ETV Bharat / sports

ଲର୍ଡ୍ସରେ ବର୍ଷା, ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ଆରମ୍ଭରେ ବିଳମ୍ବ

author img

By

Published : Aug 12, 2021, 3:54 PM IST

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ବର୍ଷା ଲଗାତାର ବାଧା ସାଜିବାରେ ଲାଗିଛି । ଅଧିକ ପଢନ୍ତୁ...

2nd Test: Rain at Lord's delays start of England v India match
ଲର୍ଡ୍ସରେ ବର୍ଷା, ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ଆରମ୍ଭରେ ବିଳମ୍ବ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ବର୍ଷା ଲଗାତାର ବାଧା ସାଜିବାରେ ଲାଗିଛି । ପ୍ରଥମ ଟେଷ୍ଟ ପରି ଦ୍ବିତୀୟ ଟେଷ୍ଟରେ ମଧ୍ୟ ବର୍ଷା ଭିଲିଆନ ସାଜିଛି । ଆଜିଠାରୁ ସିରିଜର ଦ୍ବିତୀୟ ଟେଷ୍ଟ ଲର୍ଡ୍ସରେ ଆରମ୍ଭ ହେଉଛି । ମାତ୍ର ଲର୍ଡ୍ସରେ ବର୍ଷା ଯୋଗୁଁ ଟସ୍‌ ବିଳମ୍ବିତ ହେବା ସହ ମ୍ୟାଚ୍‌ ଆରମ୍ଭ ସମ୍ଭବ ହୋଇପାରିନାହିଁ ।

ନିର୍ଦ୍ଧାରିତ ଟସ୍‌ ସମୟର ଠିକ୍‌ ୫ ମିନିଟ୍‌ ପୂର୍ବରୁ ବର୍ଷା ଆରମ୍ଭ ହେବାରୁ ପିଚ୍‌କୁ କଭର କରାଯାଇଛି । ଯଦି ବର୍ଷା ବନ୍ଦ ହୁଏ ଓ କଭର ହଟାଯାଏ ତେବେ ବିଳମ୍ବରେ ଟସ୍‌ ହେବା ସହ ମ୍ୟାଚ ଆରମ୍ଭ ହେବା ନେଇ ସୂଚନା ରହିଛି ।

ପ୍ରଥମ ଟେଷ୍ଟରେ ମଧ୍ୟ ଖରାପ ପାଗ ଯୋଗୁଁ ପ୍ରଭାବିତ ହୋଇଥିଲା । ପଞ୍ଚମ ଦିନ ପ୍ରବଳ ବର୍ଷ ଯୋଗୁଁ ସମ୍ଭବ ନହେବାରୁ ବିନା ଫଳାଫଳରେ ମ୍ୟାଚ ଶେଷ ହେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.