ETV Bharat / sports

ଆରମ୍ଭ ହେଲା ବକ୍ସିଂ ଡେ ଟେଷ୍ଟ; ଟସ୍‌ ଜିତି କଙ୍ଗାରୁ ଦଳର ବ୍ୟାଟିଂ ନିଷ୍ପତ୍ତି

ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଗ୍ରାଉଣ୍ଡରେ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଯାଇଛି । ଅଷ୍ଟ୍ରେଲିଆ ବନାମ ଭାରତ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ କଙ୍ଗାରୁଦଳ ଟସ୍‌ ଜିତି ବ୍ୟାଟିଂ ଆରମ୍ଭ କରିଛି । ଅଧିକ ପଢନ୍ତୁ....

author img

By

Published : Dec 26, 2020, 8:05 AM IST

Updated : Dec 26, 2020, 8:47 AM IST

ଟଷ୍ଟ ଜିତି କଙ୍ଗାରୁ ଦଳର ବ୍ୟାଟିଂ ନିଷ୍ପତ୍ତି
ଟଷ୍ଟ ଜିତି କଙ୍ଗାରୁ ଦଳର ବ୍ୟାଟିଂ ନିଷ୍ପତ୍ତି

ମେଲବୋର୍ନ: ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଗ୍ରାଉଣ୍ଡରେ ବକ୍ସିଂ ଡେ ଟେଷ୍ଟ । ଅଷ୍ଟ୍ରେଲିଆ ବନାମ ଭାରତ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ କଙ୍ଗାରୁଦଳ ଟସ୍‌ ଜିତିଛି । ଟଷ୍ଟ ଜିତି ଦଳ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି ଦଳର କ୍ୟାପଟେନ ଟିମ ପେନ ।

ଟିମ ଇଣ୍ଡିଆଙ୍କ ଅଷ୍ଟ୍ରେଲିଆ ଗସ୍ତର ଏହା 2 ଟେଷ୍ଟ ମ୍ୟାଚ । ଆଡିଲେଡରେ 36 ରନରେ ସୀମିତ ହୋଇ ପରାଜୟ ପରେ ଏହି ମ୍ୟାଚରେ ବିଜୟ ସହ ସିରିଜ ଲକ୍ଷ୍ୟ ରହିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ କ୍ୟାପଟେନ ବିରାଟ କୋହଲି ଖେଳିବେ ନାହିଁ । ତେଣୁ କାମଚଳା କ୍ୟାପଟେନ ଆଜିଙ୍କ୍ୟ ରାହାଣେଙ୍କ ଉପରେ ଅଧିନାୟକତ୍ବ ସହ ବ୍ୟାଟିଂ ଭାର ସମ୍ଭାଳିବାର ଅତିରିକ୍ତ ଚାପ ମଧ୍ୟ ରହିବ ।

ସେପଟେ ଭବିଷ୍ୟତରେ ଷ୍ଟାର ଶୁଭମନ ଗିଲଙ୍କ ପାଇଁ ଭଲ ସୁଯୋଗ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ରିକେଟରେ ସେ ଡେବ୍ୟୁ ଖେଳିବାକୁ ଯାଉଛନ୍ତି । ସେହିପରି ଆହତ ମହମ୍ମଦ ସାମିଙ୍କ ସ୍ଥାନରେ ମହମ୍ମଦ ସିରାଜ ଖେଳିବେ ।

ଖରାପ ଫର୍ମରେ ସଂଘର୍ଷ କରୁଥିବା ପୃଥ୍ବୀ ଶଙ୍କ ସ୍ଥାନରେ ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲଙ୍କ ସହ ଭାରତୀୟ ଇଂନିସର ଶୁଭାରମ୍ଭ କରିବେ । ପ୍ରଥମ ଟେଷ୍ଟରେ ଶସ୍ତାରେ ଆଉଟ ହୋଇଥିବା ମୟଙ୍କ ମଧ୍ୟ ମେଲବୋର୍ଣ୍ଣରେ ଭଲ ପ୍ରଦର୍ଶନ ପାଇଁ ସମସ୍ତ ପ୍ରୟାସ କରିବେ ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମ ଏହି ଟେଷ୍ଟ ସିରିଜରେ 4ଟି ଟେଷ୍ଟ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରେ ସର୍ବନିମ୍ନ ସ୍କୋର ସହ ଲଜ୍ଜାଜନକ ଭାବେ ଘରୋଇ ଦଳ କଙ୍ଗାରୁ ଠାରୁ ପରାଜୟ ହୋଇଥିଲା । ତେଣୁ ଏହି ଦ୍ବିତୀୟ ମ୍ୟାଚ ଇଣ୍ଡିଆ ଟମ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ରହିଛି ।

@ANI

Last Updated : Dec 26, 2020, 8:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.