ETV Bharat / sports

ଭାରତୀୟ ଦଳ ପ୍ରଶଂସାରେ ଶତମୁଖ ବିରେନ୍ଦ୍ର ସେହୱାଗ

ଶାର୍ଦ୍ଦୁଲ ଠାକୁର ଓ ୱାଶିଂଟନ ସୁନ୍ଦର ବ୍ୟାଟିଂ ପ୍ରଶଂସାରେ ଶତମୁଖ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବିରେନ୍ଦ୍ର ସେହୱାଗ। ଭାରତୀୟ ଦଳର ତୃତୀୟ ଦିନ ପ୍ରଦର୍ଶନକୁ ଦବଙ୍ଗ ବୋଲି ସେ କହିଛନ୍ତି। ଅଧିକ ପଢ଼ନ୍ତୁ...

author img

By

Published : Jan 17, 2021, 7:33 PM IST

virender sehewag praised indian cricket team and said dabbang performance in fourth test match
ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳ ପ୍ରଶଂସାରେ ଶତମୁଖ ବିରେନ୍ଦ୍ର ସେହେୱାଗ

ନୂଆଦିଲ୍ଲୀ: ଭାରତୀୟ ଦଳକୁ ଦବଙ୍ଗ ବୋଲି ସମ୍ବୋଧିତ କରିଛନ୍ତି ନବାବ ଅଫ ନଜଫଗଡ଼ ବିରେନ୍ଦ୍ର ସେହୱାଗ। ଭାରତୀୟ କ୍ରିକେଟ ଟିମ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ପ୍ରଶଂସାରେ ଶତମୁଖ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବିରେନ୍ଦ୍ର ସେହୱାଗ। ଅଷ୍ଟ୍ରେଲିଆର ଗାବା ମୈଦାନରେ ଖେଳାଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଶାର୍ଦୁଲ ଠାକୁର ଓ ୱାଶିଂଟନ ସୁନ୍ଦରଙ୍କ ବ୍ୟାଟିଂରେ ପ୍ରଭାବିତ ହୋଇଛନ୍ତି ସେହେୱାଗ। ସପ୍ତମ ୱିକେଟ ପାଇଁ ଦୁହିଁଙ୍କ ମଧ୍ୟରେ 123 ରନ ପାର୍ଟନରସିପ ହୋଇଥିଲା।

ଚତୁର୍ଥ ମ୍ୟାଚର ତୃତୀୟ ଦିନରେ ଭାରତ ଗୋଟିଏ ପଟୁ ୱିକେଟ ହରାଇ ଚାଲିଥିଲା। ଏହି ସମୟରେ ସାର୍ଦ୍ଦୁଲ ଠାକୁର 67 କରିଥିବା ବେଳେ ୱାଶିଂଟନ ସୁନ୍ଦର 62 ରନ କରି ଦଳକୁ ବ୍ୟାଟିଂ ବିପର୍ଯ୍ୟୟରୁ ବଞ୍ଚାଇଥିଲେ। ବିରେନ୍ଦ୍ର ସେହେୱାଗଙ୍କ ମୁତାବକ ବର୍ତ୍ତମାନ ପୁଣି ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଛି। ଗୋଟିଏ ସମୟରେ ଭାରତ ଏହି ମ୍ୟାଚରେ ପଛରେ ପଡ଼ି ଯାଇଥିବା ଜଣା ପଡ଼ୁଥିଲା।

ଏହାକୁ ନେଇ ସେହୱାଗ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ, "ଭାରତୀୟ ଦଳର ଆଜିର ପ୍ରଦର୍ଶନକୁ ଦେଖିଲେ କେବଳ ଗୋଟିଏ ଶବ୍ଦ ମନକୁ ଆସୁଛି 'ଦବଙ୍ଗ'। ବହୁତ ସାହାସୀ ଓ ବହୁତ ବାହାଦୁର ଟିମ, ଅତି ସୁନ୍ଦର ଠାକୁର।"

ଖାଲି ବିରେନ୍ଦ୍ର ସେହେୱାଗ ନୁହେଁ, ପୂର୍ବତନ ଟେଷ୍ଟ ବ୍ୟାଟସମ୍ୟାନ ଭିଭିଏସ ଲକ୍ଷ୍ମଣ ମଧ୍ୟ ଦୁଇ ଯୁବ ଖେଳାଳିଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି ଯେ, "ଟେଷ୍ଟରେ ପ୍ରଥମ ଅର୍ଦ୍ଧଶତକ ପାଇଁ ସୁନ୍ଦର ଓ ଠାକୁରଙ୍କୁ ଶୁଭେଚ୍ଛା। ଉତ୍କୃଷ୍ଟ କୌଶଳ ବ୍ୟାଟିଂ ଦେଖିବାକୁ ମିଳିଛି। ଏହାସହଦୁହେଁ ଯୁବବୋଲରଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବୋଲିଂ ସହ ବେଳେବେଳେ ବ୍ୟାଟିଂ ବି ଯୋଗଦାନ ଦେବା ଆବଶ୍ୟକ।"

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 369 ସ୍କୋରରେ ଅଲଆଉଟ ହୋଇଥିଲା। ଜବାବରେ ଭାରତ ମାତ୍ର 180 ସ୍କୋର ବେଳେ 6ଟି ୱିକେଟ ହରାଇ ବସିଥିଲା ଏହି ସମୟରେ ସୁନ୍ଦର ଓ ଠାକୁର 123ରନ ପାର୍ଟନରସିପ କରିଥିଲେ। ଭାରତ ପ୍ରଥମ ଇନିଂସରେ 336ରେ ଅଲ ଆଉଟ ହୋଇଛି। ଅଷ୍ଟ୍ରେଲିଆ ପାଖରେ କେବଳ 33 ରନ ଲିଡ ରହିଛି।

@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.