ETV Bharat / sports

Ind vs SL: ସାମସନ ଆହତ, ପ୍ରଥମ ଦିନିକିଆରୁ ବାଦ୍‌

author img

By

Published : Jul 18, 2021, 6:01 PM IST

ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରୁ ବାଦ ପଡିଛନ୍ତି ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ । ଅଧିକ ପଢନ୍ତୁ...

Ind vs SL: Sanju Samson ruled out of first ODI due to sprained ligament
Ind vs SL: ସାମସନ ଆହତ, ପ୍ରଥମ ଦିନିକିଆରୁ ବାଦ୍‌

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରୁ ବାଦ ପଡିଛନ୍ତି ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ । ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ସାମସନ ବାଦ ପଡିଥିବା ଜଣାପଡିଛି । ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି ।

ସାମସନଙ୍କ ଆହତ ସୂଚନା ନେଇ BCCI ସ୍ପଷ୍ଟ କରିଛି, "ସାମସନ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ମେଡିକାଲ ଟିମ ତାଙ୍କର ସୁସ୍ଥତା ନେଇ ଯାଞ୍ଚ କରୁଛନ୍ତି । ପ୍ରଥମ ମ୍ୟାଚ ପାଇଁ ଖେଳାଳି ଚୟନରେ ଉପଲବ୍ଧ ନାହାନ୍ତି ।"

ତେବେ ଜୁଲାଇ ୨୦ରେ ସମାନ ଭେନ୍ୟୁରେ ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ସାମସନ ଖେଳିବେ କିମ୍ବା ନାହିଁ ସ୍ପଷ୍ଟ କରାନାହିଁ ଭାରତୀୟ କ୍ରିକେଟ ବୋର୍ଡ ।

ଅନ୍ୟପଟେ ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷରେ ସେମାନଙ୍କର ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ କରିଛନ୍ତି । ଜନ୍ମଦିନରେ ଦ୍ବିତୀୟ ଭାରତୀୟ ଓ ମୋଟଭାବେ ୧୬ତମ ଖେଳାଳି ଭାବେ ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିଛନ୍ତି ଇଶାନ । ଗୁରଶରନ ସିଂହ ପ୍ରଥମ ଭାରତୀୟ ଖେଳାଳି ଭାବେ ବର୍ଷ ୧୯୯୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ହାମିଲଟନରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.