ETV Bharat / sports

T20 World Cup: କିଏ ହେବ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ, ରେସ୍‌ରେ ୯ ଖେଳାଳି

author img

By

Published : Nov 11, 2022, 11:02 PM IST

ଭାରତୀୟ କ୍ରିକେଟ ପରିଷଦ ( ICC ) ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ପାଇଁ 9 ଜଣ ଖେଳାଳିଙ୍କ ନାମ ସର୍ଟଲିଷ୍ଟ କରିଛି । ଅଧିକ ପଢନ୍ତୁ

T20 World Cup : କିଏ ହେବ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ, ରେସ୍‌ରେ ଏହି ୯ ଖେଳାଳି

ହାଇଦ୍ରାବାଦ: ୨୦୨୨ ଟି୨୦ ବିଶ୍ବକପ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି । ଏନେଇ ଭାରତୀୟ କ୍ରିକେଟ ପରିଷଦ ( ICC ) ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ପାଇଁ 9 ଜଣ ଖେଳାଳିଙ୍କ ନାମ ସର୍ଟଲିଷ୍ଟ ଘୋଷଣା କରିଛି । କ୍ରିକେଟ ପ୍ରଶଂସକ ଏହି ୯ ଜଣ ଖେଳିଳିଙ୍କୁ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ଭୋଟ୍ କରିପାରିବେ ।

ଏହି ତାଲିକାରେ ସର୍ବାଧିକ ରନସଂଗ୍ରହକାରୀ ହିସାବରେ ବିରାଟ କୋହଲିଙ୍କୁ ସର୍ଟଲିଷ୍ଟରେ ରଖାଯାଇଛି । କିଙ୍ଗ କୋହଲି ଦୁଇ ଥର ଏହି ପୁରସ୍କାର ହାସଲ କରିବାରେ ପ୍ରଥମ କ୍ରିକେଟର । ପୁଣି ଥରେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏହି ରେସରେ ରହିଛନ୍ତି ଭାରତର ଏହି ଷ୍ଟର ବ୍ୟାଟର । ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ ୬ ଟି ମ୍ୟାଚରୁ ଚାରୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିପରି ଭାବରେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ICC ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ପାଇଁ ମନୋନୀତ କରିଛି ।

ସେହିପରି ପାକିସ୍ତାନ ଅଲରାଉଣ୍ଡର ଶାଦବ ଖାନ୍ ଏବଂ ଫାଷ୍ଟ ବୋଲର ନସିମ୍ ଶାହା ମଧ୍ୟ ଏହି ଦୌଡରେ ରହିଛନ୍ତି । ଇଂଲଣ୍ଡରୁ ଜୋସ୍ ବଟଲର, ଆଲେକ୍ସ ହେଲ୍ସ ଏବଂ ସାମ୍ କରନ୍ ଏହି ରେସରେ ରହିଛନ୍ତି । ସେହିପରି ଭାବରେ ଜିମ୍ବାୱେ ଯଦିଓ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିବାରେ ବିଫଳ ରହିଲା ତଥାପି ଦଳ ଦମଦାର ଅଲରାଉଣ୍ଡର ସିକନ୍ଦର ରାଜା ମଧ୍ୟ ଏହି ପୁରସ୍କାର ପାଇଁ ଦାବିଦାର ହୋଇଛନ୍ତି । ସେ ଏହି ଟୁର୍ଣ୍ଣାମେଣ୍ଟରେ ୨୧୯ ରନ୍ କରିଥିବା ବେଳେ ୧୦ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଶ୍ରୀଲଙ୍କାର ସ୍ପିନର ୱାନେନ୍ଦୁ ହସରଙ୍ଗାଙ୍କୁ ମଧ୍ୟ ICC ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ପାଇଁ ମନୋନୀତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.