କାନ ଟକ୍କର (0)ଙ୍କୁ ପାଭିଲିୟନ ପଠାଇଥିଲେ । ହ୍ୟାରୀ ଟକ୍କର ଓ ବାଲବରିନ ବ୍ୟାଟିଂ ଜାରି ରଖିଥିଲେ । ମାତ୍ର ଷଷ୍ଠ ଓଭରରେ ହ୍ୟାରୀ 7 ରନ କରି ଆଉଟ ହୋଇଥିଲେ । ପରେ ପରେ କାମ୍ପର 18 ଓ ଡକରେଲ 13 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 115ରେ ଦଳର 5ଟି ୱିକେଟ ପତନ ହୋଇଥିଲା ।

ଦମଦାର ବ୍ୟାଟିଂ କରୁଥିବା ବାଲବରିନ 51 ବଲରେ 72 ରନ କରି ଅର୍ଶଦୀପଙ୍କ ଶିକାର ହୋଇଥିଲେ । ଏହା ପରେ ଦଳୀୟ ସ୍କୋର ଆଗକୁ ବଢିନଥିଲା । ପରେ ପରେ ବୁମରା ମାର୍କ ଆଡାରଙ୍କୁ ଆଉଟ କରିଥିଲେ । ଘରୋଇ ଦଳ 8 ୱିକେଟ ହରାଇ 152 ରନ କରିବାକୁ ସକ୍ଷମ ହୋଇଥିଲା ଫଳରେ ଭାରତ ଦ୍ବିତୀୟ ଟି-ଟ୍ବେଣ୍ଟିକୁ 33ରନରେ ଜିତି ଆଗୁଆ ସିରିଜ ହାତେଇଛି । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...India vs Ireland T20 Series: ବାଧକ ସାଜିଲା ବର୍ଷା, ଡକଓ୍ବର୍ଥ ଲୁଇସ ନିୟମରେ 2 ରନରେ ଭାରତର ବିଜୟ

ପ୍ରକାଶ ଥାଉ କି, ଭାରତ ଆୟର୍ଲାଣ୍ଡ ମଧ୍ୟରେ ଜାରି ରହିଥିବା 3 ମ୍ୟାଚ ବିଶିଷ୍ଟ ଟି ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ ଅଗଷ୍ଟ 18 ତାରିଖରେ ଖେଳାଯାଇଥିଲା । ଏହି ବର୍ଷା ବାଧକ ମ୍ୟାଚରେ ଡକୱର୍ଥ ଲୁଇସ ନିୟମରେ ମ୍ୟାଚକୁ 2 ରନରେ ଜିତିଥିଲା ଭାରତ । ଆସନ୍ତା ଅଗଷ୍ଟ 23 ତାରିଖରେ ତୃତୀୟ ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.