ETV Bharat / sports

IND vs WI: ଭାରତୀୟ କ୍ୟାମ୍ପ୍‌ରେ ରାହୁଲ, ଅଗ୍ରୱାଲ ସାମିଲ

author img

By

Published : Feb 7, 2022, 9:25 PM IST

ଭାଇସ-କ୍ୟାପଟେନ କେଏଲ ରାହୁଲ ଓ ବ୍ୟାଟ୍‌ର ମୟଙ୍କ ଅଗ୍ରୱାଲ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ଖେଳିବାରୁ ବଞ୍ଚିତ ହେବାପରେ ଭାରତୀୟ କ୍ୟାମ୍ପ୍‌ରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

IND vs WI: KL Rahul, Mayank join India camp; Saini returns from Covid isolation
IND vs WI: ଭାରତୀୟ କ୍ୟାମ୍ପ୍‌ରେ ରାହୁଲ, ଅଗ୍ରୱାଲ ସାମିଲ

ଅହମ୍ମଦାବାଦ: ଭାଇସ-କ୍ୟାପଟେନ କେଏଲ ରାହୁଲ ଓ ବ୍ୟାଟ୍‌ର ମୟଙ୍କ ଅଗ୍ରୱାଲ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ଖେଳିବାରୁ ବଞ୍ଚିତ ହେବାପରେ ଭାରତୀୟ କ୍ୟାମ୍ପ୍‌ରେ ସାମିଲ ହୋଇଛନ୍ତି । ଅନ୍ୟପଟେ COVID-19 ସଂକ୍ରମିତ ଚିହ୍ନଟ ହୋଇ ଆଇସୋଲେସନରେ ଥିବା ଦ୍ରୁତ ବୋଲର ନବଦୀପ ସାଇନି ମଧ୍ୟ ଟିମକୁ ଫେରିଛନ୍ତି ।

ଏହାମଧ୍ୟ ପଢନ୍ତୁ: IPL 2022: ନୂଆ ଅହମ୍ମଦାବାଦ ଟିମର ନାମ ଅହମ୍ମଦାବାଦ ଟାଇଟାନ୍‌ସ

ସୋମବାର, ଭାରତୀୟ କ୍ରିକେଟ ବୋର୍ଡ(BCCI) ରାହୁଲ, ମୟଙ୍କ ଓ ସାଇନି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଭ୍ୟାସ କରୁଥିବାର ଫଟୋ ସେୟାର କରିଛି । ବୁଧବାର ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଟିମ ଇଣ୍ଡିଆ ।

ବ୍ୟକ୍ତିଗତ କାରଣରୁ ରାହୁଲ ପ୍ରଥମ ଦିନିକିଆ ଖେଳିନଥିଲେ । ସେହିପରି ଭାରତୀୟ କ୍ୟାମ୍ପ୍‌ରେ COVID-19 ମାମଲା ସାମ୍ନାକୁ ଆସିବା ପରେ ସ୍କ୍ବାଡ୍‌ରେ ସାମିଲ ହୋଇଥିବା ଅଗ୍ରୱାଲଙ୍କ ବାଧ୍ୟତାମୂଳକ କ୍ବାରେଣ୍ଟିନ ସମୟ ଶେଷ ହୋଇନଥିବାରୁ ପ୍ରଥମ ଦିନିକିଆରେ ଟିମରେ ସାମିଲ ହୋଇପାରିନଥିଲେ । ଶିଖର ଧାୱନ, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ଅନ୍ୟ ୪ ସପୋର୍ଟ ଷ୍ଟାଫ ସଦସ୍ୟ ଓ ଷ୍ଟାଣ୍ଡବାଏ ଖେଳାଳି ଥିବା ସାଇନି ଅହମ୍ମଦାବାଦରେ ପହଞ୍ଚିବା ପରେ COVID-୧୯ ପଜିଟିଭ ଚିହ୍ନଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.