ETV Bharat / sports

T20 WC 2021: PNGକୁ ୧୦ ୱିକେଟରେ ହରାଇଲା ଓମାନ - Zeeshan Maqsood

ଟି-୨୦ ବିଶ୍ବକପ ୨୦୨୧ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଓମାନର ଦମଦାର ବିଜୟ । ଅଧିକ ପଢନ୍ତୁ...

ICC T20 WC, Rd 1: Zeeshan Maqsood, Jitender Singh star as Oman defeat PNG in Group B
T20 WC 2021: PNGକୁ ୧୦ ୱିକେଟରେ ହରାଇଲା ଓମାନ
author img

By

Published : Oct 17, 2021, 6:57 PM IST

ମସକାଟ୍‌(ଓମାନ): ଟି-୨୦ ବିଶ୍ବକପ ୨୦୨୧ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଓମାନର ଦମଦାର ବିଜୟ । ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ଦୁଇ ଓମାନ ଓପନର କମାଲ । ଦୁଇ ଓପନିଂ ବ୍ୟାଟ୍‌ର ଜତିନ୍ଦର ସିଂ ଓ ଆକିବ ଲିଆସ ଯଥାକ୍ରମେ ୭୩ ଓ ୫୦ ରନ୍‌ର ଅପରାଜିତ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଫଳରେ ରବିବାର ଖେଳାଯାଇଥିବା ଗ୍ରୁପ ବି'ର ପ୍ରଥମ ମୁକାବିଲାରେ ୧୦ ୱିକେଟରେ ପପୁଆ ନ୍ୟୁ ଗିନିଆକୁ ହରାଇଛି ଓମାନ ।

୧୩୦ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ଓମାନ ୧୩.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଦୁଇ ଓପନିଂ ବ୍ୟାଟର ଜତିନ୍ଜର ଓ ଆକିବ ପ୍ରଥମ ୬ ଓଭରରେ ୪୬ ରନ୍‌ ସଂଗ୍ରହର କରି ବିଜୟର ମୂଳଦୁଆ ପକାଇଥିଲେ । ଏହାପରେ ବ୍ୟାଟିଂ ଜାରି ରଖିବା ସହ ୧୦ଓଭର ସୁଦ୍ଧା ସ୍କୋର୍‌ ୮୮/୦ରେ ପହଞ୍ଚାଇଥିଲେ । ଏହାପରେ ମ୍ୟାଚ୍‌ର ଦ୍ବାଦଶ ଓଭରରେ ଉଭୟ ବ୍ୟାଟ୍‌ର ୧୦୦ ରନର ଭାଗିଦାରୀ ପୂରଣ କରିଥିଲେ । ଜତିନ୍ଦର ୪୨ ବଲ୍‌ରୁ ୭ଟି ଚୌକା ଓ ୪ଟି ଛକା ସହାୟତାରେ ୭୩ ରନ୍‌ର ଦମଦାର ଇଂନିସ ଖେଳିଥିଲେ । ସେହିପରି ଆକିବ ୪୩ ବଲ୍‌ରୁ ୫୦ ରନ୍‌ର ଇଂନିସ ଖେଳିଥିଲେ । PNG ବୋଲର କୌଣସି ୱିକେଟ ହାସଲ କରିବାକୁ ସକ୍ଷମ ହୋଇପାରିନଥିଲା । ଫଳରେ ୩୮ ବଲ୍‌ ବାକି ଥାଇ ବିଜୟୀ ହୋଇଛି ଓମାନ ।

ପୂର୍ବରୁ କ୍ୟାପଟେନ ଆସାଦ ଭାଲାଙ୍କ ୫୬ ରନ୍‌ର ଇଂନିସ ବଳରେ ପପୁଆ ନ୍ୟୁ ଗିନିଆ ନିର୍ଦ୍ଧାରିତ ୨୦ ଓଭରରେ ପ୍ରଥମେ ବ୍ୟାଟିଂ କରି ୧୨୯ ରନ୍‌ ସଂଗ୍ରହ କରିଥିଲା । ଓମାନ ପକ୍ଷରୁ ଜିସାନ ମକସୁଦ ଘାତକ ବୋଲିଂ ସହ ୪ଟି ୱିକେଟ ହାତେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.