ETV Bharat / sports

ICC ଦିନିକିଆ ସୁପର ଲିଗ୍‌: ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ ନେଦରଲାଣ୍ଡ୍‌ସ

author img

By

Published : May 30, 2021, 8:56 PM IST

ଆଇସିସି ଦିନିକିଆ ସୁପର ଲିଗରେ ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି ନେଦରଲାଣ୍ଡ୍‌ସ । ଅଧିକ ପଢନ୍ତୁ...

ICC ODI Super League: Netherlands look to open account vs Ireland
ICC ଦିନିକିଆ ସୁପର ଲିଗ୍‌: ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ ନେଦରଲାଣ୍ଡ୍‌ସ

ହାଇଦ୍ରାବାଦ: ଆଇସିସି ଦିନିକିଆ ସୁପର ଲିଗରେ ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି ନେଦରଲାଣ୍ଡ୍‌ସ । ଜୁନ୍‌ 2ରେ ଆୟରଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳିବ ନେଦରଲାଣ୍ଡ୍‌ସ ।

ଜୁନ୍‌ 4 ଓ ଜୁନ୍‌ 7ରେ ଅନ୍ୟ ଦୁଇଟି ଦିନିକିଆ ମ୍ୟାଚ ଖେଳାଯିବ ।

ଭାରତରେ ଖେଳାଯିବ 2023 ଦିନିକିଆ ବିଶ୍ବକପ । ଆୟୋଜକ ଭାରତ ସମେତ ସୁପର ଲିଗ ପଏଣ୍ଟ ଟେବୁଲରରେ ଥିବା 7ଟି ଶୀର୍ଷ ଦଳ ବିଶ୍ବକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ଅନ୍ୟ 5ଟି ଟିମ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ଖେଳିବେ ଓ ଦୁଇଟି ଟିମ ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିବେ ।

ସୁପର ଲିଗରେ ପ୍ରଥମ ମ୍ୟାଚ ହୋଇଥିବାରୁ ଡଚ୍‌ କ୍ରିକେଟ ଇତିହାସରେ ଏହା ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ରିୟାନ କ୍ୟାମ୍ପବେଲ୍‌ ।

ବାଂଲାଦେଶ ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ 2-1ରେ ଜିତିବା ସହ 50 ପଏଣ୍ଟ ହାସଲ କରି ସୁପର ଲିଗ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ପରେ 40 ପଏଣ୍ଟ ସହ ଇଂଲଣ୍ଡ ଦ୍ବିତୀୟରେ ରହିଛି । 29 ପଏଣ୍ଟ ସହ ଭାରତ ଅଷ୍ଟମ ସ୍ଥାନରେ ଓ ଦୁଇ ପଏଣ୍ଟ ସହ ଶ୍ରୀଲଙ୍କା ଦ୍ବାଦଶ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.