ETV Bharat / sports

କୋହଲିଙ୍କ ଓ୍ବିକେଟ ପାଇଁ 'simple plan' କହିଲେ ରବିନସନ

author img

By

Published : Aug 28, 2021, 9:02 PM IST

ଟିମ୍ ଇଣ୍ଡିଆ ଅଧିନାୟକ ତଥା ଭାରତୀୟ ଦଳର ବ୍ୟାଟିଂ ମେରୁଦଣ୍ଡଙ୍କୁ ଆଉଟ କରିବା ନେଇ 'simple plan' କହିଛନ୍ତି ରବିନସନ । ଅଧିକ ପଢନ୍ତୁ...

hou to out virat kohli simple plan says england pacer olli robinson
କୋହଲଙ୍କ ଓ୍ବିକେଟ ପାଇଁ 'simple plan' କହିଲେ ରବିନସନ

ଲଣ୍ଡନ: ରୋଚକ ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଦ୍ବିତୀୟ ମ୍ୟାଚରେ ଭାରତର ଜବରଦସ୍ତ ପରାଜୟ ପରେ ତୃତୀୟ ଟେଷ୍ଟରେ ଘରୋଇ ଦଳର ଦର୍ଶନୀୟ କମବ୍ୟାକ୍ । ଏକ ଇନିଂସ ଏବଂ 76 ରନରେ 3ୟ ଟେଷ୍ଟ ଜିତି ହାଇ ଜୋସରେ ରୁଟ୍ ବାହିନୀ ।

ତେବେ 3ୟ ମ୍ୟାଚରେ ଦମଦାର ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିବା ଓଲି ରବିନସନ୍ ବିଜୟ ପରେ ବଡ ବୟାନ ଦେଇଛନ୍ତି । ଟିମ୍ ଇଣ୍ଡିଆ ଅଧିନାୟକ ତଥା ଭାରତୀୟ ଦଳର ବ୍ୟାଟିଂ ମେରୁଦଣ୍ଡଙ୍କୁ ଆଉଟ କରିବା ନେଇ 'simple plan' କହିଛନ୍ତି ରବିନସନ ।

ପ୍ରଥମ ଇନିଂସରେ ଭାରତ ବିପକ୍ଷରେ 16 ରନ ଦେଇ 2ଟି ଓ୍ବିକେଟ ଏବଂ ଦ୍ବିତୀୟ ଇନିଂସରେ 65 ରନ ଦେଇ 5ଟି ଓ୍ବିକେଟ ନେଇଥିଲା ରବିନସନ ମ୍ୟାଚ ପରେ କହିଛନ୍ତି, ପ୍ରଥମ ମ୍ୟାନ ଅଫ ଦ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଛି । ଏହା ସ୍ବପ୍ନ ଭଳି ଲାଗୁଛି । ମୁଁ ଏଠାରେ ପୂର୍ବରୁ ବୋଲିଂ ଏନଜୟ୍ କରିଛି । ଏହି ପିଚ ଏବଂ ଏଠିକାର ସ୍ଥିତି ନେଇ ମୁଁ ଅବଗତ ରହିଛି । ତେବେ 5ଟି ଓ୍ବିକେଟ ଅକ୍ତିଆର କରିଥିବାରୁ ଖୁସି ।

ତେବେ କୋହଲିଙ୍କ ଓ୍ବିକେଟ ନେଇ ରବିନସନ କହିଛନ୍ତି, କୋହଲି ଗୋଟିଏ ଓଭରରେ ଦୁଇଟି ଚୌକା ମାରିବା ପରେ ଆଉଟ ହୋଇଥିଲା । 4ର୍ଥ କିମ୍ବା 5ମ ଷ୍ଟମ୍ପରେ କୋହଲିଙ୍କୁ ବୋଲିଂ କରିବା ହିଁ ତାଙ୍କୁ ଆଉଟ କରିବାର ସବୁଠୁ 'simple plan' । ବାହାରକୁ ସିମ୍ କରୁଥିବା ବଲରେ କୋହଲିଙ୍କ ଏଜ୍ (ବ୍ୟାଟ ଟଚ୍) ମିଳିଥାଏ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.