ETV Bharat / sports

T-20 WC Warmup: ଭାରତ ସାମ୍ନାରେ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ

author img

By

Published : Oct 18, 2021, 9:16 PM IST

Updated : Oct 18, 2021, 9:24 PM IST

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୮ ରନ୍‌ ସଂଗ୍ରହ କରିଛି । ଭାରତ ସାମ୍ନାରେ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IND vs ENG, T20 WC Warmup: England set a target of 189 runs
T20 WC Warmup: ଭାରତ ସାମ୍ନାରେ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ: ଟି-୨୦ ବିଶ୍ବକପ ପୂର୍ବରୁ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳୁଛି ଟିମ ଇଣ୍ଡିଆ । ICC ଏକାଡେମୀ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ଯାସ ମ୍ୟାଚ୍‌ ଖେଳୁଛି ବିରାଟ ବାହିନୀ । ଟସ୍‌ ଜିତି କ୍ୟାପଟେନ ବିରାଟ କୋହଲି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଫଳରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୮ ରନ୍‌ ସଂଗ୍ରହ କରିଛି । ଭାରତ ସାମ୍ନାରେ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଇଂଲଣ୍ଡ ପକ୍ଷରୁ ଜନ୍ନି ବେୟରଷ୍ଟୋ ସର୍ବାଧିକ ୪୯ ଓ ମୋଇନ ଅଲୀ ୪୩ ରନ୍‌ର ଇଂନିସ ଖେଳିଛନ୍ତି । ବଟଲରଙ୍କ ଅନୁପସ୍ଥିତିରେ କ୍ୟାପଟେନ ଭାର ସମ୍ଭାଳିଥିବା ଜସ ବଟଲର ୧୮, ଡେବିଡ ମଲାନ ୧୮ ଓ ଜେସନ ରୟ ୧୭ ରନ୍‌ର ଇଂନିସ ଖେଳିଛନ୍ତି ।

ଲିଆମ ଲିଭିଂଷ୍ଟୋନ ୨୦ ବଲ୍‌ରୁ ୪ ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍‌ର ଦ୍ରୁତ ଇଂନିସ ଖେଳିଛନ୍ତି ।

ସେହିପରି ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୩ଟି ୱିକେଟ ହାସଲ କରିଛନ୍ତି । ଜଶପ୍ରୀତ ବୁମରାହ ଓ ସ୍ପିନର ରାହୁଲ ଚହରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 18, 2021, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.