ETV Bharat / sports

T20 World Cup: ଇଂଲଣ୍ଡକୁ ବଡ ଝଟ୍‌କା, ବାଦ୍‌ ପଡିଲେ ସାମ କରନ

ପୂର୍ବରୁ ଆହତ କାରଣରୁ ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ବାଦ୍‌ ପଡିଥିବାବେଳେ ସାମ କରନଙ୍କ ଆହତ ଇଂଲଣ୍ଡ ପାଇଁ ବଡ ଝଟ୍‌କା ହୋଇଛି । ଅଧିକ ପଢନ୍ତୁ...

England all-rounder Sam Curran ruled out of T20 World Cup with a lower back injury
T20 World Cup: ଇଂଲଣ୍ଡକୁ ବଡ ଝଟ୍‌କା, ବାଦ୍‌ ପଡିଲେ ସାମ କରନ
author img

By

Published : Oct 5, 2021, 6:59 PM IST

ଲଣ୍ଡନ: ଆଗାମୀ ICC ପୁରୁଷ ଟି-୨୦ ବିଶ୍ବକପ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା । ଅଲରାଉଣ୍ଡର ସାମ କରନ ଆହତ କାରଣରୁ ଟି-୨୦ ବିଶ୍ବକପରୁ ବାଦ୍‌ ପଡିଛନ୍ତି ।

ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ସ୍କାନ ପାଇଁ ନିଆଯାଇଥିଲା । ସେଠାରେ ଆହତ ଥିବା ଜଣାପଡିଥିଲା । ବର୍ତ୍ତମାନ ସାମ କରନ ଚେନ୍ନାଇ ସୁପର କିଙ୍ଗ ଟିମ ସହିତ ଆଇପିଏଲ ୨୦୨୧ ଖେଳିବାକୁ UAE ରେ ରହିଛନ୍ତି । ତେବେ ଖୁବଶୀଘ୍ର ସେ UK ଫେରିଯିବେ ବୋଲି ଜଣାପଡିଛି । ଏହାପରେ ଇଂଲଣ୍ଡ କ୍ରିକେଟ ବୋର୍ଡ(ECB)ର ମେଡିକାଲ ଟିମ ସଂପୂର୍ଣ୍ଣ ଆହତ ସମସ୍ୟା ନେଇ ପରୀକ୍ଷା କରିବେ ।

ସାମ କରନଙ୍କ ବଦଳ ଖେଳାଳି ଭାବେ ଟମ କରନ ଇଂଲଣ୍ଡର ଟି-୨୦ ବିଶ୍ବକପ ସ୍କ୍ବାଡ୍‌ରେ ସାମିଲ ହେଇଛନ୍ତି । ଅନ୍ୟପଟେ ଅତିରିକ୍ତ ଭାବେ ବାମହାତୀ ଦ୍ରୁତ ବୋଲର ରିସ୍‌ ଟପଲେଙ୍କୁ ଟ୍ରାଭେଲିଂ ରିଜର୍ଭ ଭାବେ ସ୍କ୍ବାଡରେ ସାମିଲ କରି ଇଂଲଣ୍ଡ ।

ପୂର୍ବରୁ ଆହତ କାରଣରୁ ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ବାଦ୍‌ ପଡିଥିବାବେଳେ ସାମ କରନଙ୍କ ଆହତ ଇଂଲଣ୍ଡ ପାଇଁ ବଡ ଝଟ୍‌କା ହୋଇଛି । ଉଭୟ ବ୍ୟାଟ୍‌ ଓ ବଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରିବା କ୍ଷମତା ରଖନ୍ତି ସାମ କରନ୍‌ ।

ଇଆନ ମୋର୍ଗାନଙ୍କ ନେତୃତ୍ବରେ ଇଂଲଣ୍ଡ, ଡିଫେଣ୍ଡିଂ ଚମ୍ପିଆନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅକ୍ଟୋବର ୨୩ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.