ETV Bharat / sports

ବିଦାୟୀ ମ୍ୟାଚ୍‌ରେ ବ୍ରଡଙ୍କୁ ବିଜୟ ଭେଟି ଦେଲା ଇଂଲଣ୍ଡ, ଶୃଙ୍ଖଳା ୨-୨ରେ ଡ୍ର

author img

By

Published : Aug 1, 2023, 6:37 PM IST

ରୋମାଞ୍ଚକ ଭାବେ ସରିଲା ଆସେସ୍‌ ଶୃଙ୍ଖଳା । ତେବେ ଏହି ଶୃଙ୍ଖଳା ସହିତ ଶେଷ ହୋଇଛି ଇଂଲଣ୍ଡର ଭେଟେରାନ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଅନ୍ତର୍ଜାତୀୟ କ୍ରିକେଟ ଜୀବନ । ତେବେ ବିଜୟ ସହ ଶେଷ ମ୍ୟାଚ୍‌ରେ କିଛି ବିରଳ ରେକର୍ଡ ମଧ୍ୟ କରିଯାଇଛନ୍ତି ବ୍ରଡ୍‌ । ଅଧିକ ପଢ଼ନ୍ତୁ

ବିଦାୟୀ ମ୍ୟାଚ୍‌ରେ ବ୍ରଡଙ୍କୁ ବିଜୟ ଭେଟି ଦେଲା ଇଂଲଣ୍ଡ

ଲଣ୍ଡନ୍‌: ବର୍ଷା ବାଧା ସୃଷ୍ଟି କରିବା ସତ୍ତ୍ବେ ରୋମାଞ୍ଚକ ଭାବେ ଶେଷ ହୋଇଛି ଆସେସ୍‌ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ଶେଷ ମ୍ୟାଚ୍‌ରେ ବିଜୟ ସହ ଅଷ୍ଟ୍ରେଲିଆର ସ୍ବପ୍ନକୁ ଚୂରମାର କରି ଇଂଲଣ୍ଡ ଏହି ଶୃଙ୍ଖଳାକୁ ୨-୨ରେ ଅମୀମାଂସିତ ରଖିଦେଇଛି । ଲଂଣ୍ଡନର କେନ୍ସିଙ୍ଗଟନ ଓଭାଲ ମୈଦାନରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌କୁ ୪୯ ରନ୍‌ରେ ଜିତି ନେଇଛି ଇଂଲଣ୍ଡ । ଏହାସହ ଷ୍ଟୁଆର୍ଟ ବ୍ରଡଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ଷ୍ଟାର ଖେଳାଳିଙ୍କୁ ବିଜୟରେ ବିଦାୟ ଦେଇଛି ଇଂଲଣ୍ଡ ।

୩୮୪ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୩୩୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା । ପ୍ରାରମ୍ଭିକ ବ୍ୟାଟର ଉସ୍‌ମାନ ଖାୱଜା ୧୪୫ ବଲ୍‌ରୁ ୭୨ ରନ୍ ଏବଂ ଡେଭିଡ୍‌ ୱାର୍ଣ୍ଣର ୧୦୬ ବଲ୍‌ରୁ ୬୦ ରନ୍‌ କରି ପ୍ରଥମ ୱିକେଟ୍ ପାଇଁ ୧୪୦ ରନ୍‌ ସଂଗ୍ରହ କରିଥିଲେ । ହେଲେ ମେଘୁଆ ପରିବେଶର ଫାଇଦା ଉଠାଇ ଇଂଲଣ୍ଡ ବୋଲର ନିୟମିତ ବ୍ୟବଧାନରେ ୱିକେଟ୍‌ ହାସଲ କରିବାରୁ ଅଷ୍ଟ୍ରେଲିଆର ଅଡ଼ୁଆ ବଢ଼ିଥିଲା । ବିଶେଷ କରି ଏହି ମ୍ୟାଚ୍‌ର ଶେଷ ତଥା ପଞ୍ଚମ ଦିନର ସକାଳେ ଅଷ୍ଟ୍ରେଲିଆ ୧୩୫/୦ ଭଳି ଦୃଢ଼ ସ୍ଥିତିରୁ ଖେଳ ଆରମ୍ଭ କରିଥିଲେ ମଧ୍ୟ ୧୬୯ ରନ ବେଳକୁ ୩ଟି ୱିକେଟ ହରାଇ ଦେଇଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ୍ ୱକ୍ସ ୨ଟି ଏବଂ ମାର୍କ ଉଡ୍‌ ଗୋଟିଏ ୱିକେଟ୍ ହାସଲ କରି ଇଂଲଣ୍ଡକୁ ପ୍ରତ୍ୟାବର୍ତନ କରାଇଥିଲେ ।

ଏହି ସମୟରେ କିନ୍ତୁ ଷ୍ଟିଭେନ ସ୍ମିଥ୍‌ ଏବଂ ଟ୍ରାଭିସ୍ ହେଡ୍‌ ଚତୁର୍ଥ ୱିକେଟ୍‌ ପାଇଁ ୯୫ ରନ୍ ଭାଗୀଦାରି କରି ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଦଳୀୟ ସ୍କୋର୍‌ ୨୩୮/୩ରେ ପହଞ୍ଚାଇ ମ୍ୟାଚ୍‌ ଡ୍ର’ କରିବାର ସମ୍ଭାବନା ସୃଷ୍ଟି କରିଥିଲେ । ହେଲେ ବର୍ଷା ଛାଡ଼ିବା ଏବଂ ଓଦା ପିଚ୍‌ ଶୁଖିବା ପରେ ଏହା ଇଂଲଣ୍ଡ ବୋଲରଙ୍କୁ ସୁହାଇଥିଲା । ଷ୍ଟିଭେନ୍ ସ୍ମିଥ୍ ଏବଂ ମ‌ିଚେଲ ଷ୍ଟାର୍କଙ୍କୁ କ୍ରିସ୍ ୱକ୍ସ ଆଉଟ୍ କରିଥିବାବେଳେ ଟ୍ରାଭିସ୍ ହେଡ୍, ମିଚେଲ୍‌ ମାର୍ସ, ପ୍ୟାଟ୍ କମିନ୍ସ ମୋଇନ୍ ଅଲ୍ଲୀଙ୍କ ଶିକାର ପାଲଟିଥିଲେ । ଅନ୍ତିମ ଟେଷ୍ଟ୍ ଖେଳୁଥିବା ଷ୍ଟୁଆର୍ଟ ବ୍ରଡ୍‌ ଟଡ୍ ମର୍ଫି ଓ ଆଲେକ୍ସ କ୍ୟାରୀଙ୍କ ୱିକେଟ ଅକ୍ତିଆର କରି ଖେଳ ଜୀବନକୁ ଶେଷ କରିଥିଲେ । ବ୍ୟାଟିଂ ବେଳେ ନିଜ ଶେଷ ବଲ୍‌କୁ ଛକା ଏବଂ ବୋଲିଂ ବେଳେ ଶେଷ ବଲରେ ୱିକେଟ୍‌ ସହ ଏକ ବିରଳ ରେକର୍ଡ ନିଜ ନାମରେ କରି ୧୬ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍‌ ଜୀବନକୁ ଶେଷ କରିଥିଲେ ବ୍ରଡ୍ ।

ବିଦାୟୀ ମ୍ୟାଚ୍‌ରେ ବିରଳ ରେକର୍ଡ: ଭେଟେରାନ ବୋଲର ଷ୍ଟୁଆର୍ଟ ବ୍ରଡ୍ କେବଳ ଇଂଲଣ୍ଡ ନୁହେଁ, ବିଶ୍ବର ଜଣେ ସଫଳତମ ବୋଲର ଭାବେ ପରିଚିତ ହୋଇପାରିଛନ୍ତି । ତେବେ ନିଜର ବିଦାୟୀ ମ୍ୟାଚ୍‌ରେ ଏକ ବିରଳ ରେକର୍ଡ ନିଜ ନାଁ ରେ ସାମିଲ କରିଛନ୍ତି ବ୍ରଡ୍‌ । ଖେଳ ଜୀବନର ଶେଷ ମ୍ୟାଚ୍‌ର ଶେଷ ବଲ୍‌ରେ ଏକ ୱିକେଟ୍ ନେଇ ଐତିହାସିକ ଓଭାଲ୍ ଷ୍ଟାଡିୟମ୍‌ରେ ନିଜ ଟିମ୍‌କୁ ବିଜୟ ଭେଟି ଦେଇଛନ୍ତି । ଏହା ପୂର୍ବରୁ ଇଂଲଣ୍ଡ ବ୍ୟାଟିଂ କରିବା ସମୟରେ ମଧ୍ୟ ଶେଷ ବଲ୍‌ରେ ବ୍ରଡ୍ ଏକ ଛକା ମାରିଥିଲେ । ତେବେ ଆସେସ୍ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଚାଲିଥିବା ସମୟରେ ରବିବାର ବ୍ରଡ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ତେଣୁ ଏହି ମ୍ୟାଚ୍‌ ସହିତ ସେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଶେଷ କରିଛନ୍ତି ।

ବ୍ରଡ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ଝିଅ ଅନାବେଲା: ଷ୍ଟୁଆର୍ଟ ବ୍ରଡ ଶେଷ ଥର ପାଇଁ ଟେଷ୍ଟ୍‌ ମ୍ୟାଚ୍‌ରେ ବ୍ୟାଟିଂ କରି ଫେରିଲା ବେଳେ ଅଷ୍ଟ୍ରେଲିଆ ଖେଳାଳି ବ୍ରଡ୍‌ଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେଇଥିଲେ । ଏହି ସମୟରେ ଗ୍ୟାଲେରୀରେ ଉପସ୍ଥିତ ଥିବା ତାଙ୍କ ଝିଅ ଅନାବେଲା ବାପା ବ୍ରଡ୍‌ଙ୍କୁ ବଧାଇ ‌ଦେବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଷ୍ଟୁଆର୍ଟଙ୍କ ଗାୟିକା ପତ୍ନୀ ମୋଲି କିଙ୍ଗ୍‌ ଅନା‌ବେଲାଙ୍କୁ ଧରିଥିଲେ । ତାଙ୍କ ପାଖରେ ବ୍ରଡ୍‌ଙ୍କ ଭଉଣୀ ଜେମ୍ମା ଏବଂ ପିତା ତଥା ପୂର୍ବତନ ଇଂଲଣ୍ଡ କ୍ରିକେଟର୍‌ ତଥା ଆଇସିସି ରେଫରୀ କ୍ରିସ ବ୍ରଡ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.