ETV Bharat / sports

‘ଭାରତ ପରି ହେଉ ଅଷ୍ଟ୍ରେଲିଆ ସ୍କ୍ବାଡ’ - ଭାରତ ପରି ହେଉ ଅଷ୍ଟ୍ରେଲିଆ ସ୍କ୍ବାଡ

ଭାରତ ପରି ଅଷ୍ଟ୍ରେଲିଆ ସ୍କ୍ବାଡକୁ ମଧ୍ୟ ମଜବୁତ କରି ଦଳରେ ଯୁବ ଖେଳାଳିଙ୍କୁ ସାମିଲ କରାଯାଉ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ । ଅଧିକ ପଢ଼ନ୍ତୁ...

important-that-australia-build-depth-in-squad-like-india-says-paine
‘ଭାରତ ପରି ହେଉ ଅଷ୍ଟ୍ରେଲିଆ ସ୍କ୍ବାଡ’
author img

By

Published : Jun 15, 2021, 10:10 PM IST

ମେଲବର୍ଣ୍ଣ: ଦଳକୁ ମଜବୁତ କରିବା ପାଇଁ ଅଷ୍ଟ୍ରେଲିଆକୁ ଭାରତକୁ ଅନୁକରଣ କରିବା ଉଚିତ୍‌ ଯାହାଦ୍ବାରା ଶ୍ରେଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିବ ଓ ସେମାନେ ପ୍ରସ୍ତୁତ ରହିବେ ବୋଲି ମତ ଦେଇଛନ୍ତି ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ ।

ଭାରତର ଶ୍ରେଷ୍ଠ ଖେଳାଳି ମାନେ ବର୍ତ୍ତମାନ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ(WTC FINAL) ସହ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡରେ ରହିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ହ୍ବାଇଟ ବଲ ସିରିଜ ଖେଳିବା ପାଇଁ ଭାରତ ଟି-20 ସ୍କ୍ବାର୍ଡ ଘୋଷଣା କରିଛି । ଆଉ ସେଇ ଟିମ୍‌ରେ ରହିଛନ୍ତି ଅନେକ ଗୁଡ଼ିଏ ଯୁବ ଖେଳାଳି ।

important-that-australia-build-depth-in-squad-like-india-says-paine
‘ଭାରତ ପରି ହେଉ ଅଷ୍ଟ୍ରେଲିଆ ସ୍କ୍ବାଡ’

ସେପଟେ ଅଷ୍ଟ୍ରେଲିଆ କିନ୍ତୁ ୱେଷ୍ଟଇଣ୍ଡିଜ୍‌ ଗସ୍ତରୁ ସିନିୟର ଖେଳାଳି ବାହର ହୋଇଯିବା ଆଶଙ୍କାର ସାମ୍ନା କରୁଛି ।

ଏଭଳି ସ୍ଥିତିରେ ପେନ୍‌ ଅନୁଭବ କରୁଛନ୍ତି ଯେ ଅଷ୍ଟ୍ରେଲିଆ ପାଖରେ ଯୁବ ଖେଳାଳି ରହିବା ନିହାତି ଆବଶ୍ୟକ ଯେଉଁମାନେ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରିବେ । ଯାହାଦ୍ବାରା ଟିମ୍‌ ର ସିନିୟର ଖେଳାଳିଙ୍କର ବୋଝ କମ୍‌ ହୋଇ ପାରିବ ।

‘‘ଆମ ସ୍କ୍ବାଡକୁ ବର୍ତ୍ତମାନ ସଶକ୍ତ କରିବାର ଆବଶ୍ୟକତା ରହିଛି, ଯାହା ଦ୍ବାରା ଆମେ ଏହାକୁ କଭର କରିପାରିବୁ। ସାଧାରଣତଃ ଆମ ପାଖରେ ଗସ୍ତରୁ ବାହାରି ଯିବା ଲୋକ ନଥାନ୍ତି, କିନ୍ତୁ ଯେଉଁମାନେ କୌଣସି କାରଣ ବଶତଃ ବିଶ୍ରାମ ନିଅନ୍ତି ସେତେବେଳେ ଆମକୁ ଅସୁବିଧା ହେବ ନାହିଁ,’’ ବୋଲି ପେନ କହିଛନ୍ତି ।

‘‘ଆମେ ବର୍ତ୍ତମାନ ତାହା ଭାରତୀୟ ଟିମ୍‌ରେ ଦେଖୁଛୁ । ସେମାନେ ସମ୍ପୂର୍ଣ୍ଣ ଭାରସାମ୍ୟ ରକ୍ଷା କରିଛନ୍ତି କାରଣ ସେମାନଙ୍କ ସ୍କ୍ବାଡରେ ଅନେକ ପ୍ରତିଭା ସମ୍ପନ୍ନ ଯୁବ ଖେଳାଳି ଅଛନ୍ତି ଯେଉଁମାନେ ଦରକାର ବେଳେ ଟେଷ୍ଟ କ୍ରିକେଟ ଖେଳି ପାରିବେ ।’’

‘‘ଆମକୁ ମଧ୍ୟ ସେହି ଭଳି ସ୍ତରରେ ପହଁଞ୍ଚିବାକୁ ପଡ଼ିବ ଯାହାଦ୍ବାରା ଆମେ ଆମ ଶ୍ରେଷ୍ଠ ଖେଳାଳିକୁ ଆରାମ ଦେଇ ପାରିବୁ । ଆଉ ଯେତେବେଳେ ସେମାନେ ପଡ଼ିଆକୁ ଫେରିବେ ସେମାନେ ସତେଜ ରହିବେ,’’ ବୋଲି ମତେ ଦେଲେ ପେନ୍‌ ।

IPL ପରେ ଅଷ୍ଟ୍ରେଲିଆ ଖେଳାଳି ମାନେ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତ ସହ ବାଂଲାଦେଶ ସହ ଅନିଶ୍ଚିତତା ଭିତରେ ଥିବା ଟି-20 ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ସେପ୍ଟେମ୍ବରରେ UAE ରେ ବାକିଥିବା IPL, ତାପରେ ଟି-20 ବିଶ୍ବକପ ଖେଳିବା ପରେ ପୁନଃ କ୍ବାରେଣ୍ଟାଇନରେ ରହି ଘରକୁ ଫେରିବେ ଅଷ୍ଟ୍ରେଲିଆ ଖେଳାଳି ।

ମିଡିଆ ରିପୋର୍ଟ ଅନୁସାରେ ୱେଷ୍ଟଇଣ୍ଡିଜ ଗସ୍ତରେ ଷ୍ଟିଭ ସ୍ମିଥ, ଡେଭିଡ ୱାର୍ନର, ପ୍ୟାଟ କମିନ୍ସ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଝେ ରିଚାର୍ଡସନ ଓ କେନ ରିଚାର୍ଡସନ ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.