ETV Bharat / sports

୫ ବର୍ଷର କ୍ରିକେଟ କାର୍ଯ୍ୟସୂଚୀ ଘୋଷଣା କଲା ICC - ୫ ବର୍ଷର କ୍ରିକେଟ କାର୍ଯ୍ୟସୂଚୀ

୧୮ ଅଗଷ୍ଟ ୨୦୨୨ ମସିହାରୁ ୨୦୨୭ ମସିହା ପର୍ଯ୍ୟନ୍ତ କ୍ରିକେଟ କାର୍ଯ୍ୟସୂଚୀକୁ ଘୋଷଣା କରିଛି ଆଇସିସି । ଅଧିକ ପଢନ୍ତୁ

୫ ବର୍ଷର କ୍ରିକେଟ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି

author img

By

Published : Aug 18, 2022, 9:15 AM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (International Cricket Council) ବୁଧବାର ୧୮ ଅଗଷ୍ଟ ୨୦୨୨ ମସିହାରୁ ୨୦୨୭ ମସିହା ପର୍ଯ୍ୟନ୍ତ କ୍ରିକେଟ କାର୍ଯ୍ୟସୂଚୀକୁ ଘୋଷଣା କରିଛି । ଆଇସିସିର ଫ୍ୟୁଚର ଟୁର ପୋଗ୍ରାମ କାର୍ଯ୍ୟସୂଚୀ ଅନୁସାରେ ପ୍ରାୟ ୭୭୭ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ଏଥିରେ ୧୭୩ ଟି ଟେଷ୍ଟ ମ୍ୟାଚ ଏବଂ ୨୮୧ଟି ଦିନିକିଆ ମ୍ୟାଚ ଏବଂ ୩୨୩ ଟି ଟି-୨୦ ମ୍ୟାଚ ଧାର୍ଯ୍ୟ କରାଯାଇଛି ।

ଏହି କାର୍ଯ୍ୟସୂଚୀର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ଭାରତ ଅଷ୍ଟ୍ରେଲିଆ ବିପକ୍ଷ ବୋର୍ଡର ଗାଭାସ୍କର ଟ୍ରଫି । ଆଗକୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଟି ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ଏହା ପୂର୍ବରୁ ୧୯୯୨ ମସିହାରେ ଏହି ଦୁଇ ଦଳ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ସେହିପରି ଆଗକୁ ହେବାକୁ ଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ସିରିଜ ଖେଳାଯିବ । ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପ୍ରାୟ ୬୩ ଟି ଟେଷ୍ଟ ମ୍ୟାଚ ଆଗକୁ ଖେଳିବାକୁ ଯାଉଛନ୍ତି । ସେଥିରେ ଇଂଲଣ୍ଡ ୨୨ଟି ଏବଂ ଅଷ୍ଟ୍ରେଲିଆ ୨୧ ଟି ଏବଂ ଭାରତ ୨୦ ଟି ଟେଷ୍ଟ ମ୍ୟାଚ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.