ETV Bharat / sports

ୟୁଏଇ-ଓମାନରେ ଟି20 ବିଶ୍ବକପ, ସ୍ପଷ୍ଟକଲା ICC

ଅକ୍ଟୋବର 17ରୁ ଟି20 ବିଶ୍ବକପ 2021 ଆରମ୍ଭ ହେବ ଓ 14 ନଭେମ୍ବରରେ ଫାଇନାଲ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ...

ICC Men's T20 World Cup shifted to UAE, Oman
ୟୁଏଇରେ ଟି20 ବିଶ୍ବକପ, ସ୍ପଷ୍ଟକଲା ଆଇସିସି
author img

By

Published : Jun 29, 2021, 4:06 PM IST

Updated : Jun 29, 2021, 4:36 PM IST

ହାଇଦ୍ରାବାଦ: ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ଭାରତରେ ହେବନି ଆଇସିସି ପୁରୁଷ ଟି20 ବିଶ୍ବକପ 2021। ଫଟାଫଟ କ୍ରିକେଟର ଏହି ମେଗା ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ୟୁଏଇ ଓ ଓମାନକୁ ସ୍ଥାନାନ୍ତର ହୋଇଛି । ଏନେଇ ଆଜି(ବୁଧବାର) କ୍ରିକେଟର ସର୍ବୋଚ୍ଚ ପରିଚାଳନା ପରିଷଦ(ଆଇସିସି) ସ୍ପଷ୍ଟ କରିଛି । ଅକ୍ଟୋବର 17ରୁ ଟି20 ବିଶ୍ବକପ ଆରମ୍ଭ ହେବ ଓ 14 ନଭେମ୍ବରରେ ଫାଇନାଲ ମ୍ୟାଚ ଖେଳାଯିବ ।

ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତରେ ଆୟୋଜନ ହେବାର ଥିଲା । ମାତ୍ର ଦେଶରେ ମହାମାରୀ କୋରୋନା ଭାଇରସର ଦ୍ବିତୀୟ ଲହର ସ୍ଥିତି ସଙ୍ଗୀନ ଥିବାରୁ ଆୟାଜନ ସମ୍ଭବ ନୁହେଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଗତକାଲି ଆଇସିସିକୁ ଜଣାଇଥିଲା ।

ତେବେ ବିସିସିଆଇ ଏହି ଇଭେଣ୍ଟର ଆୟୋଜକ ରହିବ । ମାଟ 4ଟି ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଖେଳାଯିବ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ, ଆବୁଧାବିର ଶୈଖ ଜାଏଦ ଷ୍ଟାଡିୟମ, ଶାରଜାହ ଷ୍ଟାଡିୟମ ଓ ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 29, 2021, 4:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.