ETV Bharat / sports

ଇଂଲଣ୍ଡର ଫାଷ୍ଟ ବୋଲର ହାରି ଗର୍ନୀଙ୍କ ସନ୍ନ୍ୟାସ ଘୋଷଣା

author img

By

Published : May 14, 2021, 8:40 PM IST

ମସ୍ତ ଫର୍ମାଟ କ୍ରିକେଟରୁ ସନ୍ନ୍ୟାସ ନେଲେ ଇଂଲଣ୍ଡର ଫାଷ୍ଟ ବୋଲର ହାରି ଗର୍ନୀ । ବହୁଦିନ ହେଲା କାନ୍ଧରେ ଆହତଜନିତ ସମସ୍ୟା ଦେଇ ଗତି କରୁଥିଲେ ହାରି ଗର୍ନୀ । ଅଧିକ ପଢ଼ନ୍ତୁ...

ଇଂଲଣ୍ଡର ଫାଷ୍ଟ ବୋଲର ହାରି ଗର୍ନୀଙ୍କ ସନ୍ନ୍ୟାସ ଘୋଷଣା
ଇଂଲଣ୍ଡର ଫାଷ୍ଟ ବୋଲର ହାରି ଗର୍ନୀଙ୍କ ସନ୍ନ୍ୟାସ ଘୋଷଣା

ଲଣ୍ଡନ: ସମସ୍ତ ଫର୍ମାଟ କ୍ରିକେଟରୁ ସନ୍ନ୍ୟାସ ନେଲେ ଇଂଲଣ୍ଡର ଫାଷ୍ଟ ବୋଲର ହାରି ଗର୍ନୀ । ବହୁଦିନ ହେଲା କାନ୍ଧରେ ଆହତଜନିତ ସମସ୍ୟା ଦେଇ ଗତି କରୁଥିଲେ ହାରି ଗର୍ନୀ । 2020ରେ କୋଲକାତା ନାଇଟ ରାଇଡର୍ସ ତାଙ୍କୁ ଦଳରେ ସାମିଲ କରିଥିଲା । କିନ୍ତୁ କାନ୍ଧରେ ଆଘାତ ଲାଗିବା ପରେ ସେ ଆଇପିଏଲରେ ଯୋଗ ଦେଇ ପାରି ପାରିନଥିଲେ । ଆହତ ସମସ୍ୟା ଯୋଗୁଁ ହିଁ ସେ କ୍ରକେଟରୁ ସନ୍ନ୍ୟାସ ନେବାକୁ ସ୍ଥିର କରିଥିଲେ ।

ଏହାକୁ ନେଇ ହାରି ଗର୍ନୀ କହିଛନ୍ତି ଯେ, "ମୋ ପାଇଁ କ୍ରିକେଟର ସନ୍ନ୍ୟାସ ଘୋଷଣା କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ । ମୁଁ କାନ୍ଧରେ ଆହତ ସମସ୍ୟାରୁ ଠିକ ହେବାପାଇଁ ବହୁ ଚେଷ୍ଟା କରିଥିଲି । କିନ୍ତୁ ଦୁର୍ଭାଗ୍ୟବସତଃ ଏହି ଆହତ ସମସ୍ୟା ଯୋଗୁଁ ହିଁ ମୁଁ କ୍ରିକେଟରୁ ସନ୍ନ୍ୟାସ ନେବାକୁ ବାଧ୍ୟ ହେଉଛି । ମୁଁ 10 ବର୍ଷର ଥିଲାବେଳେ ପ୍ରଥମ ଥର ପାଇଁ ବଲ ହାତରେ ଧରିଥିଲି । ମୋ ଜୀବନରେ କ୍ରିକେଟ 24 ବର୍ଷ ଧରି ରହିଲା ସେଥିପାଇଁ ମୁଁ ବହୁତ ଖୁସି ।"

ହାରି ଗର୍ନୀ 2014 ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଇଂଲଣ୍ଡ ପକ୍ଷରୁ ସ୍କଟଲାଣ୍ଡ ବିପକ୍ଷରେ ସେ ପ୍ରଥମ ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିଲେ । ଇଂଲଣ୍ଡ ପକ୍ଷରୁ ମୋଟ 10ଟି ଦିନିକିଆ ମ୍ୟାଚ ଖେଳି 11ଟି ୱିକେଟ ନେଇଥିବା ବେଳେ ଦୁଇଟି ଟି -20ରେ ସେ 3ଟି ୱିକେଟ ନେବାରେ ସଫଳ ହୋଇଛନ୍ତି । ସେହିଭଳି ସେ 2019ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.