ETV Bharat / sports

World Cup 2023: ଭାରତ ସହ ରଚିନକୁ ଫାଇନାଲ ଖେଳିବା ଦେଖିବାକୁ ଚାହାନ୍ତି ତାଙ୍କ ଅଜା

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ନ୍ୟୁଜିଲାଣ୍ଡ ପ୍ଲେୟାର ରଚିନ ରବିନ୍ଦ୍ରଙ୍କୁ ଭାରତ ସହ ଫାଇନାଲ ଖେଳିବାକୁ ଦେଖିବାକୁ ଚାହାନ୍ତି ତାଙ୍କ ଅଜା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 8, 2023, 1:57 PM IST

World Cup 2023
Interview with Rachin Ravindra grandfather

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ଯୁବ ବ୍ୟାଟର ରଚିନ ରବୀନ୍ଦ୍ର ଭାରତର ଜାରିଥିବା ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଛନ୍ତି । ବାମହାତୀ ବ୍ୟାଟର ଯାହାଙ୍କ ନାମ ତାଙ୍କ ବାପା ଭାରତର ପୂର୍ବତନ ଖେଳାଳି ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କ ନାମକୁ ନେଇ ରଚିନ ରବୀନ୍ଦ୍ର ରଖିଥିଲେ । ସଚିନରୁ ରଚିନ ରାହୁଲ ଦ୍ରାବିଡରୁ ରବୀନ୍ଦ୍ର ରଖାଯାଇଥିଲା । ଚଳିତ ବିଶ୍ବକପ ସଂସ୍କରଣରେ 3ଶତକ ହାସଲ କରି ସାରିଛନ୍ତି ରଚିନ । ଭାରତ ସହିତ ରଚିନ ବିଶ୍ବକପ ଫାଇନାଲ ଖେଳନ୍ତୁ ବୋଲି ତାଙ୍କ ଅଜା ବାଲକୃଷ୍ଣ ଆଶା ପ୍ରକାଶ କରିଛନ୍ତି । ଇଟିଭି ଭାରତକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ।

  • The Roar for Rachin Ravindra when he completed his Hundred at the Chinnaswamy.

    - Rachin Ravindra, What a player, The Star! pic.twitter.com/RjpEpF4hkK

    — CricketMAN2 (@ImTanujSingh) November 4, 2023 " class="align-text-top noRightClick twitterSection" data=" ">

ରଚିନଙ୍କ ପ୍ରକୃତ ଘର କର୍ଣ୍ଣାଟକ । ତାଙ୍କ ଅଜା-ଆଈ ବେଙ୍ଗାଲୁରୁରେ ରୁହନ୍ତୁ । ରଚିନଙ୍କ ଅଜା ବାଲକୃଷ୍ଣ ନଭେମ୍ବର 19 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ସହ ରଚିନ ଫାଇନାଲ ଖେଳନ୍ତୁ ବୋଲି ଦେଖିବାକୁ ଚାହାନ୍ତି । ବାଲକୃଷ୍ଣ କହିଛନ୍ତି,"ଟିମ୍‌ ଇଣ୍ଡିଆ ବିଶ୍ବକପରେ ଭଲ ପ୍ରଦର୍ଶନ କରିଛନ୍ତି । ଏଯାବତ ସମସ୍ତ 8ଟି ମ୍ୟାଚ୍‌ ଜିତିଛି । ମୁଁ ନ୍ୟୁଜିଲାଣ୍ଡ ଓ ଭାରତକୁ ଫାଇନାଲ ଖେଳିବାକୁ ଦେଖିବା ପସନ୍ଦ କରିବି । ରଚିନ ମ୍ୟାଚରେ ଭଲ ଖେଳୁ ଓ ଭାରତ ଚମ୍ପିଆନ ହେଉ ।"

ନାତିର କ୍ରିକେଟ ଯାତ୍ରାକୁ ନେଇ ସେ କହିଛନ୍ତି,"1997ରେ ରଚିନ ବାପା ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ । ସେମାନଙ୍କୁ ସେଠାକାର ନାଗରିକତା ମିଳିଛି । ରଚିନ 1999ରେ ସେଠାରେ ଜନ୍ମ ହୋଇଥିଲା । ତାଙ୍କ ବାପା ରବି କୃଷ୍ଣମୂର୍ତ୍ତି ତାଙ୍କର ପ୍ରଥମ ଶିକ୍ଷକ ଥିଲେ । ସେ କ୍ଲବ କ୍ରିକେଟ୍‌ ଖେଳିଛନ୍ତି । କ୍ଲବ କ୍ରିକେଟ୍‌ ଖେଳିବା ସମୟରେ ରଚିନ ତାଙ୍କ ବାପାଙ୍କ ସହ ଯାଉଥିଲେ । ସେବେଠୁ ରଚିନର କ୍ରିକେଟ ପ୍ରତି ଇଚ୍ଛାଶକ୍ତି ଆସିଥିଲା । କ୍ରିକେଟ ପ୍ରତି ତାଙ୍କ ଇଚ୍ଛା ଦେଖି ତାଙ୍କ ନାମ ସଚିନ ଓ ଦ୍ରାବିଡଙ୍କ ନାମରୁ ରଖିଥିଲେ ।"

ଏହା ବି ପଢନ୍ତୁ...World Cup 2023: ଜାଣନ୍ତୁ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ନାମ ପଛର ରାଜ

ରଚିନଙ୍କ ଅଜା ଆହୁରି କହିଛନ୍ତି, "ବିଶ୍ବକପ ପରେ ମୁଁ ନ୍ୟୁଜିଲାଣ୍ଡ ଯିବି । ରଚିନ ନ୍ଯୁଜିଲାଣ୍ଡ ପାଇଁ ଖେଳିବା ସହ ପଢା ମଧ୍ୟ ଜାରି ରଖିଛନ୍ତି । ଗତବର୍ଷ ସେ ଛୁଟିରେ ବେଙ୍ଗାଲୁରୁ ଆସିଥିଲେ । ରଚିନ 20ଟି ଦିନିକିଆ ମ୍ୟାଚରେ 16 ପାଳିରେ 712ରନ କରିଛନ୍ତି । 123ରନ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.