ETV Bharat / sports

Ind Vs SA 1st T20: ଭାରତକୁ ୧୦୭ ରନର ଟାର୍ଗେଟ, ଚମକିଲେ ବୋଲର

author img

By

Published : Sep 28, 2022, 8:45 PM IST

Updated : Sep 28, 2022, 9:22 PM IST

ଦକ୍ଷିଣ ଆଫ୍ରିକା ସହିତ ଭାରତ ପ୍ରଥମ ଟି-୨୦ ମ୍ୟାଚ ଖେଳୁଛି । ଭାରତକୁ ୧୦୭ ରନର ଟାର୍ଗେଟ ଦେଇଛି ଦକ୍ଷିଣ ଆଫ୍ରିକା  ।

Ind Vs SA 1st T20 : ଭାରତକୁ ୧୦୭ ରନର ଟାର୍ଗେଟ, ଚମକିଲେ ଭାରତୀୟ ବୋଲର

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ସହିତ ଭାରତ ପ୍ରଥମ ଟି-୨୦ ମ୍ୟାଚ ଖେଳୁଛି । ଭାରତକୁ ୧୦୭ ରନର ଟାର୍ଗେଟ ଦେଇଛି ଦକ୍ଷିଣ ଆଫ୍ରିକା । ଟସ ହାରି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୦୬ ରନ କରିଛି ।

ଚମକିଲେ ଭାରତୀୟ ବୋଲର । ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂରେ ସାଉଥ ଆଫ୍ରିକାର ଗୋଟିଏ ପରେ ଗୋଟିଏ ବ୍ୟାଟର ଧରାସାୟୀ ହୋଇଥିଲେ । ଖାତା ଖୋଲିବାରେ ବିଫଳ ରହିଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟର । ଦକ୍ଷିଣ ଆଫ୍ରିକା ୯ ରନରେ ୫ ୱିକେଟ ହରାଇ ସାରିଥିଲା । ଭାରତ ପାଖରୁ ବ୍ୟାଟିଂ ଆମନ୍ତ୍ରଣ ପାଇଁ ମଇଦାନକୁ ଓହ୍ଲାଇଥିଲା ତେମ୍ବା ବାଭୁମା ଦଳ । ହେଲେ ପ୍ରଥମ ଓଭରରେ ଭାରତୀୟ ବୋଲର ଝଟକା ଦେଇଥିଲେ । ଦୀପକ ଚହର ଅଧିନାୟକ ତେମ୍ବା ବାଭୁମାଙ୍କୁ ପ୍ରଥମେ ଆଉଟ କରି ପାଭଲିୟନ ପଠାଇଥିଲେ । ଏହା ପରେ ଯୁବ ବୋଲର ଅର୍ଶଦୀପ ସିଂହ କ୍ବିଣ୍ଟନ ଡି କକଙ୍କୁ ୧ ରନରେ ଆଉଟ କରି ସଅଳ ପାଭଲିୟନ ଲେଉଟାଇ ଦେଇଥିଲେ ।

ଏହାପରେ ରିଲି ରୁଷୋ ଖାତା ଖୋଲିବା ପୂର୍ବରୁ ତାଙ୍କୁ ଆଉଟ କରିଥିଲେ ଅର୍ଶଦୀପ । ପରବର୍ତ୍ତି ବଲରେ ଡେଭିଡ ମିଲରଙ୍କୁ ବଲ୍ଡ କରିଥିଲେ । ଏହାପରେ ତ୍ରିସ୍ତାନ ସ୍ଟବସ ଖାତା ଖୋଲିବା ପୂର୍ବରୁ ଦୀପକ ଚହର ବଲରେ ଆଉଟ ହୋଇଯାଇଥିଲେ । ୨.୩ ଓଭର ବେଳକୁ ଦକ୍ଷିଣ ଆଫ୍ରିକା ୯ ରନରେ ୫ ୱିକେଟ ହରାଇ ସାରିଥିଲା । ପରେ ଏଡେନ ମାକ୍ରମ ଏବଂ ୱାଏନ ପାର୍ଲେଙ୍କ ପାର୍ଟନରସିପରେ ଦଳୀୟ ସ୍କୋର ଆଗକୁ ବଢିଥିଲା । ୭ ଓଭରରେ ମାକ୍ରମଙ୍କ ୱିକେଟ ନେଇଥିଲେ ହର୍ଷଲ ପଟେଲ । ମାକ୍ରମ ୨୪ ରନରୁ ୩ ଟି ଚୌକା ସହ ଗୋଟିଏ ଛକା ମାରି ୨୫ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି । ଏହା ପରେ କେଶବ ମହାରାଜ ଦଳ ପାଇଁ ସୁରକ୍ଷାକବଜ ସାଜିଥିଲେ । ତାଙ୍କର ଦମଦାର ବ୍ୟାଟିଂ ଦଳୀୟ ସ୍କୋରକୁ ସାମାନ୍ୟ ଆଶ୍ବସ୍ଥି ପ୍ରଦାନ କରିଥିଲା । ସେ ୩୫ ବଲରୁ ୫ଟି ଚୌକା ଏବଂ ୨ ଟି ଛକା ସହ ସର୍ବାଧିକ ୪୧ ରନ ଇନିଂସ ଖେଳି ହର୍ଷଲ ପଟେଲଙ୍କ ବଲରେ ବୋଲ୍ଡ ହୋଇଥିଲେ । ୱାଏନ ପାର୍ଲେ ୨୪ ରନ କରି ଆଉଟ ହୋଇଥିବା ବେଳେ କାଗିସୋ ରାବଡା ୭ ରନ ଏବଂ ଅନରିଜ ନର୍ତୋଜା ୨ ରନ କରି ଅପରାଜିତ ରହିଛନ୍ତି ।

ସେପଟେ ଭାରତୀୟ ବୋଲରଙ୍କ ବିସ୍ଫୋରକ ବୋଲିଂ ଦେଖିବାକୁ ମିଳିଥିଲା । ଯୁବ ବୋଲର ଅର୍ଶଦୀପ ସିଂ ୪ ଓଭର ବୋଲିଂ କରି ୩୨ ବ୍ୟୟରେ ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ସେହିପରି ଦୀପକ ଚହର ଏବଂ ହର୍ଷଲ ପଟେଲ ୨ ୱିକେଟ ଅକ୍ତିଆର କରିଥିବା ବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଛନ୍ତି । ରବିଚନ୍ଦ୍ରନ ଅଶ୍ବିନ ୪ ଓଭର ବୋଲିଂ କରି ୮ ବ୍ୟୟ କରିଥବା ବେଳେ କୌଣସି ୱିକେଟ ନେଇ ନାହାଁନ୍ତି ।

Last Updated : Sep 28, 2022, 9:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.