ETV Bharat / sports

Ind vs WI t20: ଆଜି ପ୍ରଥମ ଟି-ଟ୍ବେଣ୍ଟି, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ - ଭାରତ ବନାମ ୱେଷ୍ଟଇଣ୍ଡିଜ ପ୍ରଥମ ଟିଟ୍ବେଣ୍ଟି

ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଆଜିଠୁ (ଶୁକ୍ରବାର) ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି । ତ୍ରିନିଦାଦ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ । ଅଧିକ ପଢନ୍ତୁ

Ind vs WI t20
Ind vs WI t20
author img

By

Published : Jul 29, 2022, 9:31 AM IST

ଟରୌବା: ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଆଜିଠୁ (ଶୁକ୍ରବାର) ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି । ତ୍ରିନିଦାଦ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ । ଘରୋଇ ଦଳ ବିପକ୍ଷରେ ଦିନିକିଆ ସିରିଜ କ୍ଲିନ ସୁଇପ କଲା ପରେ ଦୃଢ ମନୋବଳରେ ରହିଛି ଭାରତ । ରୋହିତ ଶର୍ମାଙ୍କ ନେତୃତ୍ବରେ ପ୍ରଥମ ଟି-ଟ୍ବେଣ୍ଟି ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ସେପଟେ ଦିନିକିଆରେ କରିଥିବା ତ୍ରୁଟିକୁ ସୁଧାରି ଟି-ଟ୍ବେଣ୍ଟିରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଘରୋଇ ଦଳ ।

ରୋହିତ ଶର୍ମା ଓ ଋଷବ ପନ୍ତ ଓପନିଂ କରିବେ । 5ଟି ମ୍ୟାଚ ବିଶିଷ୍ଟ ସିରିଜରେ ଷ୍ଟାର ବ୍ୟାଟର ବିରାଟ କୋହଲି, ପେସ ବୋଲର ଯଶପ୍ରୀତ ବୁମରା, ଯୁଝବେନ୍ଦ୍ର ଚହଲଙ୍କୁ ଦେଖିବାକୁ ମିଳିବ ନାହିଁ । ଚହଲ କେବଳ ଦିନିକିଆ ଦଳରେ ସାମିଲ ଥିଲେ । ତାଙ୍କ ସ୍ଥାନରେ ଅଶ୍ବିନୀ ଓ କୁଲଦୀପ ଯାଦବ ସାମିଲ ହୋଇଛନ୍ତି । କୋହଲି ବୁମରା ୱେଷ୍ଟଇଣ୍ଡିଜ ସିରିଜରୁ ବାଦ ପଡିଛନ୍ତି । ଦିନିକିଆରେ ଧାୱନ ଦଳର ନେତୃତ୍ବ ନେଇଥିଲେ ଟି-ଟ୍ବେଣ୍ଟିରେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ସାମିଲ ହୋଇଛନ୍ତି । ଲୋକେଶ ରାହୁଲ କୋରୋନା ସଂକ୍ରମିତ ଥିବାରୁ ଟି-ଟ୍ବେଣ୍ଟିରୁ ବାଦ ପଡିଛନ୍ତି । ଭାରତର ଯୁବ ଖେଳାଳିଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଛି । ଦିନିକିଆରେ କରିଥିବା ପ୍ରଦର୍ଶନକୁ ଆଜି ଦୋହରାଇବ ଦଳ । ଏହା ସହ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।

ଏହା ବି ପଢନ୍ତୁ...CWG 2022: ଟାର୍ଗେଟ କମନୱେଲ୍ଥ ଗୋଲ୍ଡ, 2002 ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ଭାରତ

ଦିନିକିଆ ସିରିଜରେ ପରାସ୍ତ ହୋଇଥିଲେ ବି ଟି-ଟ୍ବେଣ୍ଟି ଫର୍ମାଟରେ ଇଣ୍ଡିଜ ପାଖରେ ଯଥେଷ୍ଟ ସାମର୍ଥ୍ୟ ରହିଛି । ଏକାଧିକ ବ୍ୟାଟର ବିଶାଳ ସଟ ଖେଳିବାରେ ସିଦ୍ଧହସ୍ତ । ନିକୋଲାସ ପୂରନ ଓ କେଲି ମେୟର୍ସଙ୍କ ଫର୍ମରେ ରହିଛନ୍ତି । ଗତ ସିରିଜରେ ଇଣ୍ଡିଜ 2-1ରେ ବାଂଲାଦେଶକୁ ହରାଇଥିଲା । ଏହି ରଣନୀତିକୁ ଭାରତ ବିପକ୍ଷରେ ପ୍ରୟୋଗ କରିପାରେ ଦଳ । ଫେବ୍ରୁଆରୀରେ ଘରୋଇ ଦଳ ଭାରତ ଗସ୍ତରେ ଆସି 0-3ରେ ଟି-ଟ୍ବେଣ୍ଟି ସିରିଜରେ ପରାଜିତ ହୋଇଥିଲା । ଏ ସିରିଜରେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ଦଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.