ଲଣ୍ଡନ: ପାଖେଇ ଆସିଲାଣି ଦିନିକିଆ କ୍ରିକେଟ୍ ମହାକୁମ୍ଭ ବିଶ୍ବକପ୍ ୨୦୨୩ । ତେବେ ଏହା ପୂର୍ବରୁ ବିଶ୍ବ ବିଜେତା ଇଂଲଣ୍ଡକୁ ଲାଗିଛି ବଡ଼ ଝଟ୍କା । ଦଳର ଷ୍ଟାର୍ ଦ୍ରୁତ ବୋଲର ଷ୍ଟିଭେନ ଫିନ୍ ପେସାଦାର କ୍ରିକେଟ୍ରୁ ନିଜର ଅବସର ଘୋଷଣା କରିଛନ୍ତି । ଆଣ୍ଠୁରେ ଆହତ ସମସ୍ୟା ନେଇ ଫିନ୍ ପ୍ରାୟ ବର୍ଷେ ହେବ କ୍ରିକେଟ୍ରୁ ଦୂରେଇ ରହିଥିଲେ । ବର୍ତ୍ତମାନ ଫିନ୍ଙ୍କ ବୟସ ମାତ୍ର ୩୪ ବର୍ଷ । ବୟସ ଅଧିକ ହୋଇ ନଥିଲେ ମଧ୍ୟ ଆହତ ସମସ୍ୟା ଲାଗି ରହିବାରୁ ସେ କ୍ରିକେଟ୍କୁ ଅଲବିଦା କହିବାକୁ ବାଧ୍ୟ ହୋଇଥିବା କହିଛନ୍ତି ।
-
Congratulations on a fantastic career, @FinnySteve ❤️ #EnglandCricket pic.twitter.com/d6wNFbilod
— England Cricket (@englandcricket) August 14, 2023 " class="align-text-top noRightClick twitterSection" data="
">Congratulations on a fantastic career, @FinnySteve ❤️ #EnglandCricket pic.twitter.com/d6wNFbilod
— England Cricket (@englandcricket) August 14, 2023Congratulations on a fantastic career, @FinnySteve ❤️ #EnglandCricket pic.twitter.com/d6wNFbilod
— England Cricket (@englandcricket) August 14, 2023
ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: ଇଂଲଣ୍ଡକୁ ଝଟ୍କା, ସନ୍ନ୍ୟାସ ଘୋଷଣା କଲେ ଆଲେକ୍ସ ହେଲ୍ସ
୨୦୦୫ ମସିହାରେ ମିଡଲସେକ୍ସ ପକ୍ଷରୁ ପ୍ରଥମ ଶ୍ରେଣୀ (କାଉଣ୍ଟି) କ୍ରିକେଟ୍ରେ ପଦାର୍ପଣ କରିଥିଲେ ଷ୍ଟିଭେନ ଫିନ୍ । ସେବେଠାରୁ ହିଁ ସେ ତାଙ୍କର ଘାତକ ବୋଲିଂ ଜାରି ରହିଥିଲା । ୨୦୧୦ରେ ସେ ବାଂଲାଦେଶ ବିପକ୍ଷରେ ଟେଷ୍ଟ୍ ଓ ଦିନିକିଆ କ୍ରିକେଟ୍ରେ ଇଂଲଣ୍ଡ ଜାତୀୟ ଦଳରେ ପଦାର୍ପଣ କରିଥିଲେ । ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ସେ ୩୬ ଟେଷ୍ଟ୍ ମ୍ୟାଚ୍ ଖେଳି ୧୨୫ ୱିକେଟ୍ ନେଇଥିଲାବେଳେ ୩ ଥର ଆସେସ୍ ବିଜେତା ଦଳର ସଦସ୍ୟ ହେବାର ଗୌରବ ପାଇଥିଲେ । ସେହିଭଳି ୬୯ଟି ଦିନିକିଆ ମ୍ୟାଚ୍ ଖେଳି ୧୦୨ଟି ୱିକେଟ୍ ଅକ୍ତିଆର କରିଛନ୍ତି ଏବଂ ୨୧ ଟି୨୦ ମ୍ୟାଚ୍ ଖେଳି ୨୭ଟି ୱିକେଟ୍ ହାସଲ କରିଛନ୍ତି ଫିନ୍ ।
ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: ଷ୍ଟାର ଖେଳାଳି ଆହତ, ୪ନମ୍ବର ସ୍ପଟ୍ ପାଇଁ ଚିନ୍ତାରେ ଅଧିନାୟକ
୨୦୧୫ ବିଶ୍ବକପ୍ରେ ଇଂଲଣ୍ଡ ଦଳରେ ରହିଥିଲେ ଷ୍ଟିଭେନ ଫିନ୍ । ଏହି ୩୪ ବର୍ଷୀୟ ଦ୍ରୁତ ବୋଲର ଇଂଲଣ୍ଡ ପାଇଁ ଶେଷ ଥର ୨୦୧୭ରେ ଜାତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ । ତାଙ୍କ ଜୀବନର ଏକାଧିକ ସମୟ କାଉଣ୍ଟି ଦଳ ମିଡିଲସେକ୍ସରୁ ଖେଳିଛନ୍ତି । ଏହାପରେ ୨୦୨୨ରେ ସେ ସସେକ୍ସରେ ଯୋଗ ଦେଇଥିଲେ । ତେବେ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍ର ସବୁ ଫର୍ମାଟ୍ରୁ ଅବସର ଘୋଷଣା ବେଳେ ଫିନ୍ କହିଛନ୍ତି, "ଆଜି ମୁଁ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ନେଉଛି । ଦୀର୍ଘ ବର୍ଷେ ହେବ ବିଭିନ୍ନ ଆହତ ସମସ୍ୟା ସହ ସଂଘର୍ଷ କରି ଆସୁଥିଲି । ଶେଷରେ ହାର୍ ମାନିଗଲି । ସେଥିପାଇଁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି ।"
ଇଟିଭି ଭାରତ, ଭୁବନେଶ୍ବର