ETV Bharat / sports

India vs England 3rd ODI : ଭାରତ ଆଗରେ ୨୬୦ ରନ୍‌ ଟାର୍ଗେଟ, ହାର୍ଦ୍ଦିକଙ୍କୁ ୪ ୱିକେଟ - England set 260 runs target

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ଆଜି (ରବିବାର) ମାଞ୍ଚେଷ୍ଟରରେ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 259 ରନ କରି 10 ୱିକେଟ ହରାଇଛି । ଅଧିକ ପଢନ୍ତୁ

India vs England 3rd ODI : ଟାର୍ଗେଟ 260, ହାର୍ଦ୍ଦିକଙ୍କୁ 4 ୱିକେଟ

author img

By

Published : Jul 17, 2022, 7:30 PM IST

Updated : Jul 17, 2022, 7:59 PM IST

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ଆଜି(ରବିବାର) ମାଞ୍ଚେଷ୍ଟରରେ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରି 45.5 ଓଭରରେ ଇଂଲଣ୍ଡ 259 ରନ କରି ଅଲ୍‌ଆଉଟ ହୋଇଛି । ତେବେ 260 ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋସ ବଟଲର ସର୍ବାଧିକ 60 ରନ ସଂଗ୍ରହ କରିଛନ୍ତି ।

ତେବେ 260 ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ସେପଟେ ଫର୍ମରେ ନଥିବା ବିରାଟ କୋହଲିଙ୍କ ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିବ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ନିରାଶ କରିଥିବା କୋହଲି ଦିନିକିଆ ୫୦ ଓଭର ମ୍ୟାଚରେ ନିଜକୁ ପ୍ରମାଣିତ କରିବା ପାଇଁ ପିଚ୍‌ରେ ଅଧିକ ସମୟ ପାଇବେ ବୋଲି ସମସ୍ତଙ୍କର ଆଶା ରହିଛି ।

ଆଜି ଦିନିକିଆରେ ଭାରତୀୟ ବୋଲର କମାଲ କରିଛନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ 4 ଟି ୱିକେଟ ଅକ୍ତିଆର କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ଏବଂ ଜୋ ରୁଟ୍‌ ଖାତା ଖୋଲିବାରେ ଅସଫଳ ହୋଇଛନ୍ତି । ଉଭୟ ମହମ୍ମଦ ସିରାଜଙ୍କ ବଲ୍‌ରେ ଆଉଟ୍‌ ହୋଇ ପାଭେଲିୟନ ଫେରିଥିଲେ । ସେହିପରି ଅର୍ଦ୍ଧଶତକ ହାସଲ କରିଛନ୍ତି ଅଧିନାୟକ ଜୋସ ବଟଲର । 80 ବଲରୁ 2 ଟି ଛକା 3 ଟି ଚୌକା ମାରି 60 ରନ ସଂଗ୍ରହ କରି ଆଉଟ ହୋଇଛନ୍ତି । ସେହିପରି ଜେସନ ରଏ 41, ବେନ୍‌ ଷ୍ଟୋକ୍ସ 27, ମୋଇନ ଅଲୀ 34, ଲିଆମ ଲିଭିଙ୍ଗଷ୍ଟୋନ୍‌ 27, ଡେଭିଡ ୱିଲି 18, କ୍ରାଏଗ ଓଭରଟନ 32 ରନ କରିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ 4 ଟି ୱିକେଟ ଅକ୍ତିଆର କରିଥିବା ବେଳେ ୟୁଜିବେନ୍ଦ୍ର ଚହଲ 3ଟି ୱିକେଟ ହାସଲ କରିଛନ୍ତି । ସେହିପରି ମହମ୍ମଦ ସିରାଜ 2ଟି ୱିକେଟ ହାସଲ କରିଥିବା ବେଳେ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଛନ୍ତି ।

Last Updated : Jul 17, 2022, 7:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.