ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ଟିକିଆ ଟି-୨୦ ସିରିଜରେ ଆଜି ତୃତୀୟ ଟି୨୦ ମ୍ୟାଚ ଖେଳୁଛି ଭାରତ । ଭାରତକୁ ୨୨୮ ରନ ଟାର୍ଗେଟ ଦେଇଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୭ କରିଛି । ସେପଟେ ରିଲେ ରୁସୋଙ୍କ ଧୂଆଁଧାର ଶତକ ହାସଲ କରିଛନ୍ତି ।
-
Innings Break!
— BCCI (@BCCI) October 4, 2022 " class="align-text-top noRightClick twitterSection" data="
South Africa post a formidable total of 227/3 on the board.
Scorecard - https://t.co/dpI1gl5uwA #INDvSA @mastercardindia pic.twitter.com/oiikTi69Vc
">Innings Break!
— BCCI (@BCCI) October 4, 2022
South Africa post a formidable total of 227/3 on the board.
Scorecard - https://t.co/dpI1gl5uwA #INDvSA @mastercardindia pic.twitter.com/oiikTi69VcInnings Break!
— BCCI (@BCCI) October 4, 2022
South Africa post a formidable total of 227/3 on the board.
Scorecard - https://t.co/dpI1gl5uwA #INDvSA @mastercardindia pic.twitter.com/oiikTi69Vc
ଭାରତୀୟ ବୋଲରଙ୍କ ରଣକୌଶଳ ଆଜି ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କ ଆଗରେ ଫେଲ ମାରିଛି । ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲା ଦକ୍ଷିଣ ଆଫ୍ରିକା । ରିଲେ ରୁସୋ ଏବଂ ଡି କୋକ୍ ଙ୍କ ଲଢୁଆ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ୨୦୦ ସ୍କୋର ଅତିକ୍ରମ କରିବାରେ ସକ୍ଷମ ହୋଇପାରିଛି । ସବୁ ଥର ପରି ଆଜିର ମ୍ୟାଚରେ ମଧ୍ୟ ତେମ୍ବା ବାଭୁମା ନିରାଶ କରିଥିଲେ । ଉମେଶ ଯାଦବଙ୍କ ବଲରେ ଆଉଟ ହୋଇ ୩ ରନ କରି ପାଭଲିୟନ ଫେରିଥିଲେ ତେମ୍ବା ବାଭୁମା । ତିନି ନମ୍ବର ବ୍ୟାଟିଂ ଅର୍ଡରରେ ଆସିଥିବା ରିଲେ ରୁସୋ ଦମଦାର ଫର୍ମରେ ମଇଦାନରେ ପ୍ରବେଶ କରିଥିଲେ । ବାଉଣ୍ଡରୀ ସଟ ଖେଳିବା ସହିତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ । ମାତ୍ର ୪୮ ବଲରୁ ୭ ଟି ଚୌକା ଏବଂ ୮ ଟି ଛକା ମାରି ୧୦୦ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି ରିଲେ ରୁସୋ । ସେହିପରି ଡି କୋକ ମଧ୍ୟ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୪୩ ବଲରୁ ୬ ଟି ଚୌକା ଏବଂ ୪ ଟି ଛକା ସହିତ ୪୩ ରନ ଇନିଂସ ଆଉଟ ହୋଇଛନ୍ତି । ସେହିପରି ତ୍ରିସ୍ତନ ଷ୍ଟୁବାସ ୨୩ ରନ କରି ଆଉଟ ହୋଇଥିବା ବେଳେ ଡେଭିଡ ମିଲର ୫ ଟି ବଲରୁ ୧୯ ରନ କରି ଅପରାଜିତ ରହିଛନ୍ତି ।