ETV Bharat / sports

୩୬ ବର୍ଷରେ ପାଦ ଥାପିଲେ ଭାରତର ପୂର୍ବତନ କ୍ରିକେଟର ଅମ୍ବାତି ରାଇଡୁ

author img

By

Published : Sep 23, 2021, 11:45 AM IST

୩୬ତମ ଜନ୍ମଦିନ ପାଳନ କରୁଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ । ସାଥୀ ଖେଳାଳିଙ୍କ ସମେତ ଫ୍ୟାନ୍ସଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ...

୩୬ ବର୍ଷରେ ପାଦ ଥାପିଲେ ଭାରତର ପୂର୍ବତନ କ୍ରିକେଟର ଅମ୍ବାତି ରାୟିଡୁ

ମୁମ୍ବାଇ: ୩୬ ବର୍ଷରେ ପାଦ ଥାପିଲେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଏକ ନିର୍ଭରଯୋଗ୍ୟ ଖେଳାଳି ଅମ୍ବାତି ରାଇଡୁ । ୧୯୮୫ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଭାରତର ଏହି ରାଇଟ-ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ । ଭାରତୀୟ କ୍ରିକେଟ ଟିମ୍ ସାଙ୍ଗକୁ IPL ରେ ମଧ୍ୟ ରାଇଡୁଙ୍କର ଏକ ବିଶେଷ୍ ଦବ୍ ଦବା ରହିଛି ।

ତାଙ୍କର ଏହି ବିଶେଷ ଦିନରେ ସାଥୀ କ୍ରିକେଟରଙ୍କ ସମେତ ଫ୍ୟାନ୍ସଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟୁଛୁ । BCCI ମଧ୍ୟ ଟ୍ବିଟ ଯୋଗେ ରାଇଡୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ବର୍ଷ ନିଲମ୍ବନ ପରେ ଟୁର୍ଣ୍ଣାମେଣ୍ଟକୁ ଫେରିବା ପରେ 2018 ରେ ବ୍ୟାଟ୍ସମ୍ୟାନ୍ ଭାବେ CSKର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ ରାଇଡୁ । 16 ଟି ମ୍ୟାଚରେ ସର୍ବାଧିକ ୬୦୨ ରନ୍ ସଂଗ୍ରହ କରି ଟାଇଟେଲ୍ ବିଜେତା ଆୱାର୍ଡ ମଧ୍ୟ ହାତେଇଥିଲେ । ଚେନ୍ନାଇରେ ଯୋଗଦେବା ପୂର୍ବରୁ ରାୟିଡୁ ୨୦୧୦ ରୁ ୨୦୧୭ ପର୍ଯ୍ୟନ୍ତ ମୁମ୍ବାଇ ପାଇଁ ଖେଳିଥିଲେ ।

ସେ ଭାରତ ପାଇଁ ମଧ୍ୟ ୫୫ ଟି ଦିନିକିଆ ଏବଂ ୬ଟି T-20 ମ୍ୟାଚ୍ ଖେଳିଛନ୍ତି । ସେହିପରି ୧୬୭ IPL ମ୍ୟାଚ୍ ଖେଳି ୩୭୯୫ ରନ୍ ସଂଗ୍ରହ କରିଛନ୍ତି ରାଇଡୁ । ସେଥିମଧ୍ୟରୁ ଗୋଟିଏ ଶତକ ଏବଂ ୨୦ଟି ଅର୍ଦ୍ଧଶତକ ସାମିଲ୍ ରହିଛି । ଏହି ୩୬ ବର୍ଷିୟ ଭାରତର ପୂର୍ବତନ କ୍ରିକେଟର ୨୦୧୩ ଜୁଲାଇରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଜିମ୍ବାୱେ ବିରୁଦ୍ଧରେ ଖେଳିଥିଲେ । ୨୦୧୪ ସେପ୍ଟେମ୍ବରରେ ରାଇଡୁ ପ୍ରଥମ ଟି-୨୦ ଇଂଲଣ୍ଡ ବିରୁଦ୍ଧରେ ଆରମ୍ଭ କରିଥିଲେ ।

ସେହିପରି ଅମ୍ବାତି ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ ଟିମର ଅଧିନାୟକ ମଧ୍ୟ ଥିଲେ । ତାଙ୍କ ଅଧିନାୟକତ୍ବରେ ୨୦୦୪ ୱାର୍ଲ୍ଡ କପରେ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମ୍ ସେମିଫାଇନାଲରେ ପହଞ୍ଚିଥିଲା ।

ତେବେ କ୍ରିକେଟ ପ୍ରତି ଥିବା ଅମ୍ବାତିଙ୍କ ଅହେତୁକ ଦୁର୍ବଳତା ତାଙ୍କୁ ଏକଦା ବିବାଦ ଘେରକୁ ଟାଣି ନେଇଥିଲା । ୨୦୧୯ ୱାର୍ଲ୍ଡ କପରେ ସ୍ଥାନ ନ ପାଇବାରୁ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିଲେ ରାଇଡୁ । ଯେଉଁଥିପାଇଁ ତାଙ୍କ ଫ୍ୟାନ୍ସ ନିରାଶ ହୋଇଯାଇ ଥିବାବେଳେ ସମାଲୋଚକଙ୍କ ସମାଲୋଚନାର ଶିକାର ହେବାକୁ ପଡିଥିଲା ରାଇଡୁଙ୍କୁ । ତେବେ ପରବର୍ତ୍ତୀ ସମୟରେ ସେ କ୍ରିକେଟକୁ ଫେରିବାକୁ ଚାହାନ୍ତି ବୋଲି ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ଚିଠି ଲେଖି ଜଣାଇଥିଲେ । ସେଥିରେ ସେ ତାଙ୍କୁ ଅବସର ନିଷ୍ପତ୍ତି ବଦଳାଇ ପୁଣିଥରେ ସମସ୍ତ ଫର୍ମାଟରେ କ୍ରିକେଟ ଖେଳିବାକୁ ଚାହାଁନ୍ତି ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.