ETV Bharat / sports

ଦିନିକିଆରେ ସିରାଜଙ୍କ ଦମଦାର ପ୍ରଦର୍ଶନ, ବିଶ୍ବକପ ସ୍କ୍ବାର୍ଡ଼ରେ ସାମିଲ କରିବାକୁ ପ୍ରଶଂସକଙ୍କ ଦାବି - ମହମ୍ମଦ ସିରାଜଙ୍କୁ ମିଳିଛି ଫ୍ୟାନଙ୍କ ସପୋର୍ଟ

ଦିନିକିଆରେ ସିରାଜଙ୍କ ଦମଦାର ପ୍ରଦର୍ଶନ । ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ ପରେ ଦୃତ ବୋଲର ମହମ୍ମଦ ସିରାଜଙ୍କୁ ମିଳିଛି ଫ୍ୟାନଙ୍କ ସପୋର୍ଟ । ବିସିସିଆଇ ଚଳିତ ବର୍ଷ ଟି20 ବିଶ୍ବକପ ଜିତିବା ପାଇଁ ଇଚ୍ଛୁକ ଥିଲେ ତୁରନ୍ତ ମହମ୍ମଦ ସିରାଜଙ୍କୁ ଅଷ୍ଟ୍ରେଲିଆ ପଠାଉ ବୋଲି ଦାବି ହୋଇଛି । ଅଧିକ ପଢ଼ନ୍ତୁ

ଦିନିକିଆରେ ସିରାଜଙ୍କ ଦମଦାର ପ୍ରଦର୍ଶନ, ବିଶ୍ବକପ ସ୍କ୍ବାର୍ଡ଼ରେ ସାମିଲ କରିବାକୁ ପ୍ରଶଂସକଙ୍କ ଦାବି

author img

By

Published : Oct 11, 2022, 9:14 PM IST

ହାଇଦ୍ରାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜକୁ ୭ ୱିକେଟରେ ଜିତି ନେଇଛି ଭାରତ । ଦିନିକିଆରେ ସିରାଜଙ୍କ ଦମଦାର ପ୍ରଦର୍ଶନ । ତେବେ ଏହି ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ଦୃତ ବୋଲର ମହମ୍ମଦ ସିରାଜଙ୍କୁ ମିଳିଛି ଫ୍ୟାନଙ୍କ ସପୋର୍ଟ । ବିସିସିଆଇ ଚଳିତ ବର୍ଷ ଟି20 ବିଶ୍ବକପ ଜିତିବା ପାଇଁ ଇଚ୍ଛୁକ ଥିଲେ ତୁରନ୍ତ ମହମ୍ମଦ ସିରାଜଙ୍କୁ ଅଷ୍ଟ୍ରେଲିଆ ପଠାଉ ବୋଲି ଅନେକ ପ୍ରଶଂସକ ଦାବି କରିଛନ୍ତି ।

ଦିନିକିଆରେ ସିରାଜଙ୍କ ଦମଦାର ପ୍ରଦର୍ଶନ, ବିଶ୍ବକପ ସ୍କ୍ବାର୍ଡ଼ରେ ସାମିଲ କରିବାକୁ ପ୍ରଶଂସକଙ୍କ ଦାବି
ଦିନିକିଆରେ ସିରାଜଙ୍କ ଦମଦାର ପ୍ରଦର୍ଶନ, ବିଶ୍ବକପ ସ୍କ୍ବାର୍ଡ଼ରେ ସାମିଲ କରିବାକୁ ପ୍ରଶଂସକଙ୍କ ଦାବି

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ତୃତୀୟ ମ୍ୟାଚ ଜିତି ୨-୧ ରେ ସିରିଜ ହାତେଇଛି ଭାରତ । ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଶିଖର ଧାୱନ । ତେବେ ପାଳି ଅରମ୍ଭରୁ ପ୍ରଥମ ପାୱାର ପ୍ଲେ ମଧ୍ୟରେ ୨ ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ କରିଥିଲେ ଭାରତୀୟ ଦୃତ ବୋଲର ମହମ୍ମଦ ସିରାଜ । ଦକ୍ଷିଣ ଆଫ୍ରିକୀୟ ଓପନର ଜାନେମାନ ମଲାନ ଓ ରିଜା ହେଣ୍ଡ୍ରିକ୍ସଙ୍କୁ ପାଭିଲିୟନ ଫେରାଇ ଭାରତକୁ ପ୍ରଥମରୁ ସଫଳତା ଦେଇଥିଲେ ଏହି ଦୃତ ବୋଲର ।

ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ସିରିଜ ଭାବରେ ବିବେଚିତ କରାଯାଇଛି । ଏହାପରେ କିନ୍ତୁ ସିରାଜଙ୍କ ପ୍ରଶଂସାରେ ଶତମୁଖ ଭାରତୀୟ କ୍ରିକେଟ ପ୍ରଶଂସକ । ବିସିସିଆଇ ଚଳିତ ବର୍ଷ ଟି20 ବିଶ୍ବକପ ଜିତିବା ପାଇଁ ଇଚ୍ଛୁକ ଥିଲେ ତୁରନ୍ତ ମହମ୍ମଦ ସିରାଜଙ୍କୁ ଅଷ୍ଟ୍ରେଲିଆ ପଠାଉ ବୋଲି ଭାରତୀୟ ପ୍ରଶଂସକମାନେ ଟ୍ବିଟରରେ ଦାବି କରିଛନ୍ତି । ଅଷ୍ଟ୍ରେଲିଆ ପିଚରେ ମହମ୍ମଦ ସିରାଜଙ୍କ ଭଳି ଆଗ୍ରେସିଭ ବୋଲରଙ୍କର ଆବଶ୍ୟକତା ରହିଛି ବୋଲି ଦାବି କରାଯାଇଛି । ତେଣୁ ଏହି ଶୃଙ୍ଖଳା ପରେ ତୁରନ୍ତ ସିରାଜଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ କହିଛନ୍ତି ପ୍ରଶଂସକ ।

ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ ତାରିଖରୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଟି20 ବିଶ୍ବକପ ଖେଳାଯିବ । ଏନେଇ ଭାରତୀୟ ବିଶ୍ବକପ ଦଳ ଗୁରୁବାର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଗସ୍ତ କରିଛି । ଅକ୍ଟୋବର ୨୩ ତାରିଖରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ବକପ ଆରମ୍ଭ କରିବ । ତେବେ ଟି20 ବିଶ୍ବକପରୁ ଫାଷ୍ଟ ବୋଲର ଜଶପ୍ରିତ ବୁମରା ( Jasprit Bumrah ) ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ( Ravindra Jadeja ) ଉଭୟ ଆହତ କାରଣରୁ ବାଦ ପଡିଛନ୍ତି । ବିଶ୍ବକପରେ ଉଭୟ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ଦଳକୁ ଚିନ୍ତାରେ ପକାଇଥିବା ବେଳେ ମହମ୍ମଦ ସିରାଜ ବୁମରାଙ୍କ ସ୍ଥାନରେ ଭଲ ପ୍ରଦର୍ଶନ କରିବେ ବୋଲି ଦାବି କରିଛନ୍ତି ଭାରତୀୟ ପ୍ରଶଂସକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.