ETV Bharat / sports

IND vs NZ: ରାଞ୍ଚିରେ ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ ଇଣ୍ଡିଆ - ରାହୁଲ ଦ୍ରାବିଡ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟର ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ ରାଞ୍ଚିରେ ଖେଳାଯିବ । ଏହି ମ୍ୟାଚ୍‌ରେ ବିଜୟ ସହ ସିରିଜ କବ୍ଜା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

INDIA TO WIN SERIES AGAINST NEW ZEALAND EXPECT MIDDLE ORDER TO PERFORM BETTER
IND vs NZ: ରାଞ୍ଚିରେ ସିରିଜ କବ୍ଜା ଲକ୍ଷ୍ୟରେ ଟିମ ଇଣ୍ଡିଆ
author img

By

Published : Nov 18, 2021, 10:22 PM IST

ରାଞ୍ଚି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟର ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ ରାଞ୍ଚିରେ ଖେଳାଯିବ । ଏହି ମ୍ୟାଚ୍‌ରେ ବିଜୟ ସହ ସିରିଜ କବ୍ଜା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏଥିସହ ମଧ୍ୟକ୍ରମ ବ୍ୟାଟିଂରେ ଭଲ ପ୍ରଦର୍ଶନର ମଧ୍ୟ ଆଶା ରହିବ ।

INDIA TO WIN SERIES AGAINST NEW ZEALAND EXPECT MIDDLE ORDER TO PERFORM BETTER
ଟିମ ଇଣ୍ଡିଆ

କୋଚ୍‌ ରାହୁଲ ଦ୍ରାବିଡ ଓ କ୍ୟାପଟେନ ରୋହିତ ଶର୍ମା ଯୋଡି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ଜୟପୁରରେ ଭାରତ ସିରିଜର ପ୍ରଥମ ଟି-୨୦ ମୁକାବିଲାରେ ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇଛି ।

ଭାରତର ଏହି ବିଜୟରେ ଶୀର୍ଷକ୍ରମର ବ୍ୟାଟ୍‌ରଙ୍କ ଜବରଦସ୍ତ ପ୍ରଦର୍ଶନ ଓ ଡେଥ୍‌ ଓଭରରେ ବୋଲରଙ୍କ ନିୟନ୍ତ୍ରିତ ବୋଲିଂର ପ୍ରମୁଖ ଭୂମିକା ରହିଥିଲା । ୧-୦ରେ ସିରିଜରେ ଆଗୁଥିବା ଥିବା ଭାରତ ରାଞ୍ଚିରେ ସିରିଜ ବିଜୟୀ ଲକ୍ଷ୍ୟରେ ରଖିବ । ଫଳରେ କୋଲକାତାରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ୍‌ରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରିବ ।

ଚଳିତ ସିରିଜରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କର ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ନମ୍ବର ୩ ସ୍ଥାନରେ ବ୍ୟାଟିଂ ସୁଯୋଗ ପାଇଥିବା ମୌକାର ପୁରା ଫାଇଦା ଉଠାଇବା ସହ ୪୨ ବଲ୍‌ରୁ ୬୨ ରନ୍‌ର ଇଂନିସ ଖେଳିଥିଲେ ।

ସ୍କ୍ବାଡ୍‌:

ଭାରତ: ରୋହିତ ଶର୍ମା(କ୍ୟାପଟେନ), ଲୋକେଶ ରାହୁଲ, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ, ଭେଙ୍କଟସ ଆୟର, ୟୁଜଭେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ଆକ୍ଷର ପଟେଲ, ଅଭେଶ ଖାନ, ଭୁବନେଶ୍ବର କୁମାର, ଦୀପକ ଚହର, ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ: ଟିମ ସାଉଦୀ(କ୍ୟାପଟେନ), ଟଡ ଏଷ୍ଟଲ, ଟ୍ରେଣ୍ଟ ବୋଲ୍ଟ, ମାର୍କ ଚପମନ, ଲୋକି ଫର୍ଗୁସନ, ମାର୍ଟିନ ଗପ୍ଟିଲ, ଏଡମ ମିଲନେ, ଡେରିଲ ମିଚେଲ, ଜିମି ନିଶାମ, ଗ୍ଳେନ ପିଲିପ୍ସ, ମିଚେଲ ସାଣ୍ଟନର, ଟିମ ସୈଫର୍ଟ ଓ ଇଶ ସୋଢି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.