ETV Bharat / sports

Ind vs SA 3rd T20: ଭାରତର ଦମଦାର ବିଜୟ, 48 ରନରେ ହାରିଲା ଦକ୍ଷିଣ ଆଫ୍ରିକା

author img

By

Published : Jun 14, 2022, 10:37 PM IST

Updated : Jun 15, 2022, 7:19 AM IST

ତୃତୀୟ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪୮ରନ୍‌ରେ ମାତ୍‌ ଦେଇଛି ଟିମ୍‌ ଇଣ୍ଡିଆ । ଅଧିନାୟକ ଭାବରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିଲେ ଋଷଭ ପନ୍ତ । ଅଧିକ ପଢ଼ନ୍ତୁ

Ind vs SA 3rd T20: ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିଲେ କ୍ୟାପଟେନ ପନ୍ତ

ବିଶାଖାପାଟନମ: ଠିକ ସମୟରେ ଜବରଦସ୍ତ କମବ୍ୟାକ କରିଛି ଭାରତ । ଋତୁରାଜ ଗାଏକ୍ବାଡ, କିଷନଙ୍କ ଅର୍ଦ୍ଧଶତକ ଇନିଂସ ଏବଂ ଦର୍ଷଲ ଓ ଚହରଙ୍କ ଘାତକ ବୋଲିଂରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି । ବିଶାଖାପାଟନମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-ଟ୍ବେଣ୍ଟିରେ ଭାରତ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକାକୁ ୪୮ରନ୍‌ରେ ମାତ୍‌ ଦେଇଛି ଟିମ୍‌ ଇଣ୍ଡିଆ । ଅଧିନାୟକ ଭାବରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିଛନ୍ତି ଋଷଭ ପନ୍ତ । 180 ରନ୍‌ ବିଜୟ ଲକ୍ଷ୍ୟ ପିଛା କରି ଦକ୍ଷିଣ ଆଫ୍ରିକା ୧୯.୧ ଓଭରରେ ୧୩୧ ରନ୍‌ କରି ଅଲଆଉଟ୍‌ ହୋଇଥିଲା । 3 ୱିକେଟ ନେଇଥିବା ୟୁଝବେନ୍ଦ୍ର ଚହର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ପୂର୍ବ 2 ମ୍ୟାଚରେ ଟସ ହାରିବା ପରି ତୃତୀୟ ମ୍ୟାଚରେ ମଧ୍ୟ ଟସ ହାରିବା ପରେ ବ୍ୟାଟଂ କରିଥିଲା ଭାରତ । ଓପନର ଋତୁରାଜ ଗାଏକ୍ବାଡ ଓ ଇଶାନ କିଷନଙ୍କ ଯୋଡି କଟକରେ ବିଫଳ ହୋଇଥିଲେ ମାତ୍ର ବିଶାଖାପାଟନମରେ ସଫଳ ହୋଇଥିଲେ । ଉଭୟ ଭଲ ଆରମ୍ଭ କରିଥିଲେ । ପ୍ରଥମ 3 ଓଭରରେ ଦଳ ବିନା ୱିକେଟରେ 22 ରନ କରିଥିଲା । କାଗିସୋ ରାବାଡାଙ୍କୁ ଋତୁରାଜ ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ । ନର୍ଜଙ୍କ ପଞ୍ଚମ ଓଭର ବୋଲିଂରେ ଦଳକୁ 20 ରନ ମିଳିଥିଲା । ଘରୋଇ ଦଳର ସ୍କୋର ଦ୍ରୁତ ଗତିରେ ଆଗେଇ ଚାଲିଥିଲା । ପ୍ରଥମ ୱିକେଟରେ ଭାରତ 10 ଓଭରରୁ 97 ରନ କରିଥିଲା । ଋତୁରାଜ ଗାଏକ୍ବାଡ 35 ବଲରୁ 57 ରନ କରି ଆଉଟ ହୋଇଥିଲେ ।

ଅନ୍ତର୍ଜାତୀୟ ଟି-ଟ୍ବେଣ୍ଡିରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ । ଏହା ପରେ ଇଶାନ କିଷନ ଓ ଶ୍ରେୟାସ ଆୟର ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦ୍ବିତୀୟ ୱିକେଟ ଭାବେ ଶ୍ରେୟାସ 14 ରନ କରି ଆଉଟ ହୋଇଥିଲେ । ପରେ ପରେ କିଷନ 35 ବଲରେ 54 ରନ ଆଉଟ ହୋଇଥିଲେ । ଏହାପରେ ଦଳର ରନ ଗାଡି ଧିମା ପଡିଥିଲା । ଅଧିନାୟକ ପନ୍ତ ସଫଳ ହୋଇନଥିଲେ । ମାତ୍ର 6 ରନ କରି ପାଭିଲିୟନ ଫେରିଥିଲେ ପନ୍ତ । ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି 21 ବଲରୁ ଅପରାଜିତ 31 ରନ ହାସଲ କରିଥିଲେ । ଦିନେଶ କାର୍ତ୍ତିକ 6 ଓ ହର୍ଷଲ ପଟେଲ ଅପରାଜିତ 5 ରନ କରିଥିଲେ । 5 ୱିକେଟ ଭାରତର ହରାଇ ଦଳୀୟ ସ୍କୋର 179ରେ ପହଞ୍ଚିଥିଲା ।

180 ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା । ଭୁବନେଶ୍ବର କୁମାର ଓ ଅଭେଶ ଖାନ ପ୍ରଥମରୁ ବି ଫଳ ହୋଇଥିଲେ ବି ଅକ୍ଷର ପଟେଲ ଓପନିଂ ଯୋଡିକୁ ଭାଙ୍ଗିଥିଲେ । ଅଧିନାୟକ ବଭୁମ୍ବା 8, ରିଜା ହେନଡ୍ରିକ୍ସ 23 ରନ କରି ଆଉଟ ହୋଇଥିଲେ । ପରେ ପରେ ଡ୍ବେନ ପ୍ରିଟୋରିୟସ 20, ଡେଭିଡ ମିଲର 3, ହେନରିକ କ୍ଲାସେନ 29, ରାସି ଭନ ଡର ଡୁସେନ 1, କାଗିସୋ ରାବାଡା 9, କେଶବା ମହାରାଜା 11 ରନ କରିଥିଲେ । ୱେନ ପାର୍ନେଲ 22 ରନ କରି ଶେଷ ଯାଏଁ ଅପରାଜିତ ରହିଥିଲେ । ଦର୍ଷଲ ପଟେଲ ଓ ଚହଲ ଘାତକ ସାବ୍ୟସ୍ତ ହୋଇଥିଲେ । ଫଳରେ ଦକ୍ଷିଣ ଆଫ୍ରିକାର ଲଗାତାର ୱିକେଟ ହରାଇଥିଲା । ଦମଦାର ବୋଲିଂ କରି ଭମ୍ରଣକାରୀ ଦଳର ବିଜୟ ଆଶା ଭଣ୍ଡୁର କରିଥିଲେ ଚହଲ ଓ ପଟେଲ । ମିଲର ଓ କ୍ଲାସେନ ବିଫଳ ହେବା ପରେ ଭାରତର ବିଜୟ ସହଜ ହୋଇଥିଲା ।

Last Updated : Jun 15, 2022, 7:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.