ETV Bharat / sports

Women T20I: ଭାରତକୁ ୯ ୱିକେଟରେ ହରାଇଲା ଇଂଲଣ୍ଡ

author img

By

Published : Sep 11, 2022, 11:06 PM IST

ସ୍ପିନର ସରାହ ଗ୍ଲେନଙ୍କ ଘାତକ ବୋଲିଂ ବଳରେ ଭାରତ ୭ଟି ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରେ ୧୩୨ ରନ କରିଥିଲା । ଇଂଲଣ୍ଡର ଷ୍ଟାର ବ୍ୟାଟର ସୋଫିଆ ଡଙ୍କେଲଙ୍କର ୬୧ ରନର ଇନିଂସ ବଳରେ ୧୩ ଓଭରରେ ଇଂଲଣ୍ଡ ୧୩୪ ରନ କରିବାରେ ସଫଳ ରହିଥିଲା । ଅଧିକ ପଢନ୍ତୁ

England Women vs India Women 1st T20I, ଭାରତକୁ ୯ ୱିକେଟରେ ହରାଇଲା ଇଂଲଣ୍ଡ

ହାଇଦ୍ରାବାଦ: ଭାରତୀୟ ମହିଳା କ୍ରିକେଟ ଦଳର ବୋଲିଂ ଏବଂ ବ୍ୟାଟିଂ ପ୍ରଦର୍ଶନରେ ବିଫଳ ହେବା ଫଳରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି୨୦ ମ୍ୟାଚରେ ଭାରତ ୯ ୱିକେଟରେ ପରାସ୍ତ ହୋଇଛି । ଇଂଲଣ୍ଡ ଅଧିନାୟକ ଏମୀ ଜୋଂସ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ସ୍ପିନର ସରାହ ଗ୍ଲେନଙ୍କ ଘାତକ ବୋଲିଂ ବଳରେ ଭାରତ ୭ ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରେ ୧୩୨ ରନ କରିଥିଲା ।

ଇଂଲଣ୍ଡର ଷ୍ଟାର ବ୍ୟାଟର ସୋଫିଆ ଡଙ୍କେଲଙ୍କର ୬୧ ରନର ଇନିଂସ ବଳରେ ୧୩ ଓଭରରେ ଇଂଲଣ୍ଡ ୧୩୪ ରନ କରିବାରେ ସଫଳ ରହିଥିଲା । ତିନୋଟି ଟି-୨୦ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ୧-୦ ଆଗରେ ରହିଛି । ସ୍ପିନର ସରାହ ଗ୍ଲେନ ଘାତକ ବୋଲିଂର ପ୍ରଭାବ ଭାରତୀୟ ମହିଳା କ୍ରିକେଟରଙ୍କ ଉପରେ ପଡିଥିଲା । ତାଙ୍କର ଦମଦାର ବୋଲିଂରେ ଭାରତୀୟ ବ୍ୟାଚରଙ୍କ ଗୋଟେ ପରେ ଗୋଟେ ୱିକେଟ ପଡିଥିଲା । ସରାହ ଗ୍ଲେନ ଚାରି ଓଭରେ ୨୩ ରନ ବ୍ୟୟ କରି ଚାରୋଟି ଅକ୍ତିଆର କରିଛନ୍ତି ।

ଅଲରାଉଣ୍ଡର ଦିପ୍ତୀ ଶର୍ମା ୨୯ ବଲରୁ ସର୍ବାଧିକ ୨୪ ରନ ସଂଗ୍ରହ କରିଥିଲେ । ସେହିପରି ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା ୨୩ ରନ କରିଥିବା ବେଳେ ଅଧିନାୟକ ହରମନପ୍ରିତ କୌର ୧୬ ଟି ବଲରୁ ୨୦ ରନର ଇନିଂସ ଖେଳିଥିଲେ । ସେହିପରି ରିଚା ଘୋଷ ଭଲ ପାଳି ଆରମ୍ଭ କରି ୧୨ ବଲରୁ ୧୬ ରନ ସଂଗ୍ରହ କରି ଆଉଟ ହୋଇଥିଲେ । ସେପଟେ ଇଂଲଣ୍ଡ ଭାରତ ଦେଇଥିବା ଟାର୍ଗେଟକୁ ସହଜରେ ହାସଲ ଭାରତକୁ ୯ ୱିକେଟରେ ପରାସ୍ତ କରିବାରେ ସଫଳ ହୋଇଛି । ଏହି ତିନୋଟି ଟି-୨୦ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ 1-୦ ଆଗରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.