ETV Bharat / sports

India Vs Australia: ଆଜି ସିରିଜ ନିର୍ଣ୍ଣାୟକ ଟି-ଟ୍ବେଣ୍ଟି ଟକ୍କର - ଅନ୍ତିମ ଟି ଟ୍ବେଣ୍ଟି ମ୍ୟାଚ୍‌

ଆଜି ହାଇଦ୍ରାବାଦରେ ଖେଳାଯିବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚ୍‌ । ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ 1-1ରେ ବରାବର ରହିଛି । ଆଜିର ମ୍ୟାଚ ହିଁ ନିର୍ଣ୍ଣୟ କରିବ କିଏ ଜିତିବ ସିରିଜ । ଅଧିକ ପଢନ୍ତୁ

India Vs Australia
ଆଜି ସିରିଜ ନିର୍ଣ୍ଣାୟକ ଟି-ଟ୍ବେଣ୍ଟି ଟକ୍କର
author img

By

Published : Sep 25, 2022, 9:41 AM IST

ହାଇଦ୍ରାବାଦ: ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-20 ସିରିଜର ଆଜି (ରବିବାର) ତୃତୀୟ ତଥା ଅନ୍ତିମ ମୁକାବିଲା। ଏହା ସିରିଜ ନିର୍ଣ୍ଣାୟକ ମ୍ୟାଚ ହେବ । ଏହି ମ୍ୟାଚ ଯିଏ ଜିତିବ ସେ ସିରିଜ କବଜା କରିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । 1-1ରେ ସ୍ଥିତି ବରାବର ରହିଛି । ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ଜିତିଥିବାବେଳେ ଭାରତ ଦ୍ବିତୀୟ ମ୍ୟାଚ ଜିତିଛି । ଅନ୍ତିମ ମୁକାବିଲାକୁ ଜିତି ଭାରତ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ମଧ୍ୟ ଶେଷ ମୁକାବିଲା ଜିତିବାକୁ ପ୍ରସ୍ତୁତ ରହିଛି । ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଟ୍ରଫି ହାସଲ କରିବାକୁ ପ୍ରସ୍ତୁତ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ସନ୍ଧ୍ୟା 7ଟାରୁ ଆରମ୍ଭ ହେବ ମ୍ୟାଚ ।

ମୋହାଲି ପ୍ରଥମ ଟି-20ରେ ଭାରତ 208 ରନର ବିଶାଳ ସ୍କୋର କରିବା ପରେ ବି ବୋଲିଂ ବିଫଳତା ପାଇଁ ପରାସ୍ତ ହୋଇଥିଲା । ନାଗପୁରରେ ଖେଳାଯାଇଥିବା ଦ୍ବିତୀୟ ଟି-20ରେ ବର୍ଷା ବାଧକ ସାଜିଥିଲା । ତେଣୁ 8 ଓଭର ମ୍ୟାଚ ଖେଳାଯାଇଥିଲା। ରୋହିତଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ବିଜୟୀ ହୋଇଥିଲା । ବିଜୟ ପରେ ବି ଭାରତର କିଛି ତ୍ରୁଟିରେ ସୁଧାର ଆସିନଥିଲା । ଜଶପ୍ରୀତ ବୁମରା ସଫଳ କମବ୍ୟାକ କରିଥିଲେ ବି ହର୍ଷଲ ପଟେଲ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ବ୍ୟାଟିଂ ସ୍ଥିତି ଠିକ ଥିବା କୁହାଯାଉଥିଲେ ମଧ୍ୟ ଋଷବ ପନ୍ତଙ୍କୁ ଖେଳାଇ ବ୍ୟାଟିଂ ଶକ୍ତି ବୃଦ୍ଧି କରିବା ରଣନୀତି କାମ ଦେଇନଥିଲା । ଆଜିର ମୁକାବିଲାରେ ପନ୍ତଙ୍କୁ ବାଦ କରାଯାଇପାରେ । ଭୁବନେଶ୍ବର କୁମାର ଏକାଦଶରେ ସାମିଲ ହେବ ସମ୍ଭାବନା ଅଧିକ ରହିଛି । ଚହରଙ୍କ ସ୍ଥାନରେ ଅଶ୍ବିନୀ ଖେଳିପାରନ୍ତି। ଅନ୍ତିମ ମୁକାବିଲାରେ ଭାରତକୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ତେବେ ଯାଇ ବିଜୟ ସହଜ ହେବ ।

ଏହା ବି ପଢନ୍ତୁ...ସରିଲା ଝୁଲଣଙ୍କ ଯୁଗ, ଇଂଲଣ୍ଡ ମାଟିରେ ଦିନିକିଆ ସିରିଜ କ୍ଲିନ ସ୍ୱିପ୍ କଲା ଭାରତ

ସେପଟେ ଅଷ୍ଟ୍ରେଲିଆ ଅନ୍ତିମ ଟି-20 ଜିତି ସିରିଜ ହାତେଇବାକୁ ଜୋରଦାର ପ୍ରସ୍ତୁତି କରିଛି । 7ଜଣ ବ୍ୟାଟରଙ୍କୁ ନେଇ ରଣନୀତି ସହ ଗ୍ରାଉଣ୍ଡକୁ ଓହ୍ଲାଇବ ଦଳ । ଅଷ୍ଚେଲିଆର ବୋଲିଂ ବିଭାଗ ଦୁର୍ବଳ ରହିଛି ।ପ୍ରଥମ ଟି-20ରେ 200ରୁ ଅଧିକ ରନ ଦେଇଥିବାବେଳେ ଦ୍ବିତୀୟ ମ୍ୟାଚରେ ମଧ୍ୟ ଶସ୍ତା ସାବ୍ୟସ୍ତ ହୋଇଥିଲେ । ବ୍ୟାଟିଂରେ ମାଥ୍ୟୁ ୱେଡ ଓ ଆରେନ ଫିଞ୍ଚ ଫର୍ମକୁ ଫେରିଥିବାବେଳେ ମ୍ୟାକ୍ସୱେଲ ଆଜି ବଡ ଇନିସଂ ଖେଳି ପାରନ୍ତି । ପାଗ କୋହଲା ରହିବ । ବର୍ଷା ହେବାର ସମ୍ଭାବନା ରହିିଛି । 20 ଓଭର ମ୍ୟାଚ ଖେଳାଯିବାକୁ ଚେଷ୍ଟା କରାଯିବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚୟ । ଏଠାରେ ଖେଳାଯାଇଥିବା 16ଟି ଟି-20 ମଧ୍ୟରୁ ଉଭୟ ଭାଗରେ ବ୍ୟାଟିଂ କହିଥିବା ଦଳ 8ଟି ଲେଖାଏଁ ମ୍ୟାଚ ଜିତିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.