ETV Bharat / sports

ଟି-୨୦ ଫର୍ମାଟ ଖେଳିବା ନେଇ ଏମିତି କହିଲେ ରୋହିତ

author img

By

Published : Jan 9, 2023, 10:24 PM IST

ଆଗକୁ ଟି୨୦ ଫର୍ମାଟରେ ସକ୍ରିୟ ରହିବା ନେଇ ସ୍ପଷ୍ଟ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ଅଧିକ ପଢନ୍ତୁ

ଅଧିନାୟକ ରୋହିତ ଶର୍ମା
ଅଧିନାୟକ ରୋହିତ ଶର୍ମା

ହାଇଦ୍ରାବାଦ: ଟି୨୦ ଫର୍ମାଟରୁ ବିଦାୟ ନେବାର କୌଣସି ଯୋଜନା ନାହିଁ । ଆଗକୁ ଟି୨୦ ଫର୍ମାଟରେ ସକ୍ରିୟ ରହିବା ନେଇ ସ୍ପଷ୍ଟ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ୨୦୨୨ ଟି୨୦ ବିଶ୍ବକପ ଅଭିଯାନରେ ଭାରତ ବିଫଳ ହେବା ପରେ ହିଟ ମ୍ୟାଚ ରୋହିତ ଶର୍ମାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି୨୦ରେ ଅଧିନାୟକ କରିବା ପାଇଁ କିଛି କ୍ରିକେଟ ବିଶେଷଜ୍ଞ ମତ ପ୍ରକାଶ କରିଥିଲେ । ଏହା ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇ ପାଣ୍ଡ୍ୟାଙ୍କ ହାତରେ ଟିମ ଇଣ୍ଡିଆର କମାଣ ରହିଥିଲା ।

ଆସନ୍ତାକାଲି (ମଙ୍ଗଳବାର) ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ବରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଭାରତ । ମ୍ୟାଚ ଆରମ୍ଭ ପୂର୍ବ ସନ୍ଧ୍ୟାରେ ରୋହିତ ଶର୍ମା କହିଛନ୍ତି, "ଅନ୍ତର୍ଜାତୀୟ ଟି୨୦ ମ୍ୟାଚରୁ ବିଦାୟ ନେବାର କୌଣସି ଯୋଜନା ନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ ୨୦୨୪ ଟି୨୦ ବିଶ୍ବକପ ପାଇଁ ବୋର୍ଡ ଯୁବ କ୍ରିକେଟରଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ରୋଡ ମ୍ୟାପ ପ୍ରସ୍ତୁତ କରୁଛି ।

ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି୨୦ ସିରିଜରେ ବରିଷ୍ଠ ଖେଳାଳିଙ୍କୁ ଦଳ ତରଫରୁ ବିଶ୍ରାମ ଦିଆଯାଇଥିଲା । ବିରାଟ କୋହଲି, ଲୋକେଶ ରାହୁଲ ଏବଂ ରୋହିତ ଶର୍ମା ଏହି ସିରିଜରୁ ବାଦ ପଡିଥିଲେ । ରୋହିତ ଶର୍ମା କହିଛନ୍ତି, "ଭାରତ ଏବର୍ଷ ଦିନିକିଆ ବିଶ୍ବକପ ଖେଳିବ । ତେଣୁ ମୁଁ ଦିନିକିଆ ମ୍ୟାଚ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି । ଏହାର ମାନେ ନୁହେଁ ଯେ ମୁଁ ଟି୨୦ ଫର୍ମାଟ ମ୍ୟାଚ ଆଗକୁ ଖେଳିବି ନାହିଁ । ପ୍ରାୟ କ୍ରିକେଟର ଏକା ସାଙ୍ଗରେ ତିନୋଟି ଫର୍ମାଟ ପାଇଁ ନିଜକୁ ପ୍ରସ୍ତୁତ ରଖିବା ସମ୍ଭବ ନୁହେଁ । ଆଗକୁ ଦିନିକିଆ ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ଅନୁଭବୀ କ୍ରିକେଟରଙ୍କୁ ବିଶ୍ରାମ ଦିଆଯାଇଥିଲା ଏବଂ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେରେ କିଛି ନୂଆ ଚେହେରାଙ୍କୁ ସାମିଲ କରାଯାଇଥିଲା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.