ଲଣ୍ଡନ: ହେଡିଂଲି ଲିଡସ ପଡ଼ିଆରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଛି ତୃତୀୟ ଟେଷ୍ଟ ମ୍ୟାଚ । ପ୍ରଥମ ମ୍ୟାଚରେ ଭାରତୀୟ ଦଳର ଦୟନୀୟ ବ୍ୟାଟିଂ ପରେ ଦମ ଦେଖାଇଛନ୍ତି ଇଂଲଣ୍ଡ ବ୍ୟାଟସମ୍ୟାନ । ଲଞ୍ଚ ସୁଦ୍ଧା ଇଂଲଣ୍ଡ ଦଳ ଦୁଇଟି ୱିକେଟ ହରାଇ ୧୮୨ ରନ କରିଛି । ଭାରତୀୟ ବୋଲର ଇଂଲଣ୍ଡ ଦଳ ଆଗରେ ନିରୁପାୟ ହୋଇ ପଡ଼ିଛନ୍ତି । ପ୍ରଥମ ୱିକେଟ ପାଇଁ ଇଂଲଣ୍ଡର ଦୁଇ ଓପନର ଦଳୀୟ ଖାତାରେ ୧୩୫ ରନ ଯୋଡ଼ିବାରେ ସକ୍ଷମ ହୋଇଥିଲେ ।
ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ମାତ୍ର ୭୮ ରନ କରି ଅଲଆଉଟ ହୋଇଛନ୍ତି । ଭାରତର ୯ ଜଣ ଖେଳାଳି ଦୁଇ ଅଙ୍କ ବିଶିଷ୍ଟ ରନ୍ କରିବାରେ ଅସମର୍ଥ ରହିଥିଲେ । ୭୮ ରନ୍ ମଧ୍ୟରୁ ରୋହିତ ଶର୍ମା ୧୯ କରିଥିବାବେଳେ ୧୮ ରନ କରିଛନ୍ତି ଆଜିଙ୍କ୍ୟ ରାହାଣେ । ୧୬ ରନ ଅତିରିକ୍ତ ଭାବରେ ଭାରତକୁ ମିଳିଥିଲା । ଭାରତୀୟ ବ୍ୟାଟସମ୍ୟାନଙ୍କ ଏଭଳି ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ ପ୍ରଶଂସକ ନିରାଶ ହୋଇ ପଡ଼ିଛନ୍ତି । କୋହଲିଙ୍କ ଶତକ ମରୁଡ଼ି ଏବେବି ଜାରି ରହିଛି । ଏହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ଶିକାର ହେବାକୁ ପଡ଼ିଛି । ସେପଟେ ଚେତେଶ୍ବର ପୂଜାରା ବାରମ୍ବାର ଫେଲ ମାରିବା ପରେ ତାଙ୍କୁ ଦଳରୁ ବାଦ ଦେବାକୁ ଦାବି ହେବାକୁ ଲାଗିଛି । ପ୍ରଥମ ଦିନରେ ଭାରତୀୟ ବୋଲର ଇଂଲଣ୍ଡର ଗୋଟିଏ ବି ୱିକେଟ ନେଇ ପାରିନଥିଲେ ।
-
Lunch at Headingley 🍲
— ICC (@ICC) August 26, 2021 " class="align-text-top noRightClick twitterSection" data="
England have extended their lead to 104 runs but have lost both their openers.#WTC23 | #ENGvIND | https://t.co/qmnhRc14r1 pic.twitter.com/gnU75l0goE
">Lunch at Headingley 🍲
— ICC (@ICC) August 26, 2021
England have extended their lead to 104 runs but have lost both their openers.#WTC23 | #ENGvIND | https://t.co/qmnhRc14r1 pic.twitter.com/gnU75l0goELunch at Headingley 🍲
— ICC (@ICC) August 26, 2021
England have extended their lead to 104 runs but have lost both their openers.#WTC23 | #ENGvIND | https://t.co/qmnhRc14r1 pic.twitter.com/gnU75l0goE
ତେବେ ଦ୍ବିତୀୟ ଦିନରେ ଫାଷ୍ଟ ବୋଲର ମହମ୍ମଦ ସାମି ରୋହି ବର୍ଣ୍ଣସଙ୍କୁ ବୋଲ୍ଡ କରିବାରେ ସକ୍ଷମ ହୋଇଛନ୍ତି । ସେ ୬୧ ରନ କରି ପାଭେଲିୟନ ଫେରିଛନ୍ତି । ସେହିଭଳି ହସିବ ହମିଦଙ୍କୁ ଆଉଟ କରିଛନ୍ତି ରବିନ୍ଦର ଜାଡେଜା । ସେ ୬୮ ରନ କରି ପାଭେଲିୟନ ଫେରିଛନ୍ତି । ଏହି ମ୍ୟାଚରେ ଭାରତକୁ ବିଜୟୀ ହେବାକୁ କିଛି ଚମତ୍କାର ହିଁ କରିବାକୁ ହେବ । ଖରାପ ବ୍ୟାଟିଂ ପରେ ଭାରତୀୟ ଦଳ କ୍ୟାଚ ମଧ୍ୟ ଛାଡ଼ିଥିବା ଦେଖାଦେଇଛି । ଯାହାକୁ ସମାଲୋଚନା କରିଛନ୍ତି କ୍ରିକେଟ ଫ୍ୟାନ । ୧୦୪ ରନରେ ଆଗୁଆ ରହିଛି ଇଂଲଣ୍ଡ ଦଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ