ପୁନେ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ ଆଜି 30ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯିବ । ତୃତୀୟ ବିଜୟ ଲକ୍ଷ୍ୟରେ ରହିଛନ୍ତି ଦୁଇଦଳ । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଏହି ମୁକାବିଲା ଖେଳାଯିବ । ଆଜି ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ହେବ ।
ଦୁଇ ଦଳ 5ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି । ଉଭୟ 4 ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । ଆଫଗାନିସ୍ତାନ 5ରୁ 2ଟି ମ୍ୟାଚ ଜିତି ଟେବୁଲର ସପ୍ତମ ସ୍ଥାନରେ ରହିଥିବାବେଳେ ଶ୍ରୀଲଙ୍କା ମଧ୍ୟ ସମାନ 2ଟି ମ୍ୟାଚ ଜିତି ପଞ୍ଚମ ସ୍ଥାନରେ ରହିଛି । ଆଜି ଦୁଇ ଦଳ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛନ୍ତି । ଶେଷ 4ଟି ମ୍ୟାଚ ଜିତି ପଏଣ୍ଟ ସଂଖ୍ୟା 12କୁ ବୃଦ୍ଧି କରିବା ସହ ସେମି ଫାଇନାଲରେ ସ୍ଥାନ ହାସଲ କରିବାକୁ ଉଭୟ ଦଳ ପ୍ରୟାସ କରିବେ । ଇଂଲଣ୍ଡ, ପାକିସ୍ତାନ ଓ ବାଲଂଦେଶ ଦଳର ଖରାପ ପ୍ରଦର୍ଶନର ଫାଇଦା ନେଇପାରନ୍ତି ଆଫଗାନିସ୍ତାନ ଓ ଶ୍ରୀଲଙ୍କା ।
ଗତ 23 ତାରିଖରେ ପାକିସ୍ତାନକୁ ହରାଇବା ପରେ ଆଫଗାନିସ୍ତାନ ଦୃଢ଼ ମନୋବଳରେ ରହିଛି । 6 ଦିନର ବିଶ୍ରାମ ପରେ ଦଳ ଆଜି ଶ୍ରୀଲଙ୍କା ବିପକ୍ଷରେ ଖେଳିବ ଦଳ । ଦଳର ସୁବ ଖେଳାଳି ଫିଟ୍ ରହିଛନ୍ତି । ଦଳ ଆଜି ତାର ଏକାଦଶରେ କୌଣସି ପରିବର୍ତ୍ତନ କରିବ ନାହିଁ । ସେହିପରି ଶ୍ରୀଲଙ୍କା ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ପରାଜିତ କରିବା ପରେ ଦୃଢ଼ ମନୋବଳରେ ରହିଛି । ଦଳ ତାର ଏକାଦଶରେ ପରବର୍ତ୍ତନ କରିବ । ପୂର୍ବ ମ୍ୟାଚରେ ଦଳର ଲାହିରୁ କୁମାରା ଆହତ ହୋଇଛନ୍ତି । ତାଙ୍କୁ ବିଶ୍ବକପରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଦୁଷ୍ମନ୍ତ ଚାମୀରା ଦଳକୁ ଫେରିଛନ୍ତି । ଉଭୟ ଦଳର ସ୍ପିନରଙ୍କ ଉପରେ ନଜର ରହିବ ।
ପିଚ୍ ରିପୋର୍ଟ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡର ପିଚ ବ୍ୟାଟିଂ ପାଇଁ ବେଶ ଅନୂକୁଳ । କଠିନ ପିଚ ଓ ଛୋଟ ଆଉଟ ଫିଲ୍ଡରେ ବିଶାଳ ସ୍କୋର ଏକ ପ୍ରକାଶ ନିଶ୍ଚିନ୍ତ । ତଥାପି ଏଠାରେ ସ୍ପିନରମାନେ ସଫଳ ହେବା ଆଶା କରାଯାଉଛି । ସ୍ପିନ ବୋଲର ପିଚର ଫାଇଦା ଉଠାଇବେ । ଉଭୟ ଦଳରେ ଦକ୍ଷ ସ୍ପିନର ରହିଛନ୍ତି ।
ଆଫଗାନିସ୍ତାନ ସମ୍ଭାବ୍ୟ ଦଳ: ପଥୁମ ନିଶଙ୍କା, କୁଶଳ ପେରେରା/ଦିମୁଥ କରୁଣାରତ୍ନେ, କୁଶଲ ମେଣ୍ଡିସ (ଅଧିନାୟକ), ଚରିଥ ଆଶାଲଙ୍କା, ସଦିରା ସମରବିକ୍ରମା, ଧନଞ୍ଜୟ ଡି ସିଲଭା, ଆଞ୍ଜେଲୋ ମାଥ୍ୟୁସ, ମହୀଶ ତୀକ୍ଷଣା, କାସୁନ ରଜିଥା, ଦୁଷ୍ମନ୍ତ ଚାମୀରା, ଦିଲସାନ ମଦୁଶଙ୍କା ।
ଶ୍ରୀଲଙ୍କା ସମ୍ଭାବ୍ୟ ଦଳ: ପଥୁମ ନିଶଙ୍କା, କୁଶଳ ପେରେରା/ଦିମୁଥ କରୁଣାରତ୍ନେ, କୁଶଲ ମେଣ୍ଡିସ (ଅଧିନାୟକ), ଚରିଥ ଆଶାଲଙ୍କା, ସଦିରା ସମରବିକ୍ରମା, ଧନଞ୍ଜୟ ଡି ସିଲଭା, ଆଞ୍ଜେଲୋ ମାଥ୍ୟୁସ, ମହୀଶ ତୀକ୍ଷଣା, କାସୁନ ରଜିଥା, ଦୁଷ୍ମନ୍ତ ଚାମୀରା, ଦିଲସାନ ମଦୁଶଙ୍କା ।