ETV Bharat / sports

ଶ୍ରୀଧର ଲେଖିଲେ ଶେଷକଥା, ଟି-୨୦ ବିଶ୍ବକପ ପରେ ବିଦାୟ ନେବେ ଫିଲ୍ଡିଂକୋଚ୍‌ - Fielding coach Sridhar

ଟି-୨୦ ବିଶ୍ବକପ ଟିମ ଇଣ୍ଡିଆ ସହ ଶେଷ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) କୁ ଏକ ଆବେଗପୂର୍ଣ୍ଣ ବାର୍ତ୍ତାରେ ଧନ୍ୟବାଦ ଜଣାଇଲେ ଫିଲ୍ଡିଂ କୋଚ୍‌ ରାମକ୍ରୀଷ୍ଣନ୍‌ ଶ୍ରୀଧର । ଅଧିକ ପଢନ୍ତୁ...

Fielding coach Sridhar thanks BCCI, players before last assignment with Team India
ଶ୍ରୀଧର ଲେଖିଲେ ଶେଷକଥା, ଟି-୨୦ ବିଶ୍ବକପ ପରେ ବିଦାୟ ନେବେ ଫିଲ୍ଡିଂକୋଚ୍‌
author img

By

Published : Oct 18, 2021, 5:08 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) କୁ ଏକ ଆବେଗପୂର୍ଣ୍ଣ ବାର୍ତ୍ତାରେ ଧନ୍ୟବାଦ ଜଣାଇଛନ୍ତି ଟିମ ଇଣ୍ଡିଆ ଫିଲ୍ଡିଂ କୋଚ୍‌ ରାମକ୍ରୀଷ୍ଣନ୍‌ ଶ୍ରୀଧର । ICC ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପରେ ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ । ସେଥିପାଇଁ ଜାତୀୟ ଟିମର ସେବା କରିବାକୁ ସୁଯୋଗ ପ୍ରଦାନ କରିଥିବାରୁ BCCI କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀଧର ।

UAEରେ ମେଗା ଟି-୨୦ ବିଶ୍ବକପ ଶେଷହେବା ସହିତ ମେନ ଇନ୍‌ ବ୍ଲୁ କ୍ୟାମ୍ପ୍‌ରେ ଫିଲ୍ଡିଂ କୋଚ୍‌ ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ । ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍‌ରେ ସେ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି ।

ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଟିମ ଅଭ୍ୟାସ ଆରମ୍ଭ କରିସାରିଛି । ଏହି ଅଭ୍ୟାସ ସେସନ ଶ୍ରୀଧରଙ୍କ ପାଇଁ ଟିମ ସହିତ ଶେଷ ଅଭ୍ୟାସ ସେସନ ହୋଇଛି । ସେଥିପାଇଁ ଶ୍ରୀଧର ଇନଷ୍ଟ୍ରାଗ୍ରାମରେ ଲେଖିଛନ୍ତି " ଭାରତୀୟ କ୍ରିକେଟର ଟିମର ଫିଲ୍ଡିଂ କୋଚ୍‌ ଭାବେ ମୋର ଶେଷ କାର୍ଯ୍ୟଭାର ଟୁର୍ଣ୍ଣାମେଣ୍ଟ । ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ସେବା କରିବାକୁ ସୁଯୋଗ ମିଳିଥିବାରୁ BCCIକୁ ଅନେକ ଧନ୍ୟବାଦ । ମୋର ବିଶ୍ବାସ ଯେ ମୁଁ ମୋର କାର୍ଯ୍ୟ ଆନ୍ତରିକତା, ପ୍ରତିବଦ୍ଧତା ଏବଂ ମୋର ଦକ୍ଷତା ଅନୁଯାୟୀ ସମ୍ପନ୍ନ କରିଛି ।"

ଶ୍ରୀଧର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଟି-୨୦ ବିଶ୍ବକପ ପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେଉଛି ।

BCCI ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନ ଆହ୍ବାନ କରିଛି ଓ ଆବେଦନର ଶେଷ ତାରିଖ ଅକ୍ଟୋବର ୨୬ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.