ETV Bharat / sports

2nd Test: ଶାର୍ଦ୍ଦୁଳଙ୍କ ଶ୍ରେଷ୍ଠ ପ୍ରଦର୍ଶନ, ଦକ୍ଷିଣ ଆଫ୍ରିକା ୨୨୯ରେ ଅଲଆଉଟ୍‌

ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ ୨୨୯ରେ ଅଲଆଉଟ୍‌ ପରେ ୨୭ ରନ୍‌ରେ ଆଗୁଆ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ନେଲେ ୭ଟି ୱିକେଟ । ଅଧିକ ପଢନ୍ତୁ

author img

By

Published : Jan 4, 2022, 7:39 PM IST

Updated : Jan 4, 2022, 8:23 PM IST

india vs south africa 2nd test
2nd Test: ଶାର୍ଦ୍ଦୁଳଙ୍କ ଶ୍ରେଷ୍ଠ ପ୍ରଦର୍ଶନ, ଦକ୍ଷିଣ ଆଫ୍ରିକା ୨୨୯ରେ ଅଲଆଉଟ୍‌

ଜୋହାନ୍ସବର୍ଗ: ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଧରାଶାୟୀ ହୋଇଛନ୍ତି ଘରୋଇ ଟିମର ବ୍ୟାଟ୍‌ର । ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ ୨୨୯ରେ ଅଲଆଉଟ୍‌ ହୋଇଛି । ଫଳରେ ୨୭ ରନ୍‌ର ପ୍ରଥମ ଇଂନିସ ଅଗ୍ରଣୀ ହାସଲ କରିଛି ଡିନ ଏଲଗାରଙ୍କ ଟିମ ।

ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ଦମଦାର ପ୍ରଦର୍ଶନ ସହ ସର୍ବାଧିକ ୭ଟି ୱିକେଟ ହାତେଇଛନ୍ତି । ମହମ୍ମଦ ସାମି ୨ଟି ଓ ଜଶପ୍ରୀତ ବୁମରା ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କିଗାନ ପିଟରସନ ସର୍ବାଧିକ ୬୨ ଓ ତେମ୍ବା ବାଭୁମା ୫୧ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । କ୍ୟାପଟେନ ଡିନ ଏଲଗାର ୨୮ ଓ ୱିକେଟ କିପର ଭେରିନେ ୨୧ ରନ୍‌ର ଇଂନିସ ଖେଳିଛନ୍ତି । ଶେଷ ଭାଗରଲେ ମାର୍କୋ ଜାନସେନ ୨୧ ଓ କେଶବ ମହାରାଜ ୨୧ ରନ୍‌ର ଉପଯୋଗୀ ଯୋଗଦାନ କରିବା ସହ ଟିମର ସ୍କୋର ୨୦୦ ପାର୍‌ କରାଇଥିଲେ ।

ପୂର୍ବରୁ ଭାରତ ପ୍ରଥମ ଇଂନିସରେ ୨୦୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା । କ୍ୟାପଟେନ କେଏଲ ରାହୁଲ ୫୦ ଓ ରବିଚନ୍ଦ୍ରନ ଅଶ୍ବିନ ୪୬ ରନ୍‌ର ଇଂନିସ ଖେଳିଥିଲେ ।

ANI

Last Updated : Jan 4, 2022, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.