ଇସଲାମାବାଦ: ପ୍ରଥମ ଦିନିକିଆ ପାଇଁ ମାତ୍ର ଆଉ କେଇ ଘଣ୍ଟା ବାକି ଥିଲା । ହେଲେ ଏହାପୂର୍ବରୁ ହିଁ ସୁରକ୍ଷାଗତ ସମସ୍ୟା ଦର୍ଶାଇ ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ । ଯାହାଫଳରେ ପାକିସ୍ତାନ କ୍ରିକେଟ ବୋର୍ଡକୁ ଆଗାମୀ ଦିନରେ ଏକ ବଡ଼ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆଲୋଚନା ହେଉଛି । ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା ନ୍ୟୁଜିଲାଣ୍ଡ ଦଳ । ହେଲେ ଟସ୍ ପଡ଼ିବା ପୂର୍ବରୁ ପାକିସ୍ତାନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ ।
ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡର ନବ ନିଯୁକ୍ତ ସଭାପତିଙ୍କ ସହ ବହୁ ପୂର୍ବତନ କ୍ରିକେଟର ଚିହିଁକି ଉଠିଛନ୍ତି । ରମିଜ ରାଜା ଓ ଶାହିଦ ଆଫ୍ରିଦି ଟ୍ବିଟ୍ କରି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡକୁ ଘେରିଛନ୍ତି । ସେପଟେ ସୋଏବ ଅଖତର ମଧ୍ୟ ନିଜ ୟୁ୍ଟ୍ୟୁବ୍ ଚ୍ୟାନେଲରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡକୁ ଭର୍ତ୍ସନା କରିଛନ୍ତି ।
ପାକିସ୍ତାନ କ୍ରିକେଟ ବୋର୍ଡର ନବ ନିଯୁକ୍ତ ସଭାପତି ରମିଜ ରାଜା ଟ୍ବିଟ୍ କରି କହିଛନ୍ତି ଯେ, "ଆଜିର ଦିନ ଅତ୍ୟନ୍ତ ମର୍ମାହତ କରିଛି । ପାକିସ୍ତାନ ଦଳ ଓ କ୍ରିକେଟ ଫ୍ୟାନଙ୍କ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ । ସୁରକ୍ଷାଗତ ସମସ୍ୟା ଦର୍ଶାଇ ଏକ ପାଖିଆ ଭାବରେ ଚିନ୍ତା କରି ଗସ୍ତକୁ ବାତିଲ କରିବା ନିରାଶାଜନକ । ଏହାକୁ ନେଇ ଆମକୁ ଅବଗତ ମଧ୍ୟ କରାଗଲା ନାହିଁ । ମୁଁ ବୁଝି ପାରୁନି କେଉଁ ଦୁନିଆରେ ରହୁଛି ନ୍ୟୁଜିଲାଣ୍ଡ । ଏନେଇ ଆଇସିସିରେ ଅଭିଯୋଗ କରିବ ନ୍ୟୁଜିଲାଣ୍ଡ ।"
-
Crazy day it has been! Feel so sorry for the fans and our players. Walking out of the tour by taking a unilateral approach on a security threat is very frustrating. Especially when it’s not shared!! Which world is NZ living in??NZ will hear us at ICC.
— Ramiz Raja (@iramizraja) September 17, 2021 " class="align-text-top noRightClick twitterSection" data="
">Crazy day it has been! Feel so sorry for the fans and our players. Walking out of the tour by taking a unilateral approach on a security threat is very frustrating. Especially when it’s not shared!! Which world is NZ living in??NZ will hear us at ICC.
— Ramiz Raja (@iramizraja) September 17, 2021Crazy day it has been! Feel so sorry for the fans and our players. Walking out of the tour by taking a unilateral approach on a security threat is very frustrating. Especially when it’s not shared!! Which world is NZ living in??NZ will hear us at ICC.
— Ramiz Raja (@iramizraja) September 17, 2021
ସେପଟେ ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଟ୍ବିଟ୍ କରି କହିଛନ୍ତି ଯେ, "ସମସ୍ତ ଆଶ୍ବସନା ସତ୍ତ୍ବେ ଏକ ମିଛ ସୁରକ୍ଷା ବାହାନା ଦର୍ଶାଇ ଗସ୍ତକୁ ବାତିଲ କରିବା କେତେ ଯୁକ୍ତିଯୁକ୍ତ ? ବ୍ଲାକ୍କ୍ୟାପସ୍ର ଏହି ନିଷ୍ପତ୍ତି ଯୋଗୁଁ ପାକିସ୍ତାନ କ୍ରିକେଟ ଉପରେ କଣ ପ୍ରଭାବ ପଡ଼ିବ ତାହା ବୁଝି ପାରୁଛି ?"
-
On a HOAX threat you have called-off the tour despite all assurances!! @BLACKCAPS do you understand the IMPACT of your decision?
— Shahid Afridi (@SAfridiOfficial) September 17, 2021 " class="align-text-top noRightClick twitterSection" data="
">On a HOAX threat you have called-off the tour despite all assurances!! @BLACKCAPS do you understand the IMPACT of your decision?
— Shahid Afridi (@SAfridiOfficial) September 17, 2021On a HOAX threat you have called-off the tour despite all assurances!! @BLACKCAPS do you understand the IMPACT of your decision?
— Shahid Afridi (@SAfridiOfficial) September 17, 2021
ସେପଟେ ସୋଏବ ଅଖତର କହିଛନ୍ତି ଯେ, "ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ କ୍ରିକେଟକୁ ହତ୍ୟା କରିଛି । ଯାହା ବି ସମସ୍ୟା ଥିଲା ତାହା ଆଲୋଚନା ହୋଇ ପାରିଥାନ୍ତା । ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ସୁରକ୍ଷିତ ଭାବରେ ସିରିଜ ଖେଳି ଯାଇଥିଲା । କୋରୋନା ଭୟରେ ବି ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା ।"
-
NZ just killed Pakistan cricket 😡😡
— Shoaib Akhtar (@shoaib100mph) September 17, 2021 " class="align-text-top noRightClick twitterSection" data="
">NZ just killed Pakistan cricket 😡😡
— Shoaib Akhtar (@shoaib100mph) September 17, 2021NZ just killed Pakistan cricket 😡😡
— Shoaib Akhtar (@shoaib100mph) September 17, 2021
ଆଜିଠାରୁ ପ୍ରଥମ ଦିନିକିଆ ଆରମ୍ଭ ହେବାକୁ ଥିଲା । ହେଲେ ଟସ୍ ପଡ଼ିବାର କିଛି ସମୟ ପୂର୍ବରୁ ହିଁ ନ୍ୟୁଜିଲାଣ୍ଡ ଗସ୍ତ ବାତିଲ କରିଥିବା ଖବର ଆସିଥିଲା । ଏହାକୁ ନେଇ ପିସିବି ସଭାପତିଙ୍କ ସହ ପୂର୍ବତନ ପାକିସ୍ତାନ କ୍ରିକେଟର ନ୍ୟୁଜିଲାଣ୍ଡ ଉପରେ ବର୍ଷିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ