ETV Bharat / sports

ସିଡନୀ ଟେଷ୍ଟ; ପ୍ରଥମ ପାଳିରେ 244ରେ ଭାରତ ଅଲଆଉଟ୍‌

author img

By

Published : Jan 9, 2021, 11:34 AM IST

ସିଡନୀ ଟେଷ୍ଟର ପ୍ରଥମ ପାଳିରେ ଭାରତ ଧରାଶାୟୀ । 244ରେ ଅଲଆଉଟ୍‌ । ଅଧିକ ପଢନ୍ତୁ...

ସିଡନୀ ଟେଷ୍ଟ
ସିଡନୀ ଟେଷ୍ଟ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ଟିମ୍‌ ଇଣ୍ଡିଆ 244ରେ ଅଲଆଉଟ୍‌ । ଫଳରେ ଘରୋଇ ଦଳ ପ୍ରଥମ ପାଳିରେ 94 ରନରେ ଆଗୁଆ ରହିଛି । ଲଞ୍ଚ ସମୟରେ ଭାରତ 180 ରନରେ 4 ୱିକେଟ ହରାଇଥିଲା । ପରେ ସମସ୍ତ ୱିକେଟ ହରାଇ ମାତ୍ର 244 ରନ କରିବାରେ ସକ୍ଷମ ହୋଇଥିଲା ଟିମ୍‌ ଇଣ୍ଡିଆ ।

ଲଞ୍ଚ ବ୍ରେକ୍‌ ପରେ ରିଷବ ପନ୍ତ ଆହତ ହୋଇଥିଲେ । ପରେ ଦଳ ମାତ୍ର 37 ରନରେ 5 ୱିକେଟ୍‌ ହରାଇଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ୍‌ ଓ ଚେତେଶ୍ବର ପୂଜାରା 50 ରନ ଲେଖାଏଁ କରିଥିବାବେଳେ ରିଷବ ପନ୍ତ 36, ରବିନ୍ଦ୍ର ଜାଡେଜା 28(ଅପରାଜିତ), ରୋହିତ ଶର୍ମା 26, ଆଜିଙ୍କ୍ୟ ରାହାଣେ 22, ଆର ଅଶ୍ବିନ 10, ମହମ୍ମଦ ସିରାଜ 6, ହନୁମାନ ବିହାରୀ 4, ନବଦୀପ ସାଇନି 3 କରିଥିବାବେଳେ ଜଶପ୍ରୀତ ବୁମରା ଖାତା ଖୋଲିପାରି ନାହାଁନ୍ତି ।

ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ପାଟ କମିନ୍ 4ଟି ଓ ଜୋସ ହେଜଲଉଡ ଦୁଇଟି ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ 338 ରନ କରି ଅଲଆଉଟ୍‌ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.