ETV Bharat / sports

Ind vs WI 2nd ODI: ଟସ ହାରି ଭାରତର ବ୍ୟାଟିଂ ଜାରି, ଇଷାନଙ୍କ ସ୍ଥାନରେ ରାହୁଲ

author img

By

Published : Feb 9, 2022, 1:58 PM IST

ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଦିନିକିଆ ଆରମ୍ଭ ହୋଇଯାଇଛି । ମ୍ୟାଚ ପୂର୍ବରୁ ଟସ ହାରିଛି ଭାରତ । ୱେଷ୍ଟଇଣ୍ଡିଜ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଭାରତର ବ୍ୟାଟିଂ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଭାରତର ବ୍ୟାଟିଂ ଜାରି
ଭାରତର ବ୍ୟାଟିଂ ଜାରି

ଅହମ୍ମଦାବାଦ: ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଦିନିକିଆ ଆରମ୍ଭ ହୋଇଯାଇଛି । ମ୍ୟାଚ ପୂର୍ବରୁ ଟସ ହାରିଛି ଭାରତ । ୱେଷ୍ଟଇଣ୍ଡିଜ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଭାରତର ବ୍ୟାଟିଂ ଆରମ୍ଭ ହୋଇଛି । ଇଷାନଙ୍କ ସ୍ଥାନରେ ଲୋକେଶ ରାହୁଲ ଖେଳୁଛନ୍ତି । ସେପଟେ ଆହତ ପାଇଁ ପୋଲାର୍ଡ ଖେଳୁନାହାନ୍ତି । ତାଙ୍କ ବଦଳରେ ଦଳର ନେତୃତ୍ବ ନେଇଛନ୍ତି ନିକୋଲ୍ସ ପୁରନ ।

🚨 Toss Update 🚨

West Indies have elected to bowl against #TeamIndia in the second ODI of the series. #INDvWI | @Paytm

Follow the match ▶️ https://t.co/yqSjTw302p pic.twitter.com/fcnbt584s9

— BCCI (@BCCI) February 9, 2022

ମ୍ୟାଚ୍‌ରେ ଇଣ୍ଡିଜ ଟିମର ଅଧିନାୟକ କିରନ ପୋଲାର୍ଡ ଖେଳୁନାହାନ୍ତି । ଆହତ ଯୋଗୁଁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି । ତାଙ୍କ ବଦଳରେ ପୁରନ ଦଳର ଦାୟିତ୍ବ ସମ୍ଭାଳିଛନ୍ତି । ପୋଲାର୍ଡଙ୍କ ସ୍ଥାନରେ ଓଡେନ ସ୍ମିଥ ଆଜି ମୈଦାନକୁ ଓହ୍ଲାଇବେ । ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆ ଜିତିବା ସତ୍ତ୍ବେ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ଦଳକୁ ଉପ ଅଧିନାୟକ କେଏଲ ରାହୁଲ ଫେରିଛନ୍ତି ।

ଗତ ମ୍ୟାଚରେ ଇନିଂସ ଆରମ୍ଭ କରିଥିବା ଈଶାନ କିଶନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଛି । ତାଙ୍କ ବଦଳରେ ରାହୁଲ ଓ ରୋହିତ ଇନିଂସ ଆରମ୍ଭ କରିଛନ୍ତି । ରୋହିତ ଶର୍ମା ସଅଳ ପାଭିଲିୟନ ଫେରିଛନ୍ତି । ୨ ଓଭର ବେଳକୁ ମାତ୍ର ୫ ରନ କରି କେମାର ରୋଚଙ୍କ ବଲରେ ଆଉଟ ହୋଇଛନ୍ତି ରାହୁଲ ।

ବ୍ଯୁରୋ ରିପୋର୍ଟ,ଇଟିିଭି ଭାରତ

ଅହମ୍ମଦାବାଦ: ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଦିନିକିଆ ଆରମ୍ଭ ହୋଇଯାଇଛି । ମ୍ୟାଚ ପୂର୍ବରୁ ଟସ ହାରିଛି ଭାରତ । ୱେଷ୍ଟଇଣ୍ଡିଜ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଭାରତର ବ୍ୟାଟିଂ ଆରମ୍ଭ ହୋଇଛି । ଇଷାନଙ୍କ ସ୍ଥାନରେ ଲୋକେଶ ରାହୁଲ ଖେଳୁଛନ୍ତି । ସେପଟେ ଆହତ ପାଇଁ ପୋଲାର୍ଡ ଖେଳୁନାହାନ୍ତି । ତାଙ୍କ ବଦଳରେ ଦଳର ନେତୃତ୍ବ ନେଇଛନ୍ତି ନିକୋଲ୍ସ ପୁରନ ।

ମ୍ୟାଚ୍‌ରେ ଇଣ୍ଡିଜ ଟିମର ଅଧିନାୟକ କିରନ ପୋଲାର୍ଡ ଖେଳୁନାହାନ୍ତି । ଆହତ ଯୋଗୁଁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି । ତାଙ୍କ ବଦଳରେ ପୁରନ ଦଳର ଦାୟିତ୍ବ ସମ୍ଭାଳିଛନ୍ତି । ପୋଲାର୍ଡଙ୍କ ସ୍ଥାନରେ ଓଡେନ ସ୍ମିଥ ଆଜି ମୈଦାନକୁ ଓହ୍ଲାଇବେ । ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆ ଜିତିବା ସତ୍ତ୍ବେ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ଦଳକୁ ଉପ ଅଧିନାୟକ କେଏଲ ରାହୁଲ ଫେରିଛନ୍ତି ।

ଗତ ମ୍ୟାଚରେ ଇନିଂସ ଆରମ୍ଭ କରିଥିବା ଈଶାନ କିଶନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଛି । ତାଙ୍କ ବଦଳରେ ରାହୁଲ ଓ ରୋହିତ ଇନିଂସ ଆରମ୍ଭ କରିଛନ୍ତି । ରୋହିତ ଶର୍ମା ସଅଳ ପାଭିଲିୟନ ଫେରିଛନ୍ତି । ୨ ଓଭର ବେଳକୁ ମାତ୍ର ୫ ରନ କରି କେମାର ରୋଚଙ୍କ ବଲରେ ଆଉଟ ହୋଇଛନ୍ତି ରାହୁଲ ।

ବ୍ଯୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.