ETV Bharat / sports

କ୍ରମାଗତ ୨ୟ ଟି୨୦ରେ ଧୂଳି ଚାଟିଲା ଅଷ୍ଟ୍ରେଲିଆ, ୪୪ ରନ୍‌ରେ ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ଭାରତ - Rinku Singh

କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲେ ମେନ୍‌ ଇନ୍‌ ବ୍ଲ୍ୟୁ । ଥିରୁବନନ୍ତପୁରମରେ ଖେଳାଯାଇଥିବା ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୩୬ ରନ୍‌ ଟାର୍ଗେଟ୍‌ ଦେବାପରେ କେବଳ ୧୯୧ ରନ୍‌ରେ ଅଟକାଇଛି ଭାରତ । ଫଳରେ କ୍ରମାଗତ ଦ୍ବିତୀୟ ବିଜୟ ସହ ସିରିଜ୍‌ରେ ୨-୦ରେ ଆଗୁଆ ହୋଇଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

୪୪ ରନ୍‌ରେ ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ଭାରତ
୪୪ ରନ୍‌ରେ ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ଭାରତ
author img

By ETV Bharat Odisha Team

Published : Nov 26, 2023, 10:52 PM IST

Updated : Nov 26, 2023, 11:00 PM IST

ଥିରୁବନନ୍ତପୁରମ: ବିଶ୍ବକପ୍‌ ପରାଜୟର ମଧୁର ପ୍ରତିଶୋଧ ନେଉଛନ୍ତି ଭାରତୀୟ ୟଙ୍ଗଷ୍ଟାର୍‌ । କ୍ରମାଗତ ଦ୍ବିତୀୟ ଟି୨୦ରେ ଧୂଳି ଚାଟିଲା ଅଷ୍ଟ୍ରେଲିଆ । ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ କ୍ରମାଗତ ଦ୍ବିତୀୟ ବିଜୟ ସହ ୨-୦ରେ ଲିଡ୍‌ କରିଛି ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଜୟସ୍ବାଲ, ଗାଏକ୍‌ୱାଡ୍‌ ଓ ଈଶାନ କିଷାନଙ୍କ ଦମଦାର ଅର୍ଦ୍ଧଶତକୀୟ ପାଳି ପରେ ଶେଷକୁ ରିଙ୍କୁ ସିଂହଙ୍କ ପ୍ରହାରରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୨୩୫ ରନ୍‌ର ବିଶାଳ ସ୍କୋର କରିଥିଲା ଭାରତ । ଜବାବରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ କେବଳ ୧୯୧ ରନ୍‌ରେ ଅଟକିଛି ଅଷ୍ଟ୍ରେଲିଆ । ଫଳରେ ୪୪ ରନ୍‌ରେ ଏହି ମ୍ୟାଚ୍‌ ଜିତି ସିରିଜ୍‌ରେ ୨-୦ରେ ଆଗୁଆ ହୋଇଛି ଟିମ୍‌ ଇଣ୍ଡିଆ ।

ଭାରତ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଉଭୟ ଯୁବ ଓପନର ଦଳ ପାଇଁ ବିସ୍ଫୋରକ ଆରମ୍ଭ କରିଥିଲେ । ଯଶସ୍ବୀ ଜୟସ୍ବାଲ କେବଳ ୨୫ ବଲରେ ୫୩ ରନର ବିସ୍ଫୋରକ ପାଳି ଖେଳି ଆଉଟ୍‌ ହୋଇଥିଲେ । ତାଙ୍କ ପାଳିରେ ୯ ଚୌକା ଓ ୨ ଛକା ସାମିଲ ଥିଲା । ଏହାପରେ ଗାଏକ୍‌ୱାଡ୍‌ଙ୍କ ସହ ମିଶି ଈଶାନ କିଷାନ ଦଳୀୟ ସ୍କୋରବୋର୍ଡକୁ ଆଗକୁ ବଢ଼ାଇଥିଲେ । ସେ ୩୨ ବଲରୁ ୪ ଛକା ଓ ୩ ଚୌକା ସହିତ ୫୨ ରନ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆରମ୍ଭରୁ ଦମଦାର ଆରମ୍ଭ କରିଥିଲେ ମଧ୍ୟ ବଡ଼ ପାଳି ଖେଳିନଥିଲେ । ହେଲେ ସେ ୧୦ ବଲରୁ ୧୯ ରନର ଉପଯୋଗୀ ବ୍ୟାଟିଂ କରି ଆଉଟ୍‌ ହୋଇଥିଲେ । ଉପଅଧିନାୟକ ଗାଏକ୍‌ୱାଡ୍‌ ୪୩ ବଲରୁ ୩ ଚୌକା ଓ ୨ ଛକା ବଳରେ ୫୮ ରନ କରି ଆଉଟ୍‌ ହୋଇଥିଲେ । ଶେଷରେ ଆସି ବିସ୍ଫୋରଣ କରିଥିଲେ ଟିମ୍‌ ଇଣ୍ଡିଆର ଫିନିସର୍‌ ରିଙ୍କୁ ସିଂହ । ସେ କେବଳ ୯ଟି ବଲ ଖେଳି ୩୧ ରନ କରିବା ସହିତ ଦଳକୁ ୨୩୫ ରନ୍‌ର ବିଶାଳ ସ୍କୋରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ।

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପାଇଁ ଆଜି ଦଳର ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ନାଥନ ଏଲିସ୍‌ ସର୍ବାଧିକ ୩ ୱିକେଟ୍‌ ସଫଳତା ହାସଲ କରିଥିଲେ ମଧ୍ୟ ସେ ୪ ଓଭରରୁ ୪୫ ରନ ବ୍ୟୟ କରିଥିଲେ । ଷ୍ଟୋଇନିସ୍‌ ମଧ୍ୟ ୩ ଓଭରରୁ ୨୭ ରନ ବ୍ୟୟ କରି ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ । ହେଲେ ଅନ୍ୟ କୌଣସି ବୋଲର ଦଳକୁ ଆଶାନୁରୂପ ସଫଳତା ଦେଇନଥିଲେ । ଅଭିଜ୍ଞ ଜାମ୍ପା ୪ ଓଭରରେ ୩୩ ରନ ଖର୍ଚ୍ଚ କରିଥିବାବେଳେ କେବଳ ୨ ଓଭରରୁ ୩୮ ରନ ଖର୍ଚ୍ଚ କରି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ସେହିଭଳି ସେନ୍‌ ଆବଟ୍‌ ମଧ୍ୟ ୩ ଓଭରରୁ ୫୬ ରନ ଖର୍ଚ୍ଚ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ ୟଙ୍ଗଷ୍ଟାର୍‌ଙ୍କ ବିସ୍ଫୋରଣ, ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଶାଳ ଟାର୍ଗେଟ୍‌

ଅଷ୍ଟ୍ରେଲିଆ ବ୍ୟାଟିଂ: ୨୩୬ ରନର ବଡ଼ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ପାଇଁ ବିସ୍ଫୋରକ ଆରମ୍ଭ କରିଥିଲେ ଦୁଇ ଓପନର ଷ୍ଟିଭ୍‌ ସ୍ମିଥ ଓ ମାଥ୍ୟୁ ସଟ୍‌ । ହେଲେ ଉଭୟ କେବଳ ୧୯ ଲେଖାଏଁ ରନ୍‌ କରି ପାଭିଲିୟନ ଫେରିଥିଲେ । ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ୧୨ ରନ କରି ଆଉଟ୍ ହେବାପରେ ମାର୍କସ ଷ୍ଟୋଇନିସ୍‌ ଓ ଟିମ୍‌ ଡେଭିଡ୍‌ ଦଳକୁ ସଙ୍କଟରୁ କିଛିମାତ୍ରାରେ ଉଦ୍ଧାର କରିଥିଲେ । ଷ୍ଟୋଇନିସ୍‌ ୪୫ ଓ ଡେଭିଡ୍‌ ୩୭ ରନ କରି ଆଉଟ୍‌ ହୋଇଥିଲେ । ଗୋଟିଏ ପଟେ ଅଧିନାୟକ ମାଥ୍ୟୁ ୱେଡ୍‌ ପାଳି ସମ୍ଭାଳୁ ଥିବାବେଳେ ଅନ୍ୟପଟେ ନିଜ ୱିକେଟ୍‌ ଫିଙ୍ଗିବାରେ ଲାଗିଥିଲେ । ଶେଷ ପର୍ଯ୍ୟନ୍ତ ଏକାକୀ ସଙ୍ଘର୍ଷ କରି ଅଧିନାୟକ ୱେଡ୍‌ ବିସ୍ଫୋରକ ପାଳି ଖେଳିବା ଆରମ୍ଭ କରିଥିଲେ । ସେ ୪୨ ରନ୍‌ର ପାଳି ଖେଳିଥିଲେ ମଧ୍ୟ ଏହା ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା । ଫଳରେ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୯୧ ରନ୍‌ରେ ଅଟକିଥିଲା ଅଷ୍ଟ୍ରେଲିଆ ।

ଭାରତ ବୋଲିଂ: ଭାରତ ପକ୍ଷରୁ ଯଦିଓ କିଛି ବୋଲର କିଛିମାତ୍ରାରେ ଅଧିକ ରନ୍‌ ବ୍ୟୟ କରିଥିଲେ, ହେଲେ ସମସ୍ତେ ଶୃଙ୍ଖଳିତ ମଧ୍ୟ ଦେଖାଯାଉଥିଲେ । ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ମୁକେଶ କୁମାର ଦଳକୁ ଗୋଟିଏ ଲେଖାଏଁ ସଫଳତା ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଟସ୍‌ ହାରି ବ୍ୟାଟିଂ କରୁଛି ଭାରତ, ଅଷ୍ଟ୍ରେଲିଆ ଦଳକୁ ଫେରିଲେ ମ୍ୟାକ୍ସୱେଲ୍‌-ଜାମ୍ପା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 26, 2023, 11:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.