ETV Bharat / sports

Women ICC T-20 Ranking: 13ତମ ସ୍ଥାନକୁ ଉଠିଲେ ରାଧା - ରାଧା ଯାଦବ

ପ୍ରକାଶ ପାଇଛି ସଦ୍ୟ ଆଇସିସି ମହିଳା ଟି-ଟ୍ବେଣ୍ଟି ରାଙ୍କିଙ୍ଗ । ଭାରତୀୟ ମହିଳା କ୍ରିକେଟ ଦଳର ବାମହାତି ସ୍ପିନର ରାଧା ଯାଦବ ମାନ୍ୟତାର 7ଟି ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଧିକ ପଢନୁ

13ତମ ସ୍ଥାନକୁ ଉଠିଲେ ରାଧା
13ତମ ସ୍ଥାନକୁ ଉଠିଲେ ରାଧା
author img

By

Published : Jun 29, 2022, 2:09 PM IST

ଦୁବାଇ: ପ୍ରକାଶ ପାଇଛି ସଦ୍ୟ ଆଇସିସି ମହିଳା ଟି-ଟ୍ବେଣ୍ଟି ରାଙ୍କିଙ୍ଗ । ଭାରତୀୟ ମହିଳା କ୍ରିକେଟ ଦଳର ବାମହାତି ସ୍ପିନର ରାଧା ଯାଦବ ମାନ୍ୟତାର 7ଟି ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ନିକଟରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଶେଷ ହୋଇଥିବା 3 ଟିକିଆ ଟିଟ୍ବେଣ୍ଟି ଶୃଙ୍ଖଳାରେ ରାଧାଙ୍କ ପ୍ରଦର୍ଶନ ଭଲ ରହିଥିଲା ।

ଏହି ସଫଳ ପ୍ରଦର୍ଶନ ପାଇଁ ଆଇସିସି ମହିଳା ଟି-ଟ୍ବେଣ୍ଟି ମାନ୍ୟତାରେ ଉପରକୁ ଉଠିବା ସହଜ ହୋଇଛି । ରାଧା ଏବେ 13 ତମ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ରାଧା 4ଟି ୱିକେଟ ନେଇଥିଲେ । ଭାରତ 2-1ରେ ସିରିଜ ଜିତି ନେଇଥିଲା । ଟି-ଟ୍ବେଣ୍ଟି ବ୍ୟାଟିଂ ମାନ୍ୟତାରେ ଭାରତୀୟ ବ୍ୟାଟିଂ ଓପନର ସ୍ମୃତି ମାନ୍ଧାନା 4ର୍ଥ, ଜେମିମା ରଡ୍ରିଗ୍ବେଜ 14 ଓ ଅଧିନାୟିକା ହରମନପ୍ରୀତ କୌର 18 ତମ ସ୍ଥାନରେ ରହିଛନ୍ତି । ଏହା ସହ ପୂଜା ବସ୍ତ୍ରାକାର, ରେଣୁକା ଠାକୁରଙ୍କ ସ୍ଥାନରେ ଉନ୍ନତି ହୋଇଛି ।

ଅନ୍ତିମ ମ୍ୟାଚରେ ଘରୋଇ ଦଳକୁ ଜିତାଇଥିବା ଅଧିନାୟିକା ଚମାରି ଆଟୁପାଟୁ ବ୍ୟାଟିଂ ମାନ୍ୟତାରେ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ଶୃଙ୍ଖଳାରେ ଅଟୁପାଟୁ 139 ରନ କରିଥିଲେ । ଶେଷ ମ୍ୟାଚରେ ଅପରାଜିତ 80 ରନ କରି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.