ETV Bharat / sports

Ind vs Eng 2nd ODI: ଟପଲେଙ୍କ ବୋଲିଂରେ ଧରାସାୟୀ ଭାରତ, ୧୦୦ ରନରେ ଜିତିଲା ଇଂଲଣ୍ଡ

author img

By

Published : Jul 15, 2022, 7:37 AM IST

ଇଂଲଣ୍ଡ ବୋଲର ରିଶ୍ ଟପଲେଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ଭାରତୀୟ ବୋଲର । ୧୦୦ ରନରେ ଦ୍ବିତୀୟ ଦିନିକିଆ ଜିତିଲା ଇଂଲଣ୍ଡ । ଅଧିକ ପଢନ୍ତୁ

Ind vs Eng 2nd ODI: ଟପଲେଙ୍କ ବୋଲିଂରେ ଧରାସାୟୀ ଭାରତ, ୧୦୦ ରନରେ ଜିତିଲା ଇଂଲଣ୍ଡ
Ind vs Eng 2nd ODI: ଟପଲେଙ୍କ ବୋଲିଂରେ ଧରାସାୟୀ ଭାରତ, ୧୦୦ ରନରେ ଜିତିଲା ଇଂଲଣ୍ଡ

ଲଣ୍ଡନ: ଫିକା ପଡିଲା ଚହଲଙ୍କ ଚମକ, ଇଂଲଣ୍ଡ ବୋଲର ରିଶ୍ ଟପଲେଙ୍କ ଘାତକ ବୋଲିଂରେ ଘାଇଲା ଭାରତ । ୧୦୦ ରନରେ ଦ୍ବିତୀୟ ଦିନିକିଆ ଜିତିଲା ଇଂଲଣ୍ଡ । ଫଳରେ ମ୍ୟାଚ ଯିତି ଇଂଲଣ୍ଡ ୧-୧ରେ ସିରିଜ ବରାବର କରିଛି । ପ୍ରଥମେ ଟସ ଜିତିବା ପରେ ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଭାରତ । ୪୯ ଓଭରରେ ଇଂଲଣ୍ଡ ୨୪୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଏହାପରେ ୨୪୭ ରନର ବିଜୟ ଲକ୍ଷ ନେଇ ଫିଲ୍ଡକୁ ଓହ୍ଲାଇଥିଲା ଭାରତ। କିନ୍ତୁ ଇଂଲଣ୍ଡ ବୋଲର ରିଶି ଟପଲେଙ୍କ ଧୁମାଧାର ବୋଲିଂରେ ଭୁଶୁଡିଥିଲା ଭାରତର ବ୍ୟାଟିଂ ସ୍ଥିତି ।

ମାତ୍ର ୩୮.୫ ଓଊରରେ ଭାରତ ୧୪୬ ରନ କରି ଆଲଆଉଟ ହୋଇଥିଲା । ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରି ଖାତା ଖୋଲି ନପାରି ଆଉଟ ହୋଇଥିବା ବେଳେ ଶେଖର ଧାଓ୍ବନ ମାତ୍ର ୯ରନ କରି ପାଭିଲିୟନକୁ ଫେରିଥିଲେ । ସେହିପରି ଋଷଭ ପନ୍ତ ଆଉଟ ହୋଇଥିଲେ। ତେବେ ବିରାଟ କୋହିଲଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ଥିବା ବେଳେ ସେ ମାତ୍ର ୧୬ ରନ କରିବାକୁ ସକ୍ଷମ ହୋଇଥିଲେ। ସୂର୍ଯ୍ୟକୁମାର ୨୭ ଓ ହାର୍ଦ୍ଦିକ ପାଣ୍ଡ୍ୟା୨୯ ରନ କରିଥିଲେ । ଶେଷରେ ଜାଡେଜା ୨୯ରନରେ ଆଉଟ ହେବାପରେ ୧୦୦ ରନରେ ସିରିଜ ହାତେଇଥିଲା ଇଂଲଣ୍ଡ । ଅନ୍ୟପଟେ ୟୁଜିବେନ୍ଦ୍ର ଚହଲ ବୋଲିଂରେ ଇଂଲଣ୍ଡକୁ ନାକେଦମ କରିଥିଲେ, ମାତ୍ର ୧୦ ଓଭରରେ ୪୭ ରନ୍‌ ଦେଇ ୪ଟି ୱିକେଟ ନେଇଥିଲେ । ସେହିପରି ହାର୍ଦ୍ଦକ ପାଣ୍ଡ୍ୟା ଓ ମହମ୍ମଦ ସାମୀ ଗୋଟିଏ ଲେଖାଏଁ ୱିକେଟ ଓ ଜଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

ଇଂଲଣ୍ଡ ପକ୍ଷରୁ ରିଶ୍ ଟପଲେ ୬ଟି ଓ୍ବିକେଟ ନେଇ ଭାରତୀୟ ଦଳର ବିଜୟ ଆଶାକୁ କ୍ଷୁର୍ଣ୍ଣ କରିଥିଲେ । ସେହିପରି ମୋଇନ ଅଲୀ ସର୍ବାଧିକ ୪୭ ରନ୍‌ କରିଥିବା ବେଳେ ଡେଭିଡ ୱିଲି ୪୧ ରନ୍‌ ଓ ଜନିୟ ବେୟାରଷ୍ଟୋ ୩୮ ରନ୍‌ କରିଥିଲେ । ତେବେ ଭାରତ ପକ୍ଷରୁ ଉଭୟ ଦଳ ବରାବର ସ୍ଥିତିରେ ଥିବା ବେଳେ ଆସନ୍ତା ରବିବାର ଦିନ ସିରିଜ ନିର୍ଣ୍ଣାୟକ ମୁକାବିଲା ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.