ETV Bharat / sports

T20 World Cup: ରାହୁଲ ଓ ସୂର୍ଯ୍ୟଙ୍କ ଧୂଆଁଧାର ବ୍ୟାଟିଂ, ଜିମ୍ବାୱେ ଆଗରେ ୧୮୭ ରନର ଟାର୍ଗେଟ

author img

By

Published : Nov 6, 2022, 3:38 PM IST

Updated : Nov 6, 2022, 9:39 PM IST

ରାହୁଲ ଓ ସୂର୍ଯ୍ୟଙ୍କ ଧୂଆଁଧାର ବ୍ୟାଟିଂ । ଜିମ୍ବାୱେ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ । T20 ବିଶ୍ବକପରେ ଆଜି ସୁପର ୧୨ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଉଛି । ଅଧିକ ପଢ଼ନ୍ତୁ

T20 World Cup : ରାହୁଲ ଓ ସୂର୍ଯ୍ୟଙ୍କ ଧୂଆଁଧାର ବ୍ୟାଟିଂ, ଜିମ୍ବାୱେ ଆଗରେ ୧୮୭ ରନର ଟାର୍ଗେଟ

ମେଲବର୍ଣ୍ଣ: ରାହୁଲ ଓ ସୂର୍ଯ୍ୟଙ୍କ ଧୂଆଁଧାର ବ୍ୟାଟିଂ । ଜିମ୍ବାୱେ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ । T20 ବିଶ୍ବକପରେ ଆଜି ସୁପର ୧୨ ପର୍ଯ୍ୟାୟର ଶେଷ ମ୍ୟାଚ ଭାରତ ଓ ଜିମ୍ବାୱେ ବିପକ୍ଷରେ ଖେଳାଯାଉଛି । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ କରିଛି ଟିମ୍ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବ ଓ ଲୋକେଶ ରାହୁଲ ଧୂଆଁଧାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ଭାରତ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରି ସାରିଛି । ତଥାପି ଗ୍ରୁପ ୨ ର ଚମ୍ପିଆନ ଟିମ୍ ଭାବରେ ନିଜର ଭାବ ମୂର୍ତ୍ତି ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛି ରୋହିତ ବାହିନୀ । ତେଣୁ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ୧୮୬ ରନ କରିବାରେ ସକ୍ଷମ ହୋଇପାରିଛି । ଆରମ୍ଭରୁ ଓପନିଂ ଯୋଡି ଭଲ ପାଳି ଆରମ୍ଭ କରିଥିଲେ । ରୋହିତ ଶର୍ମା ୧୫ ରନ କରି ପାଭଲିୟନ ଫେରିଥିଲେ । ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ପାର୍ଟନରସିପ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲା । ମିଡିଲ ବ୍ୟାଟିଂ ଲାଇନରେ ଭାରତର ନିୟମିତ ବ୍ୟବଧାନରେ ତିନୋଟି ୱିକେଟ ପଡିଥିଲା । ଏହା ପରେ ସୂର୍ଯ୍ୟକୁମାର ଯାଦବ ମୈଦାନରେ ନିଜର ତେଜ ଦେଖାଇଥିଲେ । ତାଙ୍କର ପ୍ରଭାବଶାଳୀ ବ୍ୟାଟିଂ ବଳରେ ସେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଥିଲେ । SKY ୨୫ ବଲରୁ ୬ଟି ଚୌକା ଓ ୪ଟି ଛକା ସହିତ ସର୍ବାଧିକ ୬୧ ରନର ଧୂଆଁଧାର ଇନିଂସ ଖେଳିଥିଲେ ।

ଲୋକେଶ ରାହୁଲ ୩୫ ବଲରୁ ୩ଟି ଚୌକା ଓ ୩ଟି ଛକା ସହିତ ୫୧ ରନ୍‌ର ଦମଦାର ଇନିଂସ ଖେଳିଥିଲେ । ସେହିପରି ବିରାଟ କୋହିଲ ୨୬ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରିଥିଲେ । ଦିନେଶ କାର୍ତ୍ତିକ ବଦଳରେ ଚୂଡାନ୍ତ ଏକାଦଶରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିଥିଲା । ହେଲେ ସେ ବିଫଳ ରହିଥିଲେ । ମାତ୍ର ୩ ରନ୍‌ କରି କ୍ୟାଚ୍‌ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ସେପଟେ ଜିମ୍ବାୱେର ସେନ୍ ୱିଲିୟମସ୍ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ସିକନ୍ଦର ରାଜା, ବ୍ଲେସିଂ ମୁଜରବାନି ଓ ରିଚାର୍ଡ ଏନ୍‌ଗାର୍ଭା ଗୋଟିଏ ୱିକେଟ ନେଇଥିଲେ ।

Last Updated : Nov 6, 2022, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.