ETV Bharat / sports

BCCI Election: ଗାଙ୍ଗୁଲି ନୁହେଁ ରୋଜର ବିନ୍ନୀ ହେବେ ବିିିସିସିଆଇ ଅଧ୍ୟକ୍ଷ ! - ସୌରଭ ଗାଙ୍ଗୁଲି

BCCIର ଜଣେ ବରିଷ୍ଠ ଅଧିକାରୀ ଏକ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇ କହିଛନ୍ତି ବିସିସିଆଇର ନିର୍ବାଚନ ହେବ ନାହିଁ । କେନ୍ଦ୍ର ସରକାରଙ୍କର ଏକ ପ୍ରଭାବଶାଳୀ ମନ୍ତ୍ରୀ ବୋର୍ଡ ପଦାଧିକାରୀ ଚୟନ କ୍ଷେତ୍ରରେ ମହତ୍ବପୂର୍ଣ୍ଣ ଭୂମିକ ନିଭାଇଛନ୍ତି । ଅଧିକ ପଢନ୍ତୁ

BCCI Election : ଗାଙ୍ଗୁଲି ନୁହେଁ ରୋଜର ବିନ୍ନୀ ହେବେ ବିିିସିସିଆଇ ଅଧ୍ୟକ୍ଷ

author img

By

Published : Oct 11, 2022, 10:30 PM IST

ହାଇଦ୍ରାବାଦ: 1983 କ୍ରିକେଟ ବିଶ୍ବକପ ବିଜୟୀ ଟିମର ସଦସ୍ୟ ରୋଜର ବିନ୍ନୀ ( Former Indian Cricketer Roger Binny ) ହୋଇ ପାରନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପରବର୍ତ୍ତୀ ଅଧ୍ୟକ୍ଷ । ସୌରଭ ଗାଙ୍ଗୁଲିଙ୍କ( Sourav Ganguly ) ବଦଳରେ BCCIର ୩୬ତମ ଅଧ୍ୟକ୍ଷ ହେବେ ଭେଟେରାନ ପୂର୍ବତନ କ୍ରିକେଟର ରୋଜର ବିନ୍ନି । ସୌରଭ ଗାଙ୍ଗୁଲି ୨୦୧୯ ମସିହାରୁ ବିସିସିଆଇ ଅଧ୍ୟକ୍ଷ ପଦରେ ନିଯୁକ୍ତ ରହିଛନ୍ତି । ତେବେ ଅକ୍ଟୋବର ୧୮ରେ ହେବାକୁ ଥିବା ଭାରତୀୟ କ୍ରିକେଟ ବୋର୍ଡର ବାର୍ଷିକ ବୈଠକରେ ରୋଜର ବିନ୍ନୀଙ୍କ ପାଇଁ ଗାଙ୍ଗୁଲି ନିଜ ପଦ ଛାଡିବା ନେଇ ଆଲୋଚନା ହେଉଛି। ଏହାକୁ ନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।

ସେପଟେ BCCI ସମ୍ପାଦକ ଜୟ ଶାହା ତାଙ୍କ ପଦ ବଜାୟ ରଖିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ବିସିସିଆଇ ସମ୍ପାଦକ ରହିବେ । ଏହା ସହିତ ଶାହ ଆଇସିସି ବୋର୍ଡରେ ଗାଙ୍ଗୁଲିଙ୍କୁ ସ୍ଥାନ ନେବେ । BCCI ପଦାଧିକାରୀରେ ସାମିଲ ରହିଥିବା କଂଗ୍ରେସର ରାଜୀବ ଶୁକ୍ଲା ଉପାଧ୍ୟକ୍ଷ ହେବେ । ସେହିପରି କେନ୍ଦ୍ରକ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ସିଂହ ଧୁମଲ ଇଣ୍ଡିଆନ ପ୍ରିମିୟର ଲିଗର (IPL chairmen) ଚେୟାରମ୍ୟାନ ହେବା ନେଇ ଆକଳନ କରାଯାଉଛି । ବର୍ତ୍ତମାନ ଆଇପିଏଲର ଚେୟାରମ୍ୟାନ ବ୍ରିଜେଶ ପଟେଲ ରହିଛନ୍ତି । ତାଙ୍କ ବଦଳରେ ଚେୟାରମ୍ୟାନ ହେବେ ଅରୁଣ ସିଂହ । ମହାରାଷ୍ଟ୍ରର ଭାଜପା ନେତା ଆଶିଷ ଶୋଲାର ବୋର୍ଡର ନୂଆ କୋଷାଧ୍ୟକ୍ଷ ହେବେ । ସେହିପରି ଦେବଜିତ ସୈକିୟା ନୂଆ ସଂଯୁକ୍ତ ସଚିବ ହେବା ନେଇ ସୂତ୍ରରୁ ପ୍ରକାଶ ପାଇଛି ।

BCCIର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି ଏକ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇ କହିଛନ୍ତି ଯେ, ରୋଜର ବିନ୍ନୀ ଅକ୍ଟୋବର ୧୮ ତାରିଖରେ ମୁମ୍ବାଇରେ ହେବାକୁ ଥିବା BCCI ଏଜିଏମର ଅଧିକାରୀ ଭାବରେ ପଦବୀ ସମ୍ଭାଳିବେ । କୌଣସି ବି ପଦ ପାଇଁ ନିର୍ବାଚନ ହେବ ନାହିଁ । କାରଣ BCCIର ସମସ୍ତ ପଦ ପାଇଁ ପ୍ରାର୍ଥୀମାନଙ୍କୁ ସର୍ବସମ୍ମତିରେ ଚୟନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.