ETV Bharat / sports

Ind vs WI: ରାହୁଲଙ୍କ ବଦଳ ଖେଳାଳିଭାବେ ଭାରତୀୟ ସ୍କ୍ବାଡ୍‌ରେ ସାମସନ ସାମିଲ୍‌

author img

By

Published : Jul 29, 2022, 4:41 PM IST

କୋଭିଡ ସଂକ୍ରମଣ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରୁ ବାଦ୍‌ ପଡିଥିବା କେଏଲ ରାହୁଲଙ୍କ ସ୍ଥାନରେ ଭାରତୀୟ ସ୍କ୍ବାଡ୍‌ରେ ସଞ୍ଜୁ ସାମସନ ସାମିଲ । ଅଧିକ ପଢନ୍ତୁ

Ind vs WI T-20 : ରାହୁଲଙ୍କ ସ୍ଥାନରେ ସଞ୍ଜୁ ସାମସନ

ହାଇଦ୍ରାବାଦ: ଦିନିକିଆ ସିରିଜ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ସିରିଜ ପାଇଁ ଭାରତୀୟ ଦଳରେ ଲୋକେଶ ରାହୁଲଙ୍କ ବଦଳରେ ସ୍ଥାନ ପାଇଛନ୍ତି ସଞ୍ଜୁ ସାମସନ । କୋଭିଡ ସଂକ୍ରମଣ ପାଇଁ ରାହୁଲ ଏହି ସିରିଜରୁ ବାଦ୍‌ ପଡିଥିଲେ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପକ୍ଷରୁ ସୂଚନା ଦିଆଯାଇଛି । ସଦ୍ୟ ସମାପ୍ତ ଇଣ୍ଡିଜ ବିପକ୍ଷ ODI ସିରିଜରେ ସାମସନ ପ୍ରଭାବୀ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ ଆଜିଠାରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ଟି ଟି-୨୦ ମ୍ୟାଚ ଖେଳିବ । ଭାରତୀୟ ସମୟ ଅନୁସାରେ ରାତି ୮.୦୦ରୁ ଏହି ମ୍ୟାଚ୍‌ ଆରମ୍ଭ ହେବ । ନିକଟରେ ରାହୁଲ କରୋନା ସଂକ୍ରମିତ ହୋଇ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଥିଲେ ରାହୁଲ । କୋରୋନା ପାଇଁ ସେ ତାଙ୍କର ହୋମ ଆଇସୋଲେସନ ପିରିୟଡ ପୁରା କରିସାରିଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ବର୍ତ୍ତମାନ ବିଶ୍ରାମ ନେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.