ETV Bharat / sports

India vs West indies: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, କଳାବ୍ୟାଚ ପିନ୍ଧି ଲତାଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Feb 6, 2022, 2:44 PM IST

ଆରମ୍ଭ ହାେଇଛି ଭାରତ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ । ଏହାସହ ଭ୍ରମଣକାରୀ ଦଳ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରୁଛି । ଅଧିକ ପଢନ୍ତୁ

ଟସ୍ ଜିତି ଭାରତର ଫିଲ଼୍ଡିଂ ନିଷ୍ପତ୍ତି
ଟସ୍ ଜିତି ଭାରତର ଫିଲ଼୍ଡିଂ ନିଷ୍ପତ୍ତି

ଅହମ୍ମଦାବାଦ: ଆଜିଠୁ ଭାରତ ଓ ଓ୍ବେଷ୍ଟ ଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ଏହି ମୁକାବିଲା ସହ ଭାରତର ୧୦୦୦ ତମ ଦିନିକିଆ ଖେଳିବ । ମ୍ୟାଚ୍ ପୂର୍ବରୁ ଟସ ଜିତିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଏହାସହ ଭ୍ରମଣକାରୀ ଦଳ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରୁଛି ।

ଟସ୍ ଜିତି ଭାରତର ଫିଲ଼୍ଡିଂ ନିଷ୍ପତ୍ତି
ଟସ୍ ଜିତି ଭାରତର ଫିଲ଼୍ଡିଂ ନିଷ୍ପତ୍ତି

ଅହମଦାବାଦସ୍ଥିତ ବିଶ୍ବର ବୃହତ୍ କ୍ରିକେଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୋହିତଙ୍କ ନେତୃତ୍ବରେ ଭାରତ ୧୦୦୦ତମ ଦିନିକିଆ ଖେଳିବାକୁ ଯାଉଥିଲା ବେଳେ କୋଭିଡ୍ ସଂକଟ ଯୋଗୁଁ କୌଣସି ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ମିଳିବନି । ୪ ଖେଳାଳି କୋରୋନା ପଜିଟିଭ୍ ହେବା ଦଳ ପାଇଁ ଚିନ୍ତା ବଢାଇଛି । ଭାରତୀୟ ଦିନିକିଆ ଦଳର ନେତୃତ୍ବ ନେଇଥିବା ରୋହିତ ଶର୍ମା ଏହି ସିରିଜ୍ ରେ ଦଳକୁ କିପରି ପରିଚାଳନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ ମ୍ୟାଚ ଆରମ୍ଭ ପୂର୍ବକୁ ସ୍ବର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କଳାଫିତା ଭିଡି ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ଟିମ ଇଣ୍ଡିଆ । ପ୍ରକାଶ ଥାଉ କି ଆଜି ସକାଳେ ତାଙ୍କର ନିଧନ ହୋଇଛି । ଏ ନେଇ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.