ETV Bharat / sports

କୋହଲିଙ୍କୁ ଅଧିକ ସମୟ ବ୍ୟାଟିଂ କରିବାକୁ ଦେବୁନାହିଁ: ଟିମ ପେନ

author img

By

Published : Nov 15, 2020, 7:20 PM IST

Updated : Nov 15, 2020, 7:43 PM IST

ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଟିପ୍ପଣୀ କରିଛନ୍ତି ଟେଷ୍ଟ କ୍ୟାପଟେନ ଟିମ ପେନ। କୋହଲିଙ୍କୁ ଅଧିକ ସମୟ ବ୍ୟାଟିଂ କରିବାକୁ ଦେବୁନାହିଁ ବୋଲି ସେ କହିଛନ୍ତି। ଅଧିକ ପଢ଼ନ୍ତୁ...

କୋହଲିଙ୍କୁ ଅଧିକ ସମୟ ବ୍ୟାଟିଂ କରିବାକୁ ଦେବୁନାହିଁ: ଟିମ ପେନ
କୋହଲିଙ୍କୁ ଅଧିକ ସମୟ ବ୍ୟାଟିଂ କରିବାକୁ ଦେବୁନାହିଁ: ଟିମ ପେନ

ମେଲବର୍ଣ୍ଣ: 4ଟି ଟେଷ୍ଟ, 3ଟି ଦିନିକିଆ ଓ 3 ଟି-ଟ୍ବେଣ୍ଟି ମ୍ୟାଚ ଖେଳିବାକୁ ଅଷ୍ଟ୍ରେଲିଆ ପହଞ୍ଚିଛି ଭାରତୀୟ କ୍ରିକେଟ ଟିମ। ଡିସେମ୍ବର 17 ତାରିଖରେ ମେଲବର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ତେବେ ମ୍ୟାଚ ପୂର୍ବରୁ ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଟିପ୍ପଣୀ କରିଛନ୍ତି ଅଷ୍ଟ୍ରେଲୀୟ ଟେଷ୍ଟ କ୍ୟାପଟେନ ଟିମ ପେନ। ଟେଷ୍ଟ ହେଉ ବା ଦିନିକିଆ କୋହଲିଙ୍କୁ ଅଧିକ ସମୟ ବ୍ୟାଟିଂ କରିବାକୁ ଦେବୁନାହିଁ ବୋଲି କହିଛନ୍ତି ଅଷ୍ଟ୍ରେଲିୟ କ୍ୟାପଟେନ।

ଏକ ସାକ୍ଷାତକାରରେ ଟିମ ପେନ କହିଛନ୍ତ ଯେ, "ଅଷ୍ଟ୍ରେଲିଆରେ ବିରାଟ କୋହଲିଙ୍କୁ ଅନ୍ୟ ଖେଳାଳିଙ୍କ ଭଳି ହିଁ ଦେଖାଯାଇଥାଏ। ପ୍ରତିଦ୍ବନ୍ଦୀ ଭାବେ ଅଷ୍ଟ୍ରେଲିଆରେ ତାଙ୍କୁ ନାପସନ୍ଦ କରାଯାଇଥାଏ। କିନ୍ତୁ ଏଠାରେ ତାଙ୍କ ବ୍ୟାଟିଂ କୌଶଳର ସଭିଏଁ ଫ୍ୟାନ ରହିଛନ୍ତି। ଆମ ବିପକ୍ଷରେ ତାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରେ ବିତାଇବାକୁ ଦେବୁନାହିଁ। ବିରାଟ କୋହଲି ଅଧିକ ରନ କରନ୍ତୁ, ଏହା ଆମେ ଚାହୁଁନାହୁଁ।"

ଆମର କୌଣସି ଖେଳାଳି ଚଳିତ ସିରିଜରେ କୋହଲିଙ୍କ ସହ କୌଣସି ମତଭେଦ କିମ୍ବା ଚାହୁଁନାହାନ୍ତି। କ୍ରିକେଟ ପଡ଼ିଆରେ ମଧ୍ୟ ତାଙ୍କ ସହ ଯେଭଳି କୌଣସି ପ୍ରକାର ମତଭେଦ ନହେବ ସନେଇ ଧ୍ୟାନ ଦିଆଯିବ। ଏହି ସିରିଜରେ ଆମେ ବିଶେଷ କରି କୋହଲିଙ୍କୁ ଅନ୍ୟ ଖେଳାଳିଙ୍କ ଭଳି ଦେଖୁଛୁ। କ୍ରିକେଟ ପଡ଼ିଆରେ କୋହଲି ବହୁତ ଜୋଶର ସହ ଖେଳନ୍ତି। ମୋର ମଧ୍ୟ ସେଭଳି ବ୍ୟକ୍ତିତ୍ବ ରହି ଆସିଛି। କ୍ରିକେଟ ମୈଦାନରେ ମୋର ଓ କୋହଲିଙ୍କ ମଧ୍ୟରେ ଅନେକ ଥର ବାକଯୁଦ୍ଧ ହୋଇଛି। ତେବେ ଏହା ଖେଳର ଏକ ଅଂଶ ବୋଲି ମୁଁ ଭାବିଛି ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଟେଷ୍ଟ କ୍ୟାପଟେନ ଟିମ ପେନ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା କ୍ରିକେଟ ସିରିଜ ସବୁବେଳେ ଗୁରୁତ୍ବପୂର୍ଣ୍ଣ ରହି ଆସିଛି। ପଡ଼ିଆରେ ବିଭିନ୍ନ ସମୟରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହୋଇଥାଏ। ଏଥର ମଧ୍ୟ ସେଭଳି କିଛି ଦେଖିବାକୁ ମିଳିବକି ବୋଲି ଟିମ ପେନଙ୍କୁ ଜଣେ ପ୍ରଶ୍ନ କରିଥିଲେ। ଏହାପରେ ଟିମ କୋହଲି ଓ ଟିମ ଇଣ୍ଡିଆକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ଭାରତ ବିରୋଧରେ ଭଲ ପ୍ରଦର୍ଶନ କରିବାକୁ ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଡିସେମ୍ବର 17 ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 15, 2020, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.