ETV Bharat / sports

ସିରିଜ ହ୍ବାଇଟୱାସ ପରେ ICC ଟି-୨୦ ରାଙ୍କିଂର ଟପ୍‌ରେ ଭାରତ - ଟି-୨୦ରେ ଶ୍ରେଷ୍ଠ ଦଳ ହେଲା ଭାରତ

6 ବର୍ଷ ପରେ ପ୍ରଥମ ଥର ପାଇଁ ଟି-୨୦ ଦଳୀୟ ମାନ୍ୟତାର ପ୍ରଥମରେ ରହିଛି ଟିମ୍‌ ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍‌କୁ ଟି-୨୦ ସିରିଜରେ ୩-୦ରେ ମାତ ଦେଇ ସିରିଜ ହ୍ବାଇଟୱାସ କରିବା ପରେ ଏହି ମାନ୍ୟତା ହାସଲ କରିଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ସିରିଜ ହ୍ବାଇଟୱାସ୍‌ ପରେ ICC ଟି-୨୦ ରାଙ୍କିଂର ସର୍ବାଗ୍ରେ ଭାରତ

author img

By

Published : Feb 21, 2022, 6:50 PM IST

ଦୁବାଇ: 6 ବର୍ଷ ପରେ ପ୍ରଥମ ଥର ପାଇଁ ଟି-୨୦ ଦଳୀୟ ମାନ୍ୟତାର ପ୍ରଥମରେ ରହିଛି ଟିମ ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍‌କୁ ଟି-୨୦ ସିରିଜରେ ୩-୦ରେ ମାତ ଦେଇ ସିରିଜ ହ୍ବାଇଟୱାସ କରିବା ପରେ ଏହି ମାନ୍ୟତା ହାସଲ କରିଛି ଟିମ୍‌ ଇଣ୍ଡିଆ । ଏହାପୂର୍ବରୁ ୨୦୧୬ ମସିହା ଫେବ୍ରୁଆରୀରୁ ମେ ମାସ ମଧ୍ୟରେ ଧୋନୀଙ୍କ ଅଧିନାୟକତ୍ବରେ ଭାରତୀୟ ଦଳ ଟି-୨୦ ରାଙ୍କିଂର ଟପରେ ରହିଥିଲା ।

୨୦୨୧ରେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ପରେ ଭାରତୀୟ ଦଳ ଲଗାତାର ୯ଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଏଥିରେ ନ୍ୟୁଜିଲାଣ୍ଡ ସିରିଜ ଓ ୱେଷ୍ଟଇଣ୍ଡିଜ ସିରିଜ ସାମିଲ ରହିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ସିରିଜକୁ ହ୍ବାଇଟୱାସ କରିଥିଲା । ଏହାପରେ ୱେଷ୍ଟଇଣ୍ଡିଜ ଦଳ ବିପକ୍ଷରେ ଦଳ ସମାନ ପ୍ରଦର୍ଶନ କରିଛି ।

ରବିବାର ଶେଷ ଟି-୨୦ ମ୍ୟାଚ୍‌ରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୭ ରନ୍‌ରେ ବିଜୟ ହାସଲ କରିଥିଲା । ଏଥିରେ ସୂର୍ଯ୍ୟ କୁମାର ଯାଦବ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରି ଦ୍ରୁତ ୬୫ ରନ୍‌ କରିଥିଲେ । ଭେଙ୍କେଟେସ ଆୟର ଓ ସୂର୍ଯ୍ୟ କୁମାର ଯାଦବଙ୍କ ମଧ୍ୟରେ ୯୦ରନ୍‌ର ଭାଗିଦାରୀ ହୋଇଥିଲା । ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଇଣ୍ଡିଜ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୭ ରନ୍‌ ହାସଲ କରିଥିଲା । ଫାଷ୍ଟ ବୋଲର ହର୍ଷଲ ପଟେଲ ଭାରତ ପକ୍ଷରୁ ସର୍ବାଧିକ ୩ ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.