ETV Bharat / sports

ଟେଷ୍ଟ ଇତିହାସରେ ପ୍ରଥମ, ବ୍ରଡଙ୍କ ଗୋଟିଏ ଓଭରରେ 35 ରନ୍ ସ୍କୋର କଲେ ବୁମରା

ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ କେତେବେଳେ ଯୁବରାଜ ସିଂହ ମହଙ୍ଗା ପଡୁଛନ୍ତି ତ ଆଉ କେତେବେଳେ ଜଶପ୍ରିତ ବୁମରା । ବ୍ରଡଙ୍କ ଗୋଟିଏ ଓଭରରେ 35 ରନ ସ୍କୋର କରି ରେକର୍ଡ କରିଛନ୍ତି ବୁମରା । ଅଧିକ ପଢନ୍ତୁ

ଟେଷ୍ଟ ଇତିହାସରେ ପ୍ରଥମ, ବୋର୍ମିହୋମରେ ରେକର୍ଡ କଲେ ବୁମରା

author img

By

Published : Jul 2, 2022, 6:02 PM IST

ହାଇଦ୍ରାବାଦ: ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ କେତେବେଳେ ଯୁବରାଜ ସିଂହ ମହଙ୍ଗା ପଡୁଛନ୍ତି ତ ଆଉ କେତେବେଳେ ଜଶପ୍ରିତ ବୁମରା । ବ୍ରଡଙ୍କ ବିପକ୍ଷରେ ଯୁବରାଜ ସିଂହ ଗୋଟିଏ ଓଭରରେ ୬ ଟି ଛକା ମାରି ୩୬ ରନ ସଂଗ୍ରହ କରିଥିଲେ । ତେବେ ଯୁବରାଜ ଟି-20ରେ 6ଟି ବଲରେ 6 ଛକା ସହିତ 36 ରନ ସ୍କୋର କରିଥିଲେ । ତେବେ ଆଜି (ଶନିବାର) ଟେଷ୍ଟ କ୍ରିକେଟରେ ଇତିହାସ ରଚିଛନ୍ତି ଜଶପ୍ରତ ବୁମରା । ବୁମରା ବ୍ରଡଙ୍କ ବିପକ୍ଷରେ ବ୍ୟାଟିଂ କରି ଗୋଟିଏ ଓଭରରେ ୩୫ ରନ ସଂଗ୍ରହ କରିଛନ୍ତି ।

ଏଜବଷ୍ଟନରେ ଚାଲିଥିବା ଘରୋଇ ଇଂଲଣ୍ଡ ଏବଂ ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରେ ଆଜି ଦ୍ବିତୀୟ ଦିନ । ଏହି ମ୍ୟାଚରେ ଜାଡେଜା ଏବଂ ପନ୍ତ ଶତକ ହାସଲ କରିଥିବା ବେଳେ ଶେଷ ଓଭରରେ ଅଧିନାୟକ ବୁମରା ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ପେସ୍ ବୋଲର ବୁମରା ୧୦ ନମ୍ବର ବ୍ୟାଟିଂ ଅର୍ଡର ଲାଇନରେ କ୍ରିଜକୁ ଆସି କମାଲ କରିଛନ୍ତି । ଗୋଟିଏ ଓଭରରେ ବୁମରା ୩୫ ରନ ସଂଗ୍ରହ କରି ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ପ୍ରଥମ ବଲରେ ୪ ମାରିଥିଲେ । ଦ୍ବିତୀୟ ବଲରେ ମଧ୍ୟ ୪ ମାରିଥିଲେ ହେଲେ ୱାଇଡ ବଲ ପାଇଁ ତାହା ବୁମରାଙ୍କୁ ୫ ରନ ମିଳିଥିଲା । ତୃତୀୟ ବଲରେ ବୁମରା ୬ ମାରିଥିଲେ ଯାହା ନୋ ବଲ ହୋଇଥିଲା । ସେହିପରି ଚତୁର୍ଥ ବଲ, ପଞ୍ଚମ ବଲ, ଷଷ୍ଠ ବଲରେ ବୁମରା ଲଗାତାର ୪ ମାରିଥିଲେ । ସପ୍ତମ ବଲରେ ପୁଣି ୬ ମାରିଥିଲେ । ଅଷ୍ଟମ ବଲରେ ୧ ରନ କରି ସମୁଦାୟ ଓଭରରେ ବୁମରା ୩୫ ରନ କରିଥିଲେ । ଗୋଟିଏ ଓଭରରେ ୬ ଟି ବଲ ଥିବା ବେଳେ ଗୋଟିଏ ୱାଇଡ ବଲ ଏବଂ ଗୋଟିଏ ନୋ ବଲ ପାଇଁ ବୁମରାଙ୍କୁ ୨ ଟି ବଲ ଅଧିକ ଏକ୍ସଟ୍ରା ମିଳିଥିଲା । ଯାହାର ଭରପୁର ଫାଇଦା ଉଠାଇ ପାରିଥିଲେ ବୁମରା । ବୁମରାଙ୍କ ବିପକ୍ଷରେ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରୋଡ ରହିଥିଲେ ।

ସେହିପରି ଭାବରେ ୨୦୦୭ ମସିହା ଟି-ଟ୍ବେଣ୍ଡି ୱଲ୍ଡ କପରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଯୁବରାଜ ସିଂହ ଗୋଟିଏ ଓଭରରେ ୬ ଟି ଛକା ମାରି ୩୬ ରନ ସଂଗ୍ରହ କରି ରେକର୍ଡ କରିଥିଲେ । ସେହି ସମୟରେ ମଧ୍ୟ ଯୁବରାଜଙ୍କ ବିପକ୍ଷ ବୋଲର ରହିଥିଲେ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.